ଏଣିକି ଅନେକ କଟକଣା: ଉଠେଇବେନି ସେଲ୍ଫି, ଲଗେଇବେନି ନେଲପଲିସ୍‌

ହଲିଉଡ୍‌ ସୁନ୍ଦରୀ ମେଘନ ମାର୍କେଲ ଆଉ ମୁକ୍ତ ହୋଇ ବୁଲିପାରିବେନି। ଝିଅ ଥିଲେ, ଏବେ ବୋହୂ ହେଲେ ବୋଲି ନାନା କଟକଣା ଲାଗିଛି ତାଙ୍କ ଉପରେ। ଯେତେହେଲେ ରାଜାଘର ବୋହୂଟି ! ପଦାକୁ ବାହାରିଲେ କଟକଣା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,  ନବବଧୂ ମେଘନଙ୍କୁ ଏଣିକି ସେଲ୍ଫି ଉଠାଇବା, ନେଲପଲିସ୍‌ ଲଗାଇବା ଉପରେ କଟକଣା ଜାରି ହୋଇଛି। ବ୍ରିଟେନ୍‌ ରାଜ ପରମ୍ପରା ମୁତାବକ ତାଙ୍କୁ ଏଣିକି ଏମିତି ଅନେକ କଥା ମାନି ଚଳିବାକୁ ପଡିବ । ତା’ହେଲେ […]

bohu

bohu

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 03:18 PM IST

Sports

Latest News

ହଲିଉଡ୍‌ ସୁନ୍ଦରୀ ମେଘନ ମାର୍କେଲ ଆଉ ମୁକ୍ତ ହୋଇ ବୁଲିପାରିବେନି। ଝିଅ ଥିଲେ, ଏବେ ବୋହୂ ହେଲେ ବୋଲି ନାନା କଟକଣା ଲାଗିଛି ତାଙ୍କ ଉପରେ। ଯେତେହେଲେ ରାଜାଘର ବୋହୂଟି ! ପଦାକୁ ବାହାରିଲେ କଟକଣା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,  ନବବଧୂ ମେଘନଙ୍କୁ ଏଣିକି ସେଲ୍ଫି ଉଠାଇବା, ନେଲପଲିସ୍‌ ଲଗାଇବା ଉପରେ କଟକଣା ଜାରି ହୋଇଛି। ବ୍ରିଟେନ୍‌ ରାଜ ପରମ୍ପରା ମୁତାବକ ତାଙ୍କୁ ଏଣିକି ଏମିତି ଅନେକ କଥା ମାନି ଚଳିବାକୁ ପଡିବ । ତା’ହେଲେ ଆସନ୍ତୁ ଜାଣିବା ମେଘନଙ୍କୁ ଆଉ କେଉଁ କେଉଁ କଥାରେ ନିଜ ମନ ମାରିବାକୁ ପଡିବ।

ବ୍ରିଟେନ ରାଜକୁମାର ହ୍ୟାରି ତାଙ୍କ ଦୀର୍ଘ ଦିନର ପ୍ରେମିକା ମେଘନ ମର୍କେଲଙ୍କୁ କାଲି ବିବାହ କରିଛନ୍ତି। ଲଣ୍ଡନର ଓ୍ୱିଣ୍ଡସର ପ୍ୟାଲେସରେ ଏହି ରାଜକୀୟ ବିବାହ ଉତ୍ସବ  ଖୁବ୍‌ ଧୁମ୍‌ଧାମ୍‌ ଓ  ରାଜକୀୟ ଠାଣିରେ ଅନୁଷ୍ଠିତ ହୋଇଛି। ବ୍ରିଟେନ୍‌ ରାଜ ପରିବାରର ବୋହୂ ହେବା ପରେ ମେଘନ ମାର୍କେଲଙ୍କ ଜୀବନ ପୂରା ବଦଳି ଯାଇଛି। ପ୍ରିନ୍ସ ହ୍ୟାରୀଙ୍କ ପତ୍ନୀ ହେବାପରେ ସେ ରାଜପରିବାର ସହ ଜଡ଼ିତ ହୋଇଯାଇଛନ୍ତି।  ଆଉ ତାଙ୍କୁ ସେହି ସବୁ ନିୟମର ପାଳନ କରିବାକୁ ପଡ଼ିବ ଯାହା କି ରାଜ ପରିବାରର ସଦସ୍ୟମାନେ ପାଳନ କରନ୍ତି।  ଏସବୁ ନିୟମ ମଧ୍ୟରୁ ଏମିତି କିଛି ନିୟମ ଅଛି ଯାହା ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ସେଲ୍ପି ଉପରେ କଟକଣା: ଆଜିର ଦିନରେ ପ୍ରତି ମୁହୂର୍ତ୍ତରେ ସେଲ୍‌ଫି ନେବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ବିବାହ ପରେ  ମେଘନ ଅନ୍ୟ କୌଣସି ବ୍ୟକ୍ତଙ୍କ ସହ ସେଲ୍‌ଫି  ନେଇପାରିବେ ନାହିଁ। ଯଦି କୌଣସି ବାହାର ବ୍ୟକ୍ତି ତାଙ୍କସହ ସେଲ୍‌ଫି ନେବାକୁ ଚେଷ୍ଟ କରିଥାଏ ତେବେ ତାକୁ ସେହି ମୁହୂର୍ତ୍ତରେ ଅଟକାଇବାକୁ ପଡ଼ିବ।  ଆଉ ମେଘନ ଏଭଳି କାମ ବହୁ ପୂର୍ବରୁ କାର୍ଯ୍ୟକାରୀ କରିସାରିଲେଣି।  ରିପୋର୍ଟ ମୁତାବକ  କିଛିଦିନ ପୂର୍ବରୁ  ଜଣେ ଦମ୍ପତ୍ତି  ତାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ,  କିନ୍ତୁ ସେ ସମୟରେ ତାଙ୍କୁ ଏମିତି କରିବାକୁ ଅନୁମତି ନାହିଁ ବୋଲି ମେଘନ କହିଥିଲେ।

