ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ଟି ଲୋକସଭା ଆସନରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ତୃତୀୟ ପର୍ଯ୍ୟାୟର ଓଡ଼ିଶାର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ୍‌ ହେବ। ଲୋକସଭା ଆସନଗୁଡ଼ିକ ହେଲା: ପୁରୀ, ଭୁବନେଶ୍ୱର, ସମ୍ବଲପୁର, କଟକ, କେନ୍ଦୁଝର ଓ ଢେଙ୍କାନାଳ। ଏହିସବୁ ଲୋକସଭା ଅନ୍ତର୍ଗତ ୪୨ଟି […]

swrg

swrg

Hemant Lenka
  • Published: Monday, 22 April 2019
  • Updated: 22 April 2019, 08:22 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ଟି ଲୋକସଭା ଆସନରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ତୃତୀୟ ପର୍ଯ୍ୟାୟର ଓଡ଼ିଶାର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ୍‌ ହେବ।

ଲୋକସଭା ଆସନଗୁଡ଼ିକ ହେଲା: ପୁରୀ, ଭୁବନେଶ୍ୱର, ସମ୍ବଲପୁର, କଟକ, କେନ୍ଦୁଝର ଓ ଢେଙ୍କାନାଳ। ଏହିସବୁ ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମଧ୍ୟ ଲୋକମାନେ ଆଗାମୀ ୫ ବର୍ଷ ପାଇଁ ସେମାନଙ୍କ ପ୍ରତିନିଧି ବାଛିବେ। ଆସନ୍ତାକାଲି ରାଜ୍ୟରେ ହେବାକୁ ଥିବା ଭୋଟ୍‌ ଗ୍ରହଣ ସମ୍ପର୍କରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଆସନ୍ତାକାଲି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ।

ତେବେ ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ନକ୍ସଲ ପ୍ରବଣ ଅଞ୍ଚଳ କୁଚିଣ୍ଡା, ରେଢ଼ାଖୋଲ, ଦେବଗଡ଼, ଚମ୍ପୁଆ, ପାଲଲହଡ଼ା, ଅନୁଗୋଳ ଏବଂ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ସରିବ। ଏହି ପର୍ଯ୍ୟାୟରେ ୧୦ ହଜାର ୪୬୪ ବୁଥ୍‌ରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ଜଣ ଭୋଟର ରହିଛନ୍ତି। ଏମାନେ ୬୧ଜଣ ଲୋକସଭା ଓ ୩୫୬ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟ ଗ୍ରହଣ ପାଇଁ ୫୯, ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୋଟ ୩୧୮୬ଟି କ୍ରିଟିକାଲ ବୁଥ୍ ଚିହ୍ନଟ କରାଯାଇଛି। ସେହିପରି କେବଳ ମହିଳା କର୍ମଚାରୀଙ୍କୁ ନେଇ ୨୯ଟି ମଡେଲ୍‌ ବୁଥ୍ ରହିଛି ବୋଲି ସେ କହିଛନ୍ତି।

ନକ୍ସଲ ଅଞ୍ଚଳ ଛଡ଼ା ଏହି ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱର ସହ ଖୋର୍ଦ୍ଧା ଏବଂ ଘସିପୁରାରେ ଭୋଟ୍ ବେଳେ ପୁଲିସର ତୀକ୍ଷଣ ନଜର ରହିବ । କାରଣ ଏସବୁ ସ୍ଥାନରେ ଭୋଟ୍ ପୂର୍ବରୁ ରାଜନୀତିକ ହିଂସା ଘଟିଛି। ଖୋର୍ଦ୍ଧାରେ ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଘସିପୁରାରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ହେବା ସହ ପିସିସି ସଭାପତିଙ୍କୁ ଆକ୍ରମଣ ହୋଇଛି। ସେହିପରି ଭୁବନେଶ୍ୱର ମଧ୍ୟରେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି।
କେବଳ ରାଜଧାନୀ ଭୁବନେଶ୍ୱରରେ ୩୮୩ଟି ବୁଥ୍ ସମ୍ବେଦନଶୀଳ ରହିଛି। ଭୋଟବେଳେ ସୁରକ୍ଷା ପାଇଁ ଏଠାରେ ୩୦ ପ୍ଲାଟୁନ୍ ଫୋର୍ସ ୬ ପ୍ଲାଟୁନ୍ ଅର୍ଦ୍ଧସାମରିକ ବଳ ସହ ୨୦୦ ଅଫିସର ନିୟୋଜିତ ରହିବେ। କଟକ ଓ ଭୁବନେଶ୍ୱରରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ୍ ପୂର୍ବରୁ ବହୁ ସ୍ଥାନରେ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି ବୋଲି ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି। ।

