ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ପାର୍ଟି ଭିଡିଓ ଭାଇରାଲ, ଡ୍ରଗ୍ସ ଟେଷ୍ଟ ଦାବି

ନୂଆଦିଲ୍ଲୀ: ବିବାଦରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମାରିନ୍‌। ସାମ୍ନାକୁ ଆସିଛି ତାଙ୍କର ଏକ ଡ୍ୟାନ୍ସ ଭିଡିଓ। ଯାହା ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ବିରୋଧୀ ଏହି ଭିଡିଓକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିବା ସହ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ପ୍ରକୃତରେ ଭାଇରାଲ ଭିଡିଓରେ ସନା ମାରିନ୍‌ ନିଜର କିଛି ସାଙ୍ଗସାଥୀଙ୍କ ସହ ଏକ ଫ୍ଲାଟ୍‌ରେ ଡ୍ୟାନ୍ସ କରିବା ସହ ଗୀତ ଗାଉଥିବା ନଜର ଆସିଛନ୍ତି। ତେବେ ଏହି ପାର୍ଟିରେ ଫିନ୍‌ଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ […]

Finnish PM Sanna Marin

Finnish PM Sanna Marin

Madhupriya Mistry
  • Published: Friday, 19 August 2022
  • Updated: 19 August 2022, 01:45 PM IST

ନୂଆଦିଲ୍ଲୀ: ବିବାଦରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମାରିନ୍‌। ସାମ୍ନାକୁ ଆସିଛି ତାଙ୍କର ଏକ ଡ୍ୟାନ୍ସ ଭିଡିଓ। ଯାହା ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ବିରୋଧୀ ଏହି ଭିଡିଓକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିବା ସହ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ପ୍ରକୃତରେ ଭାଇରାଲ ଭିଡିଓରେ ସନା ମାରିନ୍‌ ନିଜର କିଛି ସାଙ୍ଗସାଥୀଙ୍କ ସହ ଏକ ଫ୍ଲାଟ୍‌ରେ ଡ୍ୟାନ୍ସ କରିବା ସହ ଗୀତ ଗାଉଥିବା ନଜର ଆସିଛନ୍ତି। ତେବେ ଏହି ପାର୍ଟିରେ ଫିନ୍‌ଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବଡ ବଡ ନେତା ମଧ୍ୟ ଉପସ୍ଥିତ ଅଛନ୍ତି। ଅନେକ ଗାୟକ, ଟିଭି କଳାକାରଙ୍କ ସମେତ ଫିନଲାଣ୍ଡ ସାଂସଦ ଇଲ୍ମରୀ ନୁରମିନେନ୍‌ ମଧ୍ୟ ଏହି ଡ୍ୟାନ୍ସ ପାର୍ଟିରେ ସାମିଲ ଅଛନ୍ତି। ଉକ୍ତ ଭିଡିଓଟି ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରାଯାଇଛି। ଅନେକ ବିରୋଧୀ ଦଳ ତାଙ୍କ ଇସ୍ତଫା ଦାବି କରିଛନ୍ତି।

https://twitter.com/visegrad24/status/1560015797367488517?s=20&t=Jf0tFH4j43VYtnSCr231oQ

ଭିଡିଓ ସାମ୍ନାକୁ ଆସିବା ପରେ ସନା ମାରିନା ଡ୍ରଗ୍ସ ସେବନ କରି ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିବ ବିରୋଧୀ ଅଭିଯୋଗ ଆଣିଛନ୍ତି। ତେଣୁ ତାଙ୍କର ଡ୍ରଗ୍ସ ଟେଷ୍ଟ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ସାନା ମାରିନ୍‌ ସ୍ୱୀକାର କରିଛନ୍ତି ଯେ ସେ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରିଥିଲେ କିନ୍ତୁ ଡ୍ରଗ୍ସ ନେବା କଥାକୁ ସେ ଖଣ୍ଡନ କରିଛନ୍ତି। ଡ୍ରଗ୍ ପରୀକ୍ଷା ପାଇଁ ସେ ପ୍ରସ୍ତୁତ ବୋଲି କହିବା ସହ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

ସେ କହିଛନ୍ତି 'ମୋର ଲୁଚାଇବାକୁ କିଛି ନାହିଁ। ମୁଁ କେବେବି ଡ୍ରଗ୍ସ ସେବନ କରି ନାହିଁ। ନାଚିବା ଏବଂ ଗୀତ ଗାଇବା ସମ୍ପୂର୍ଣ୍ଣ ଆଇନଗତ ଥିଲା। ତେଣୁ ମୋ ଆଚରଣରେ କୌଣସି ପରିବର୍ତ୍ତନ ଆଣିବାର ପ୍ରଶ୍ନ ଉଠୁନାହିଁ। ମୁଁ ଯେପରି ଥିଲି ସେପରି ହିଁ ରହିବି।'

Watch: Finland PM Sanna Marin faces backlash after wild party video goes  viral - World News

ଫିନଲାଣ୍ଡ ଗଣମାଧ୍ୟମର ସୂଚନା ମୁତାବକ, ଭିଡିଓରେ ମାରିନ୍‌ ସାଙ୍ଗମାନଙ୍କ ସହ ନାଚିବା ସହ ଫିନଲାଣ୍ଡର ରାପର ପେଟ୍ରି ନାଇଗାର୍ଡ ଏବଂ ପପ୍ ଗାୟକ ଆଣ୍ଟି ଟୁଇସ୍କୁଙ୍କ ଗୀତରେ ତାଳ ଦେଇ ଗାଇଥିବାର ଦେଖିବାକୁ ମିଳିବ। ଏହି ଭିଡିଓକୁ ପ୍ରଥମେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅପଲୋଡ୍ କରାଯାଇଥିଲା।

ବିଶ୍ୱର ସବୁଠୁ ଯୁବ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୩୬ ବର୍ଷୀୟ ମାରିନ୍‌। ଏହା ପୂର୍ବରୁ ମଧ୍ୟ କରୋନା କାଳରେ ପାର୍ଟି ଆୟୋଜନ କରି ସେ ବିବାଦ ଘେରକୁ ଆସି ସାରିଛନ୍ତି। ଗତ ବର୍ଷ ସେ କୋଭିଡ ପଜିଟିଭ ବ୍ୟକ୍ତିଙ୍କ  ସମ୍ପର୍କରେ ଆସିବା ପରେ କ୍ଲବକୁ ଯାଇଥିବା ନେଇ କ୍ଷମା ମାଗିଥିଲେ।

ଅନେକ ସଙ୍ଗୀତ ସମାରୋହରେ ଭାଗ ନେବା ଓ ଦେଶକୁ ଶାସନ କରିବା ବଦଳରେ ପାର୍ଟିରେ ମସଗୁଲ ରହିବା ପାଇଁ ତାଙ୍କୁ ଲୋକେ ସମାଲୋଚନ କରିଥିଲେ। ଅଧିକାଂଶ ଲୋକେ ସେ ପ୍ରଧାନମନନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି ବୋଲି କହୁଛନ୍ତି। କିନ୍ତୁ ସୋଶାଲ ମିଡିଆରେ ଅନେକ ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos