ଆରଟିଆଇ ସୂଚନାରୁ ସ୍ପଷ୍ଟ : ଚାଷୀଙ୍କୁ ନଜଣେଇ ପ୍ରଣୀତ ହୋଇଛି ଚାଷ ଆଇନ!

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଦୀର୍ଘ ଗୋଟିଏ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ସରକାର ଚାଷୀଙ୍କ ସହ ଆଲୋଚନା ନ କରି, ନୂଆ କୃଷି ଆଇନ ଲାଗୁ କରିଥିବା ଅଭିଯୋଗ ହେଉଛି। କିନ୍ତୁ ସରକାର ବାରମ୍ବାର କହି ଆସୁଛନ୍ତି ଯେ କୃଷି ଆଇନ ଲାଗୁ କରିବା ପୂର୍ବରୁ ଅନେକ ମାସ ଧରି ବିଭିନ୍ନ ବର୍ଗର ଲୋକ ଓ ଚାଷୀଙ୍କ ସହ ଆଲୋଚନା ହୋଇଥିଲା। ଏପରି ସ୍ଥିତିରେ କିଏ ସତ […]

dr

dr

Hemant Lenka
  • Published: Wednesday, 30 December 2020
  • Updated: 30 December 2020, 12:03 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଦୀର୍ଘ ଗୋଟିଏ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ସରକାର ଚାଷୀଙ୍କ ସହ ଆଲୋଚନା ନ କରି, ନୂଆ କୃଷି ଆଇନ ଲାଗୁ କରିଥିବା ଅଭିଯୋଗ ହେଉଛି। କିନ୍ତୁ ସରକାର ବାରମ୍ବାର କହି ଆସୁଛନ୍ତି ଯେ କୃଷି ଆଇନ ଲାଗୁ କରିବା ପୂର୍ବରୁ ଅନେକ ମାସ ଧରି ବିଭିନ୍ନ ବର୍ଗର ଲୋକ ଓ ଚାଷୀଙ୍କ ସହ ଆଲୋଚନା ହୋଇଥିଲା। ଏପରି ସ୍ଥିତିରେ କିଏ ସତ କହୁଛି ଓ କିଏ ମିଛ, କହୁଛି ତା’ର ଖୁଲାସା ଆରଟିଆଇ ସୂଚନାରୁ ସ୍ପଷ୍ଟ ହୋଇଯାଇଛି।

କୃଷି ଆଇନ ଲାଗୁ କରିବା ପୂର୍ବରୁ ସରକାର କାହା ସହ କେତେ ଥର ବୈଠକ କରିଥିଲେ ବୋଲି ଆରଟିଆଇ ଜରିଆରେ ତଥ୍ୟ ମଗା ଯାଇଥିଲା। ହେଲେ ସରକାରଙ୍କ ପାଖରେ ବୈଠକ ସମ୍ପର୍କରେ କୌଣସି ତଥ୍ୟ ବା ରେକର୍ଡ ନାହିଁ ବୋଲି କୁହାଯାଇଛି। କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ନୂଆ କୃଷି ଆଇନ ଲାଗୁ କରିବା ପୂର୍ବରୁ କୌଣସି ଚାଷୀ କିମ୍ବା ବିଶେଷଜ୍ଞ ଟିମ ସହ ଆବଶ୍ୟକ ଆଲୋଚନା କରି ନଥିବା ବିରୋଧୀ ଦଳଗୁଡ଼ିକ ବାରମ୍ବାର ଅଭିଯୋଗ କରୁଛନ୍ତି।

ହେଲେ କେନ୍ଦ୍ର ସରକାର ଏଥିରେ ସତ୍ୟତା ନଥିବା କହି ଆସୁଛନ୍ତି। କୃଷି ଆଇନ ଲାଗୁ କରିବା ପୂର୍ବରୁ ବିଭିନ୍ନ ଚାଷୀ ସଂଗଠନ ସହ ଆଲୋଚନା ହୋଇଥିବା ସରକାର କହିଛନ୍ତି। ସୋମବାର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଫେସବୁକରେ ଲାଇଭ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ କୃଷି ଆଇନ ସମ୍ପର୍କରେ ଦୀର୍ଘ ସମୟ ଧରି ଦେଶରେ ଆଲୋଚନା ହୋଇଥିଲା। ଏଥିପାଇଁ ଏକାଧିକ କମିଟି ଗଠନ ହୋଇଥିଲା ଓ ଏହି କମିଟି ବିଭିନ୍ନ ବର୍ଗର ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲା।

ଏହାପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ କୃଷି ଆଇନକୁ ନେଇ ଏକାଧିକ ବୈଠକ, ଟ୍ରେନିଂ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନ ଏହା ସହ ଜଡ଼ିତ ଲୋକଙ୍କ ସହ କରାଯାଇଛି। ଜୁନ୍‌ ମାସରୁ ୧.୩୭ ଲକ୍ଷ ୱେବିନାର ଓ ଟ୍ରେନିଂ ପ୍ରୋଗ୍ରାମ କରାଯାଇଥିଲା। ଏଥିରେ ୯୨.୪୨ ଲକ୍ଷ ଚାଷୀ ଭାଗ ନେଇଥିଲେ ବୋଲି ସେ କହିଥିଲେ।

ଖାଲି ସେତିକି ନୁହେଁ, ସରକାରଙ୍କ ପକ୍ଷରୁ ଜାରି ଏକ ନୋଟ୍‌ରେ କୁହାଯାଇଥିଲା ଯେ କୃଷି ଆଇନରେ କିଛି ଚାଷୀ ସଂଗଠନ ଓ ଚାଷ ଉପରେ ଜ୍ଞାନ ରଖିଥିବା ମଣ୍ଡି ଅଫିସିଆଲଙ୍କ ପ୍ରସ୍ତାବକୁ ସାମିଲ କରାଯାଇଛି। ଇପିଓମାନଙ୍କ ସହ ମଧ୍ୟ କୃଷି ଆଇନକୁ ନେଇ ବୈଠକ ହୋଇଥିଲା। ମନ୍ତ୍ରଣାଳୟ ଗୋଟିଏ ବଡ଼ ଚାଷୀ ସଂଗଠନର ମତାମତ ନେଇଥିଲା ଓ ସେମାନଙ୍କ ମତାମତ ପରେ ଅଧ୍ୟାଦେଶରେ ପରିବର୍ତ୍ତନ ମଧ୍ୟ କରାଯାଇଥିଲା।

ହେଲେ ଏବେ ଆରଟିଆଇ ଜରିଆରେ କରାଯାଇଥିବା ଆବେଦନରେ ସରକାର ତଥ୍ୟ ନଥିବା କଥା କହି ନୂଆ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି। ଡିସେମ୍ବର ୧୫ରେ ଏନଡିଟିଭି ପକ୍ଷରୁ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗଠାରୁ ଏ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଆରଟିଆଇ ଜରିଆରେ ଆବେଦନ କରାଯାଇଥିଲା।

ଏଥିରେ ପଚରା ଯାଇଥିଲା ଯେ ସରକାର କୃଷି ଆଇନ ପ୍ରଣୟନ କରିବା ପୂର୍ବରୁ କେତେଥର ଚାଷୀ ସଂଗଠନ ଓ ଅନ୍ୟ ବର୍ଗର ଲୋକଙ୍କ ସହ ବିଚାରବିମର୍ଶ କରିଥିଲେ? ଏଥିସହ ସରକାର କେବେ ଓ କେଉଁ ଚାଷୀ ସଂଗଠନ ସହ ବୈଠକ କରିଥିଲେ, ତା’ର ତଥ୍ୟ ମଗା ଯାଇଥିଲା।

ଡିସେମ୍ବର ୨୨ରେ ମୁଖ୍ୟ ସୂଚନା ଅଫିସର ଏହାର ଜବାବ ଦେଇଥିଲେ। ସେ କହିଥିଲେ ଯେ ଏହି ପ୍ରସଙ୍ଗରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଏ ସମ୍ପର୍କରେ କ୍ଷମତାସୀନ ମୋଦି ସରକାର ଏଯାଏ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story