ଓଡ଼ିଶା ବ୍ୟତୀତ ଆସାମର ୪ଟି, ବିହାରର ୫ଟି, ଛତିଶଗଡ଼ର ୫, ଦାଦ୍ରା ନଗର ହାବେଳୀର ୧, ଡାମନଡ୍ୟୁର ୧, ଗୋଆର ୨, ଗୁଜରାଟର ୨୬, କର୍ଣ୍ଣାଟକାର ୧୪, ଜମ୍ମୁ-କଶ୍ମୀରର ୧, କେରଳର ୨୦, ମହାରାଷ୍ଟ୍ରର ୧୪, ଉତ୍ତର ପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୫ଟି ଓ ଛତିଶଗଡ଼ର ୭ଟି ଆସନ ପାଇଁ ଭୋଟିଂ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ପାଇଁ ପୂର୍ବ ତ୍ରିପୁରାରେ ଭୋଟ ହୋଇ ନଥିଲା। ତେଣୁ ଆସନ୍ତାକାଲି ଏଠାରେ ମଧ୍ୟ ମତଦାନ ହେବ।

ଆସନ୍ତାକାଲି ଭୋଟ୍‌ ଗ୍ରହଣ ପରେ ବହୁ ହେଭିୱେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯିବ। ଏମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରହିଛନ୍ତି। ସେ ଚଳିତ ବର୍ଷ ଗୁଜରାଟର ଗାନ୍ଧି ନଗର ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦ୍ୱିତୀୟ ଆସନ କେରଳ ୱାୟନାଡ଼ରେ ମଧ୍ୟ ଆସନ୍ତାକାଲି ଭୋଟ ହେବ। ଉତ୍ତର ପ୍ରଦେଶର ରାମପୁର ଆସରେ ଲଢ଼ୁଥିବା ଜୟାପ୍ରଦା ଓ ଆଜମ ଖାନ୍‌ଙ୍କ ଭାଗ୍ୟ ମଧ୍ୟ ଆସନ୍ତାକାଲି ଇଭିଏମରେ ସିଲ୍‌ ହୋଇଯିବ।

ଏମାନଙ୍କ ବ୍ୟତୀତ ମୈନପୁରରୁ ଲଢ଼ୁଥିବା ସମାଜବାଦୀ ମୁଖ୍ୟ ମୁଲାୟମ ସିଂହ ଯାଦବ, କେରଳ ଥିରୁଭନନ୍ତପୁରମରୁ ଲଢ଼ୁଥିବା କଂଗ୍ରେସ ନେତା ଶଶି ଥରୁର, ଅହମେନଗରରୁ କଂଗ୍ରେସ ନେତା ରାଧାକ୍ରିଷ୍ଣ ଭିକେ ପାଟିଲଙ୍କ ପୁଅ ସୂଯୟ ଭିକେ ପାଟିଲ ବିଜେପି ଟିକେଟରୁ ଲଢ଼ୁଛନ୍ତି, ଅନନ୍ତନାଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଉତ୍ତର ପ୍ରଦେଶର ଫିଲଭିଟ୍‌ରେ ବରୁଣ ଗାନ୍ଧି ଆସନ୍ତାକାଲି ନିର୍ବାଚନ ମିଇଦାନକୁ ଓହ୍ଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story