‘ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଗର୍ଲଫ୍ରେଣ୍ଡ୍‌ ରିୟା ଦାୟୀ’ ଏତଲା ରୁଜୁ କଲେ ବାପା

ପାଟନା: ବଲିଉଡ ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ହିଁ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଦାୟୀ ବୋଲି ଅଭିଯୋଗ ହୋଇଛି। ଖୋଦ୍‌ ସୁଶାନ୍ତଙ୍କ ବାପା ଏପରି ଅଭିଯୋଗ କରି ରିୟାଙ୍କ ନାଁରେ ଥାନାରେ ଏଫଆଇଆର ରୁଜୁ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଆଜି ପାଟନାର ରାଜୀବ ନଗର ପୁଲିସ ଥାନାରେ ପହଞ୍ଚି ଏପରି ଏଫଆଇଆର ଦେଇଛନ୍ତି। ସେ ଅଭିଯୋଗ […]

diu

diu

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 09:19 PM IST

Sports

Latest News

ପାଟନା: ବଲିଉଡ ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ହିଁ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଦାୟୀ ବୋଲି ଅଭିଯୋଗ ହୋଇଛି। ଖୋଦ୍‌ ସୁଶାନ୍ତଙ୍କ ବାପା ଏପରି ଅଭିଯୋଗ କରି ରିୟାଙ୍କ ନାଁରେ ଥାନାରେ ଏଫଆଇଆର ରୁଜୁ କରିଛନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଆଜି ପାଟନାର ରାଜୀବ ନଗର ପୁଲିସ ଥାନାରେ ପହଞ୍ଚି ଏପରି ଏଫଆଇଆର ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରିୟା ହିଁ ସୁଶାନ୍ତଙ୍କ ଠାରୁ ଟଙ୍କା ନେଇଯାଇଥିଲେ ଓ ଏହା ପରେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ସୁଶାନ୍ତ ଆତ୍ମହତ୍ୟା କରିବାର ୬ ଦିନ ପୂର୍ବରୁ ହିଁ ରିୟା ତାଙ୍କୁ ଛାଡ଼ି ଚାଲି ଆସିଥିଲେ।

ଏହି ସମୟରେ ସେ ସୁଶାନ୍ତଙ୍କ କ୍ରେଡିଟ୍‌ କାର୍ଡ, ଲ୍ୟାପଟପ, ମେଡିକାଲ ରିପୋର୍ଟ ଓ ଅଳଙ୍କାର ମଧ୍ୟ ନେଇ ଯାଇଥିଲେ। ଯଦି ସୁଶାନ୍ତ ତାଙ୍କୁ ଟଙ୍କା ନ ଦେବେ, ତା’ହେଲେ ସେ ତାଙ୍କର ମେଡିକାଲ ରିପୋର୍ଟ ସାର୍ବଜନୀନ କରିଦେବେ ବୋଲି ଧମକ ମଧ୍ୟ ଦେଇଥିବା କେକେ ସିଂହ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ପାଟନା ପୁଲିସ‌ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ୍‌ର ଡିସିପିଙ୍କୁ ଏ ସମ୍ପର୍କରେ ଅବଗତ କରାଇଛି। ଏହାପରେ ବିହାର ପୁଲିସର ୪ ଜଣିଆ ଟିମ୍‌ ମୁମ୍ବାଇ ଗସ୍ତ କରିଛନ୍ତି। ସେମାନେ ସେଠାରେ ମୁମ୍ବାଇ ପୁଲିସ୍‌ ଠାରୁ କେସ୍‌ ଡାଏରୀ ଗ୍ରହଣ କରିବେ।

ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ମିଳିଥିଲା। ଏହାପରେ ତାଙ୍କ ବାପା ଓ ପରିବାର ଲୋକଙ୍କୁ ମୁମ୍ବାଇ ପୁଲିସ୍‌ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଥିଲେ। ହେଲେ ସେତେବେଳେ କେହି ବି ରିୟାଙ୍କ ବିରୋଧରେ ଅଭିଯୋଗ କରି ନଥିଲେ।

କେକେ ସିଂହ ବି ସେତେବେଳେ କାହା ବିରୋଧରେ କିଛି ବି ଅଭିଯୋଗ ଆଣି ନଥିଲେ। ହେଲେ ଏବେ ସେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରି ନୂଆ ହଟଚମଟ ସୃଷ୍ଟି କରିଛନ୍ତି।

ଏହାପୂର୍ବରୁ ମୁମ୍ବାଇର ବାନ୍ଦ୍ର ପୁଲିସ୍‌ ରିୟାଙ୍କ ବୟାନ ରେକର୍ଡ କରିଥିଲେ। ରିୟା ମଧ୍ୟ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ରିୟାଙ୍କ ବ୍ୟତୀତ ମୁମ୍ବାଇ ପୁଲିସ୍‌ ମହେଶ ଭଟ୍ଟ, ସଞ୍ଜୟ ଲୀଲା ବଂଶାଲୀ, କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେତ, ଶେଖର କପୁର ଓ ଆଦିତ୍ୟ ଚୋପ୍ରାଙ୍କ ଭଳି ବରିଷ୍ଠ ଫିଲ୍ମ ନିର୍ମାତା ମାନଙ୍କର ବୟାନ ମଧ୍ୟ ରେକର୍ଡ କରିଛି। ଆଗକୁ ପୁଲିସ୍‌ କଙ୍ଗନା ରାଣାୱତଙ୍କୁ ମଧ୍ୟ ସମନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story