ଗେହଲଟ ନୁହେଁ ସିନ୍ଦେ କଂଗ୍ରେସର ଆଗାମୀ ସଭାପତି, ଗାନ୍ଧି ପରିବାର ମାରିଲା ମୋହର!

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସ୍ଥାନ ନେବେ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେ। ଜାତୀୟ ଇଂରାଜୀ ଖବରକାଗଜ ‘ସଣ୍ଡେ ଗାର୍ଡିଆନ୍’ ଏହି ଖବର ପ୍ରକାଶ କରିଛି। ସିନ୍ଦେଙ୍କ ନାମରେ ପରିବାର ରାଜନୀତି, ଜାତି ରାଜନୀତି ଆଦି ପ୍ରସଙ୍ଗ ଲାଗିନଥିବାରୁ କଂଗ୍ରେସର ବରିଷ୍ଠ ନେତା ଏବଂ ଗାନ୍ଧି ପରିବାର ସୁଶୀଲ କୁମାର ସିନ୍ଦେଙ୍କ ନାମକୁ ଅଧିକ ପସନ୍ଦ କରିଛନ୍ତି ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ନେତା ଉପ ରାଷ୍ଟ୍ରପତି ଦୌଡ଼ରେ ମଧ୍ୟ ଥିଲେ। ହେଲେ ବିଜେପିର ଉପରାଷ୍ଟ୍ରପତି […]

sushil sindhe

sushil sindhe

Subhransu Sekhar
  • Published: Sunday, 30 June 2019
  • Updated: 30 June 2019, 02:52 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସ୍ଥାନ ନେବେ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେ। ଜାତୀୟ ଇଂରାଜୀ ଖବରକାଗଜ 'ସଣ୍ଡେ ଗାର୍ଡିଆନ୍' ଏହି ଖବର ପ୍ରକାଶ କରିଛି। ସିନ୍ଦେଙ୍କ ନାମରେ ପରିବାର ରାଜନୀତି, ଜାତି ରାଜନୀତି ଆଦି ପ୍ରସଙ୍ଗ ଲାଗିନଥିବାରୁ କଂଗ୍ରେସର ବରିଷ୍ଠ ନେତା ଏବଂ ଗାନ୍ଧି ପରିବାର ସୁଶୀଲ କୁମାର ସିନ୍ଦେଙ୍କ ନାମକୁ ଅଧିକ ପସନ୍ଦ କରିଛନ୍ତି ବୋଲି ଜଣାପଡ଼ିଛି।

ପୂର୍ବରୁ ଏହି ନେତା ଉପ ରାଷ୍ଟ୍ରପତି ଦୌଡ଼ରେ ମଧ୍ୟ ଥିଲେ। ହେଲେ ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ଭୈରବ ସିଂହ ଶେଖାଓ୍ୱତ ତାଙ୍କୁ ନିର୍ବାଚନରେ ହରାଇଥିଲେ।କିଛି ଦିନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ କଂଗ୍ରେସ ସଭାପତି ଦୌଡ଼ରେ ସର୍ବାଗ୍ରେ ଥିଲା। ଆଜି ସୁଶୀଲ ସିନ୍ଦେଙ୍କୁ ଦଳ ତରଫରୁ ତାଙ୍କର ନୂଆ ପଦବୀ ବାବଦରେ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି। ଏହାପରେ ସେ ରାହୁଲ ଗାନ୍ଧିଙ୍କୁ ଆଶି ଦେଖା କରିପାରନ୍ତି।

ମହାରାଷ୍ଟ୍ରରେ ସୁଶୀଲ ସିନ୍ଦେ ଜଣେ ଜଣାଶୁଣା ଦଳିତ ନେତା ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ। ଯଦି ସେ ଏବେ କଂଗ୍ରେସ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରନ୍ତି ତାହେଲେ ଆଗାମୀ ଦିନରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିବ। ଏଥିସହ ସେ ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମଧ୍ୟରେ ଥିବା ମେଣ୍ଟକୁ ଆହୁରି ମଜବୁତ କରିପାରିବେ।

ଚଳିତଥର ମଧ୍ୟ ସେ ମହାରାଷ୍ଟ୍ରର ସୋଲାପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ନିର୍ବାଚନ ବେଳେ ଏହା ତାଙ୍କର ଅନ୍ତିମ ନିର୍ବାଚନ ବୋଲି ଘୋଷଣା କରିଥିଲେ। ପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ପରାଜିତ ହୋଇଥିଲେ।ତେବେ କଂଗ୍ରେସ ଅଧ୍ୟକ୍ଷ ପଦବୀକୁ ନେଇ ନିକଟରେ କୌଣସି ଘୋଷଣା ହେବ ନାହିଁ ବୋଲି ସୂଚନା ରହିଛି।

ଲୋକସଭା ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ହେଲେ ଏଯାଏ ତାଙ୍କ ଇସ୍ତଫା ଗ୍ରହଣ କରାଯାଇନାହିଁ। କିନ୍ତୁ ଦଳର ୧୪୦ରୁ ଅଧିକ ନେତା ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି। ଏହି ସାମୁହିକ ଇସ୍ତଫା ପ୍ରକ୍ରିୟା ଶେଷ ହେବା ପରେ କଂଗ୍ରେସ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story