କାହିଁକି ଏହି ସଂସ୍ଥାକୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ: ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମକୁ ମିଳିବ ଚଳିତ ବର୍ଷର ପ୍ରତିଷ୍ଠିତ ନୋବେଲ୍ ଶାନ୍ତି ପୁରସ୍କାର। ଆଜି ନରେଓ୍ୱର ଓସ୍ଲୋରେ ନୋବେଲ ପୁରସ୍କାର କମିଟି ଏହି ଘୋଷଣା କରିଛି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧା ମୁକ୍ତି ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ସହାୟକ ହୋଇ ନୂଆ ଉଦାହରଣ ସୃଷ୍ଟି କରିଥିବାରୁ ଚଳିତ ବର୍ଷ ଏହି ସଂସ୍ଥାକୁ ସମ୍ମାନଜନକ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି।  ଖାଦ୍ୟ ନିରାପତ୍ତା ଦିଗରେ ଭାରତ ସମେତ ବିଶ୍ୱର ବିଭିନ୍ନ ଭାଗରେ […]

bb

bb

Hemant Lenka
  • Published: Friday, 09 October 2020
  • Updated: 09 October 2020, 09:03 PM IST

Sports

Latest News

ଷ୍ଟକହୋମ: ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମକୁ ମିଳିବ ଚଳିତ ବର୍ଷର ପ୍ରତିଷ୍ଠିତ ନୋବେଲ୍ ଶାନ୍ତି ପୁରସ୍କାର। ଆଜି ନରେଓ୍ୱର ଓସ୍ଲୋରେ ନୋବେଲ ପୁରସ୍କାର କମିଟି ଏହି ଘୋଷଣା କରିଛି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧା ମୁକ୍ତି ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ସହାୟକ ହୋଇ ନୂଆ ଉଦାହରଣ ସୃଷ୍ଟି କରିଥିବାରୁ ଚଳିତ ବର୍ଷ ଏହି ସଂସ୍ଥାକୁ ସମ୍ମାନଜନକ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି।  ଖାଦ୍ୟ ନିରାପତ୍ତା ଦିଗରେ ଭାରତ ସମେତ ବିଶ୍ୱର ବିଭିନ୍ନ ଭାଗରେ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିଛି।

ଭୋକ ଓ ଖାଦ୍ୟ ଅଭାବରୁ ସୃଷ୍ଟି ହୋଇଥାଏ ସଂଘର୍ଷ। ଆଉ ସଂଘର୍ଷ କ୍ରମେ ବଢ଼ି ହିଂସା ବା ଯୁଦ୍ଧର ରୂପ ନେଇଥାଏ। ଠିକ୍ ସେହିପରି ଯୁଦ୍ଧ ଓ ସଂଘର୍ଷରୁ ଦେଖାଦେଇଥାଏ ଖାଦ୍ୟାଭାବ। ଏହା କ୍ଷୁଧାକୁ ବି ବଢ଼ାଇଥାଏ। ବିଶ୍ୱର ବିଭିନ୍ନ ଭାଗରେ ଦେଖାଦେଉଥିବା ଖାଦ୍ୟାଭାବ ଓ କ୍ଷୁଧାକୁ ମେଣ୍ଟାଇ ଶାନ୍ତି ଓ ସ୍ଥିରତା ଆଣି ଭାଇଚାର ଦିଗରେ ପ୍ରମୁଖ ଭୂମିକା ନେଇଛି ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ ବା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ।

ଏଥିପାଇଁ ଜାତିସଂଘର ଏହି ସଂସ୍ଥାକୁ ଚଳିତବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଆଜି ନରେଓ୍ୱର ଓସ୍ଲୋରେ ନୋବେଲ୍ ପୁରସ୍କାର କମିଟି ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି, ଖାଦ୍ୟ ନିରାପତ୍ତା ଦ୍ୱାରା ଯେ କେବଳ କ୍ଷୁଧା ମେଣ୍ଟେ ନାହିଁ ବରଂ ଏହା ଦ୍ୱାରା ଶାନ୍ତି ଓ ସ୍ଥିରତା ବଜାୟ ରହିଥାଏ। କ୍ଷୁଧାର ମୁକାବିଲା ସହ ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ସହ ଭୋକକୁ ସଂଘର୍ଷ ଓ ଯୁଦ୍ଧର ଅସ୍ତ୍ର ଭାବେ ବ୍ୟବହାରକୁ ରୋକିବା ଲାଗି ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମର ପ୍ରତିଷ୍ଠା ୧୯୬୧ ମସିହାରେ ହୋଇଥିଲା। ପ୍ରତିଷ୍ଠା ହେବା ଦିନଠାରୁ ବିଶ୍ୱର ପ୍ରତି କୋଣରେ ଭୋକିଲାଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛି ଏହି ସଂସ୍ଥା। ୟେମେନରୁ ଆରମ୍ଭ କରି ଉତ୍ତର କୋରିଆ, ସାଉଥ୍ ସୁଦାନରୁ କଙ୍ଗୋ ଭଳି ଯୁଦ୍ଧ ପ୍ରଭାବିତ ରାଷ୍ଟ୍ରଗୁଡ଼ିକରେ କାମ କରୁଛି ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ।

ସାଉଥ୍ ସୁଦାନର ଅପହଞ୍ଚ ଇଲାକାରେ ବିମାନ ଯୋଗେ ଏୟାର୍ ଡ୍ରପ୍ କରି ଖାଦ୍ୟ ପକାଉଛନ୍ତି ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ ସ୍ୱେଚ୍ଛାସେବୀ । ସେହିପରି ଓଡ଼ିଶା ସମେତ ଭାରତର ବିଭିନ୍ନ ଭାଗରେ ମଧ୍ୟ ଖାଦ୍ୟ ନିରାପତ୍ତାକୁ ସୁଦୃଢ କରିବା ଦିଗରେ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ ଉଦ୍ୟମ ଜାରି ରଖିଛି। ବିଶ୍ୱର ୮୮ଟି ଦେଶରେ ପ୍ରାୟ ୧୦ କୋଟି ଲୋକ ପ୍ରତିବର୍ଷ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି।

ଡିସେମ୍ବର ୧୦ ତାରିଖରେ ଓସ୍ଲୋରେ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ୧୧ ଲକ୍ଷ ଡଲାର ପୁରସ୍କାର ରାଶି ସହ ସ୍ୱର୍ଣ୍ଣ ପଦକ ମିଳିବ। ଦ୍ୱାଦଶ ଥର ଲାଗି ଜାତିସଂଘର କୌଣସି ସଂସ୍ଥାକୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି।

ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ୩୧୮ ଜଣଙ୍କ ନାଁ ରହିଥିଲା। ଏହି ୩୧୮ ମଧ୍ୟରେ ୨୧୧ ଜଣ ବ୍ୟକ୍ତି ଓ ୧୦୭ଟି ସଂଗଠନ ରହିଥିଲା। ନୋବେଲ ଶାନ୍ତି ପାଇଁ ଏତେ ସଂଖ୍ୟକ ଲୋକ ଓ ସଂଗଠନ ସାମିଲ ହେବା ୪ର୍ଥ ଘଟଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story