ଇସଲାମାବାଦ: ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ହେବାରୁ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ସହର ପାଖରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।
ସାର ସୟଦ ଏକ୍ସପ୍ରେସ ଟ୍ରେନ୍ ଲାହୋର ଅଭିମୁଖେ ଯାଉଥିବା ବେଳେ ମିଲିଆତ ଏକ୍ସପ୍ରେସ ସହ ଦୁର୍ଘଟଣା ହୋଇଛି। ଏହି ମିଲିଆତ ଏକ୍ସପ୍ରେସ କରାଚିରୁ ସାରଗୋଧା ଯାଉଥିଲା। ଉଭୟ ଟ୍ରେନ ଏବେ ରେଳଧାରଣା ଉପରେ ପଡ଼ି ରହିଛି। ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଆସି ଆହତ ଏବଂ ମୃତକଙ୍କୁ ଉଦ୍ଧାର କରିଛନ୍ତି। କରୋନା ମହାମାରୀ ପାଇଁ ଟ୍ରେନରେ ଯାତ୍ରୀଙ୍କ ସଂକ୍ୟା ଏତେଟା ନଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା ଏବେ ସାଧାରଣା ଘଟଣା ପାଲଟି ଯାଇଛି। ଦୁର୍ବଳ ସିଗନାଲ ବ୍ୟବସ୍ଥା ପାଇଁ ଏଭଳି ଦୁର୍ଘଟଣା ଘଟୁଥିବା ସୂଚନା ରହିଛି। ସେଠିକାର ସରକାର ସିଗନାଲକୁ ସଜାଡିବା ଉପରେ ଗୁରୁତ୍ୱ ଦେଉନଥିବା ସୂଚନା ରହିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

International
ଏହି ବ୍ୟକ୍ତିଙ୍କୁ କ’ଣ ୧୪୦ ବର୍ଷ ବୟସ ହେଲାଣି?
ଯଦି ନଜିରଙ୍କ ଦାବି ସତ ପ୍ରମାଣିତ ହେବ, ତା’ହେଲେ ସେ ବିଶ୍ୱର ବୟସ୍କ ବ୍ୟକ୍ତିର ମାନ୍ୟତା ପାଇବେ।

International
କୃଷିରୁ ଖଣି ଯାଏଁ ଭାରତ ଓ ଚିଲି ମଧ୍ୟରେ ସୁଦୃଢ଼ ହେଉଛି ସଂପର୍କ
ରାଷ୍ଟ୍ରପତି ବୋରିକ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ୧୯୪୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ଐତିହାସିକ କୂଟନୈତିକ ସମ୍ପର୍କ, ବୃଦ୍ଧି ପାଉଥିବା ବାଣିଜ୍ୟିକ ସମ୍ପର୍କ, ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ, ସାଂସ୍କୃତିକ ସମ୍ପର୍କ ଏବଂ ଉଭୟ ଦେଶ ମଧ୍ୟରେ ଉଷ୍ମ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ମରଣ କରିଥିଲେ। ପାରସ୍ପରିକ ସ୍ୱାର୍ଥର ସମସ୍ତ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ସମ୍ପ୍ରସାରିତ ଏବଂ ଦୃଢ କରିବା ଲାଗି ସେମାନେ ଇଚ୍ଛା ବ୍ୟକ୍ତ କରିଥିଲେ।

International
କେବଳ ଫ୍ରାଙ୍କଲିନ ରୁଜଭେଲ୍ଟ ୨ରୁ ଅଧିକ ଥର ଆମେରିକାର ରାଷ୍ଟ୍ରପତି ହୋଇଥିଲେ, ଏହା ପଛର କାରଣ ଜାଣନ୍ତି କି?
ଆମେରିକାରେ ଜଣେ ବ୍ୟକ୍ତି କେବଳ ଦୁଇଟି ଟର୍ମ ବା ଦୁଇ ଥର ରାଷ୍ଟ୍ରପତି ହେବାର ପରମ୍ପରା ଆରମ୍ଭ କରିଥିଲେ ଜର୍ଜ ୱାଶିଂଟନ, ଥୋମାସ ଜେଫରସନ ଓ ଜେମ୍ସ ମ୍ୟାଡିସନ୍ଙ୍କ ଭଳି ପୂର୍ବତନ ରାଷ୍ଟ୍ରପତିମାନେ।

International
ନେପାଳରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଲଢ଼େଇ କରିଥିବା ପୂର୍ବତନ ମାଓବାଦୀ ଏବେ ରାଜତନ୍ତ୍ର ସପକ୍ଷରେ କରୁଛନ୍ତି ଆନ୍ଦୋଳନ
ନେପାଳରୁ ରାଜା ଜ୍ଞାନେନ୍ଦ୍ର ଶାହଙ୍କୁ ଗାଦିଚ୍ୟୁତ କରି ସାମ୍ବିଧାନିକ ରାଜତନ୍ତ୍ରର ଅନ୍ତ କରିବାରେ ଓ ଏହାକୁ ହିନ୍ଦୁ ରାଷ୍ଟ୍ରରୁ ଏକ ଧର୍ମନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବାରେ ଜଣେ ମାଓବାଦୀ ଭାବେ ସଂଘର୍ଷ କରିଥିବା ଦୁର୍ଗା ପ୍ରସାଇ ଏବେ ପୁଣି ଥରେ ନେପାଳର ରାଜାଙ୍କୁ ସାମ୍ବିଧାନିକ ମୁଖ୍ୟ କରି ହିନ୍ଦୁ ରାଜତନ୍ତ୍ର ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡ଼ିଛନ୍ତି।

International
ଭୂକମ୍ପରେ ମିଆଁମାର ଓ ଥାଇଲ୍ୟାଣ୍ଡ ଛାରଖାର: ୧୦ ହଜାର ଟପିବ ମୃତ୍ୟୁସଂଖ୍ୟା! ଭାରତ ଆରମ୍ଭ କଲା ଅପରେସନ ବ୍ରହ୍ମା
ଆମେରିକା ଏଜେନ୍ସି କହିଛି ଯେ ଯେତିକି କ୍ଷୟକ୍ଷତି ହୋଇଛି, ତା’କୁ ଦେଖିଲେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବାର ଯଥେଷ୍ଟ ଆଶଙ୍କା ରହିଛି।