ଆଶାରାମଙ୍କ ପୁଅ ମଧ୍ୟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ

ସୁରତ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ମଧ୍ୟ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜି ସୁରତର ଏକ କୋର୍ଟ ନାରାୟଣଙ୍କ ମାମଲାର ଶୁଣାଣି କରି ଏହି ରୁଲିଂ ଦେଇଛନ୍ତି। ତେବେ ଆସନ୍ତା ୩୦ ତାରିଖରେ ନାରାୟଣ ସାଇଙ୍କୁ ଦଣ୍ଡବିଧାନ କରାଯିବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସୁରତଠାରେ ନାରାୟଣ ସାଇ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

୨୦୧୩ରେ ସୁରତର ଦୁଇ ଭଉଣୀ ପୁଲିସ୍‌ ନିକଟରେ ହାଜର ହୋଇ ଆଶାରାମ ଓ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସାନ ଭଉଣୀଙ୍କୁ ନାରାୟଣ ସାଇ ୨୦୦୨ରୁ ୨୦୦୫ ଯାଏ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଝିଅଜଣକ ତାଙ୍କ ଆଶ୍ରମରେ ରହୁଥିଲେ। ଅନ୍ୟପକ୍ଷରେ ଅନ୍ୟ ଜଣେ ଭଉଣୀଙ୍କୁ ଆଶାରାମ ଆଶ୍ରମ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଯୋଧପୁର କୋର୍ଟ ଆଶାରାମଙ୍କ ମାମଲାର ଶୁଣାଣି କରି ତାଙ୍କୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୁରତ କୋର୍ଟ ଆଜି ନାରାୟଣ ସାଇଙ୍କ ମାମଲାରେ ରାୟ ପ୍ରକାଶ କରିଥିଲେ। ଏହାପୂର୍ବରୁ କୋର୍ଟ ୫୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ପୁଲିସ୍‌ ନାରାୟଣ ସାଇଙ୍କୁ ୨୦୧୩ରେ ଦିଲ୍ଲୀ-ହରିଆଣା ସୀମାନ୍ତରୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି।

ଆହୁରି ପଢ଼ନ୍ତୁ

ଦେଶରେ କରୋନା ଆରୋଗ୍ୟ ହାର ବଢ଼ୁଛି, ଓଡ଼ିଶାରେ କମୁଛି

କରୋନା: ରୁଷିଆକୁ ପଛରେ ପକାଇ ଭାରତ ୩ ନମ୍ୱର

କୌଣସି ମୁହୂର୍ତ୍ତରେ ଯାଇପାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ପଦ

ଭାରତ ପରେ ଭୁଟାନର ପୂର୍ବ ସୀମାକୁ ନିଜର ବୋଲି ଦାବି କଲା ବେଜିଂ

ରାଜ୍ୟରେ କରୋନା ନେଲା ଆଉ ୨ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ବିଏମ୍‌ସିର ୩ କର୍ମଚାରୀଙ୍କୁ କରୋନା

ରେକର୍ଡ ସଂଖ୍ୟକ ପଜିଟିଭ ସହ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର

ନବ ଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଲେ ଶ୍ରୀଜିଉ

ନିର୍ଦ୍ଦେଶକୁ ୫ବର୍ଷ ବିତିଲା, ୭୭ % ସ୍କୁଲରେ ନାହିଁ ଖେଳପଡ଼ିଆ

ଜାମିନ୍‌ ପାଇଁ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ଦେଲେ ଦୁଇ ଅଭିଯୁକ୍ତ

ସମସ୍ତଙ୍କ ସ୍ୱାବ୍ ପରୀକ୍ଷା ଦାବି କଲା କଂଗ୍ରେସ

ସୁସ୍ଥ ହେଲେ ୨୨୯ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