ଫ୍ରାନ୍ସରେ ରାଫେଲ୍ ଡିଲର ହେବ ବିଚାର ବିଭାଗୀୟ ତଦନ୍ତ: ରିପୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ଡିଲ୍‌ର ହେବ ବିଚାର ବିଭାଗୀୟ ତଦନ୍ତ। ଫ୍ରାନ୍ସ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଫ୍ରାନ୍ସର ଏକ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି। ଫ୍ରାନ୍ସର ଜଣେ ବିଚାରପତି ଏଥିସହ ନିଯୁକ୍ତ ହୋଇଥିବା ସୂଚନା ରହିଛି। ଏହି ରିପୋର୍ଟରେ କୁହାଯାଇଛି, ୨୦୧୬ରେ ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ରାଫେଲ୍ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ରହିଛି। ଯଦିଓ ଭାରତର ସର୍ବୋଚ୍ଚ କୋର୍ଟ ଏହାକୁ ନେଇ ତାଙ୍କ […]

Rafale

Rafale

Subhransu Sekhar
  • Published: Saturday, 03 July 2021
  • Updated: 03 July 2021, 10:46 AM IST

Sports

Latest News

ନୂଆଦିଲ୍ଲୀ: ରାଫେଲ୍‌ ଡିଲ୍‌ର ହେବ ବିଚାର ବିଭାଗୀୟ ତଦନ୍ତ। ଫ୍ରାନ୍ସ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଫ୍ରାନ୍ସର ଏକ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି। ଫ୍ରାନ୍ସର ଜଣେ ବିଚାରପତି ଏଥିସହ ନିଯୁକ୍ତ ହୋଇଥିବା ସୂଚନା ରହିଛି।

ଏହି ରିପୋର୍ଟରେ କୁହାଯାଇଛି, ୨୦୧୬ରେ ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ରାଫେଲ୍ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ରହିଛି। ଯଦିଓ ଭାରତର ସର୍ବୋଚ୍ଚ କୋର୍ଟ ଏହାକୁ ନେଇ ତାଙ୍କ ସରକାରଙ୍କୁ କ୍ଲିନଚିଟ୍ ଦେଇ ସାରିଛନ୍ତି କିନ୍ତୁ ଫ୍ରାନ୍ସରେ ନିକଟରେ ଏହି ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଜୁନ ୧୪ରୁ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଫ୍ରାନ୍ସ ସରକାରଙ୍କ ଅର୍ଥନୈତିକ ଅପରାଧିକ ଶାଖା ତଦନ୍ତ ବାବଦରେ ସୁନିଶ୍ଚିତ କରିଥିବା କୁହାଯାଇଛି।

ଫ୍ରେଞ୍ଚ ୱେବସାଇଟ୍ ଏପ୍ରିଲ୍ ୨୦୨୧ରେ ରାଫେଲ୍ ଚୁକ୍ତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ଅନେକ ରିପୋର୍ଟ ପ୍ରକାଶ କରିଥିଲା। ସେହି ରିପୋର୍ଟଗୁଡିକ ମଧ୍ୟରୁ ଗୋଟିଏରେ ମିଡିଆପାର୍ଟ ନାମକ ଏକ ସଂସ୍ଥା ଦାବି କରିଛି ଯେ ଫ୍ରାନ୍ସର ପବ୍ଲିକ୍ ପ୍ରସିକ୍ୟୁସନ୍ ସର୍ଭିସେସ (ପିଏନ୍ଏଫ)ର ଅର୍ଥନୈତିକ ଅପରାଧିକ ଶାଖାର ପୂର୍ବତନ ମୁଖ୍ୟ ଇଲିଆନ୍ ହୁଲେଟ୍ ତାଙ୍କ ସହଯୋଗୀଙ୍କ ଆପତ୍ତି ସତ୍ତ୍ୱେ ରାଫେଲ ଜେଟ୍ ଚୁକ୍ତି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶକୁ ରୋକି ଦେଇଥିଲେ। ଫ୍ରାନ୍ସର ସ୍ୱାର୍ଥ, ରାଫେଲ୍ ନିର୍ମାଣରେ ସାମିଲ କମ୍ପାନୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତଦନ୍ତ ନିର୍ଦ୍ଦେଶ ଉପରେ ସେ ରୋକ୍ ଲଗାଇଥିଲେ ବୋଲି ଜଣାପଡ଼ିଛି।

ମିଡିଆପାର୍ଟ ଏବେ ଏକ ରିପୋର୍ଟରେ କହିଛି ଯେ ପିଏନ୍ଏଫର ନୂଆ ମୁଖ୍ୟ ଜାନ-ଫ୍ରାଙ୍କୋଇସ୍ ବୁହାର୍ଟ ଏହି ମାମଲାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମିଡିଆପାର୍ଟ କହିଛି ରାଫେଲ୍ ବିମାନ କିଣା ପାଇଁ ଚୁକ୍ତିନାମା ସ୍ୱାକ୍ଷର ହେବା ସମୟରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ଓଲାନ୍ଦେ, ବର୍ତ୍ତମାନର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ଯିଏକି ସେତେବେଳେ ଓଲାନ୍ଦେଙ୍କ ଅର୍ଥମନ୍ତ୍ରୀ ଥିଲେ ଏବଂ ସେତେବେଳେ ପ୍ରତିରକ୍ଷା ବିଭାଗ ପରିଚାଳନା କରୁଥିବା ବୈଦେଶିକ ମନ୍ତ୍ରୀ ଜାନ-ୟେଭସଲେ ଡ୍ରିଆନ୍ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ଭାରତ ସରକାର ଫ୍ରାନ୍ସରୁ ୩୬ ରାଫେଲ୍ ଯୁଦ୍ଧ ବିମାନ କିଣିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ। ