ଆସନ୍ତାକାଲି ରାଜ୍ୟସଭାରେ ସିଏବି, କ’ଣ ରହିଛି ସଂଖ୍ୟାର ଖେଳ

ନୂଆଦିଲ୍ଲୀ: ଲୋକସଭାରେ ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ପରେ ମଞ୍ଜୁରୀ ପାଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ କରାଯିବ। ଦିନ ୨ଟାରୁ ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ। ବିତର୍କ ପାଇଁ ୬ ଘଣ୍ଟାର ସମୟ ଦିଆଯାଇଛି। ତେବେ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ସିଏବି ବେଶ ସହଜରେ ପାସ ହୋଇଗଲା। ତେବେ ରାଜ୍ୟସଭା ପରୀକ୍ଷାରେ ଏହା ପାସ ହେବ କି […]

cv

cv

Hemant Lenka
  • Published: Tuesday, 10 December 2019
  • Updated: 10 December 2019, 01:17 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ପରେ ମଞ୍ଜୁରୀ ପାଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ କରାଯିବ। ଦିନ ୨ଟାରୁ ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ। ବିତର୍କ ପାଇଁ ୬ ଘଣ୍ଟାର ସମୟ ଦିଆଯାଇଛି।

ତେବେ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ସିଏବି ବେଶ ସହଜରେ ପାସ ହୋଇଗଲା। ତେବେ ରାଜ୍ୟସଭା ପରୀକ୍ଷାରେ ଏହା ପାସ ହେବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର।

ଲୋକସଭାରେ ଜେଡିୟୁ, ଶିବସେନା, ବିଜେଡି ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କିଛି ଦଳ ସମର୍ଥନ କରିବାରୁ ବିଜେପି ତା’ର ଘୋଷଣାପତ୍ରରେ ଉଲ୍ଲେଖ କରିଥିବା ଏହି ବିବାଦୀୟ ସିଏବି ବିଲକୁ ପାସ କରାଇବାରେ ସକ୍ଷମ ହୋଇଥିଲା। ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲ ରାଜ୍ୟସଭାରେ ଆଗତ କରିଥିଲେ। ହେଲେ ସଂଖ୍ୟା ଅଭାବରୁ ଏହା ବିତର୍କରେ ସାମିଲ ହୋଇ ପାରି ନଥିଲା।

କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ଏହାକୁ ରାଜ୍ୟସଭାରେ ବିରୋଧ କରିବେ। ହେଲେ ମୋଦି ସରକାର ଜେଡିୟୁ ଓ ବିଜେଡି ସହାୟତାରେ ରାଜ୍ୟସଭା ପରୀକ୍ଷାରେ ପାସ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ରାଜ୍ୟସଭାର ମୋଟ ଆସନ ସଂଖ୍ୟା ୨୪୫। ଏବେ ୫ଟି ଆସନ ଖାଲି ପଡ଼ିଛି। ୨୪୦ ଆସନ ବିଶିଷ୍ଟ ରାଜ୍ୟସଭାର ଯଦି ସମସ୍ତ ସଦସ୍ୟ ଭୋଟ ଦେଲେ, ତା’ହେଲେ ସିଏବି ବିଲ ପାସ କରିବା ପାଇଁ ୧୨୧ ଜଣ ସାଂସଦଙ୍କ ସମର୍ଥନ ଦରକାର।

ଦୁଇ ବର୍ଷ ମଧ୍ୟରେ ବିଜେପି ଓ ଏନଡିଏ ସଦସ୍ୟଙ୍କ ସଂଖ୍ୟା ରାଜ୍ୟସଭାରେ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟସଭାରେ ବିଜେପି ପାଖରେ ୮୩ ଜଣ ସାଂସଦ ଥିବା ବେଳେ ବିଜେଡିର ୭, ଏଆଇଏଡିଏମକେର ୧୧, ଅକାଳୀ ଦଳର ୩, ଶିବସେନାର ୩, ଜେଡିୟୁର ୬, ୱାଇଏସ୍‌ଆର କଂଗ୍ରେସର ୨, ଏଲଜେପିର ୧, ଆରପିଆଇର ୧ ଓ ୪ ଜଣ ମନୋନୀତ ସଭ୍ୟ ରହିଛନ୍ତି। ଏମାନେ ସମସ୍ତେ ସିଏବି ବିଲକୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅର୍ଥାତ ବିଲ ସପକ୍ଷରେ ୧୨୧ ସାଂସଦଙ୍କ ସମର୍ଥନ ରହିଛି।

ଅନ୍ୟପକ୍ଷରେ ବିରୋଧୀଙ୍କ ପାଖରେ ୧୦୦ ଜଣ ସାଂସଦ ରହିଛନ୍ତି। ରାଜ୍ୟସଭାରେ କଂଗ୍ରେସର ୪୬, ଟିଏମସିର ୧୩, ସପାର ୯, ବାମପନ୍ଥୀର ୬, ଡିଏମକେର ୫, ଆରଜେଡି, ବିଏସପି ଓ ଏନସିପର ୪ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ଟିଡିପିର ୨, ମୁସଲିମ ଲିଗର ୧, ପିଡିପିର ୨, ଜେଡିଏସର ୧, କେରଳ କଂଗ୍ରେସର ୧ ଓ ଟିଆରଏସର ୬ ଜଣ ସାଂସଦ ରହିଛନ୍ତି।

ତେବେ ବାକି ରହିଥିବା ୧୯ ଜଣ ସାଂସଦ କାହାକୁ ସମର୍ଥନ କରିବେ, ତା’ ଉପରେ ମଧ୍ୟ ନଜର ରହିଛି। ରାଜ୍ୟସଭାରେ ଆସାମ ଗଣ ପରିଷଦର ୧, ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଡର ୧, ଏମଡିଏମକେର ୧, ନାଗା ପିପୁଲ୍ସର ୧, ଆପର ୩ ଜଣ, ପିଏମକେର ୧ ଓ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟର ଜଣେ ସାଂସଦ ରହିଛନ୍ତି। ଏଥିସହ ରାଜ୍ୟସଭାରେ ୬ ଜଣ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ସାଂସଦ ମଧ୍ୟ ରହିଛନ୍ତି।

ତେଣୁ ବିଲକୁ ପାସ କରାଇବା କଷ୍ଟ ନ ହେଲେ ବି ମୋଦି ସରକାରଙ୍କୁ ଅନେକ କସରତ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story