ଏକୁଟିଆ କୁଆଡେ ଯାଇପାରିବେ ନାହିଁ: ବାହାଘର ପୂର୍ବରୁ  ମେଘନ ନିଜ ଇଛା ମୁତାବକ ସବୁ କାମ କରିପାରୁଥିଲେ। କିନ୍ତୁ ବାହାଘର ପରେ ତାଙ୍କୁ ଅନେକ କିଛି ନିୟମ ପାଳନ କରିବାକୁ ପଡ଼ିବ। ଏବେ ତାଙ୍କୁ ଏକା କୁଆଡେ ବାହାରକୁ ଯିବାକୁ  ଅନୁମତି ଦିଆଯିବ ନାହିଁ। ସେ ଯଦି କୁଆଡେ ବାହାରକୁ ଯିବେ ତେବେ ତାଙ୍କ ସହ ପରିବାର ସମେତ ସୁରକ୍ଷା କର୍ମୀ ବି ଯିବେ।

ସୋସିଆଲ୍‌ ମିଡିଆ ଆକାଉଣ୍ଟ ବନ୍ଦ ହେବ: ରାଜ ପରିବାର ଲୋକଙ୍କର ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଚଲେଇବାରେ ଅଧିକାର ନାହିଁ।  ଏହି ନିୟମର ପାଳନ ମେଘନଙ୍କୁ ବି କରିବାକୁ ପଡ଼ିବ। ଏହାର ଘୋଷଣା ମେଘନ ଗତ ବର୍ଷ କରିଦେଇଥିଲେ। ଏବେ ତାଙ୍କ ଦ୍ୱାରା କରାଯାଉଥିବା ଯେକୌଣସି କାର୍ଯ୍ୟ ରାଜ ପରିବାରର ଅଫିସିଆଲ୍‌ ଆକାଉଣ୍ଟରେ ଦିଆଯିବ।

ଭୋଟ୍‌ ଦେଇପାରିବେ ନାହିଁ : ମେଘନ୍‌ ଆମେରିକାର ନାଗରିକ।  କିନ୍ତୁ ପ୍ରୀନ୍ସ ହ୍ୟାରୀଙ୍କୁ ବିବାହ କରିବା ପରେ ସେ ହୁଏତ ବ୍ରିଟେନ୍‌ର ନାଗରିକତ୍ୱ ହାସଲ କରିପାରନ୍ତି।  କିନ୍ତୁ ତାଙ୍କର ଭୋଟ୍‌ ଦେବାର କ୍ଷମତା ରହିବ ନାହିଁ। ବ୍ରିଟେନ୍‌ ପାର୍ଲାମେଣ୍ଟ  ୱେବସାଇଟ୍‌ ମୁତାବକ୍‌ ରାଜ ପରିବାରର ଲୋକଙ୍କୁ ସାଧାରଣ ନିର୍ବାଚନରେ ଭୋଟ୍‌ ଦେବାର ଅନୁମତି ନାହିଁ। ପ୍ରଥମରୁ ଏହା ରାଣୀଙ୍କ ପର୍ଯ୍ୟନ୍ତ ସୀମିତ ଥିଲା କିନ୍ତୁ ଏବେ ରାଜ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବି ଏହି ନିୟମ ପାଳନ କରିବାକୁ ହେବ।

ନେଲ୍‌ପଲିସ୍‌ ଲଗାଇପାରିବେ ନାହିଁ:  ରାଜ ପରିବାରର ବୋହୂ ହେବା ପରେ  ମେଘନ୍‌ ରଙ୍ଗ ବେରଙ୍ଗି ନେଲ୍‌ପଲିସ୍‌ ଲଗାଇ ପାରିବେନାହିଁ। ରିପୋର୍ଟ ମୁତାବକ୍‌ ରାଣୀଙ୍କ ସମେତ ରାଜ ପରିବାରର ବୋହୂମାନେ ବି ନେଲ ପଲିସ୍‌ ଲଗାଇବାକୁ ଅସମାର୍ଜିତର ଆଖ୍ୟା ଦିଆଯାଏ। ରାଜ ପରିବାର ରାଜକୀୟ ଠାଣି ରଖିବା ଅତ୍ୟନ୍ତ ଆବଶ୍ୟକ।

ଅଟୋଗ୍ରାଫ୍‌ ଦେଇ ପାରିବେ ନାହିଁ:  ମେଘନ ଜଣେ ସେଲିବ୍ରିଟି। ତେଣୁ ଅଟୋ ଗ୍ରାଫ୍‌ ଦେବା ତାଙ୍କପାଇଁ ଏକ ସାଧାରଣ କଥା। କିନ୍ତୁ ମେଘନ ଏବେ ତାଙ୍କର ଏହି ପ୍ରକୃତିକୁ ବଦଳାଇବାକୁ ପଡ଼ିବ।  କାହିଁକି ନା ରାଜ ପରିବାରରେ ଅଟୋଗ୍ରାଫ୍‌ ଦେବା ମନା। କିନ୍ତୁ ସେମାନେ  ଅଫିସିଆଲ୍‌  କାମରେ ବାହାର ଦେଶକୁ ଗଲେ ସେଠାରେ ସେ ଭିଜିଟର ବୁକ୍‌ରେ ସାଇନ୍ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story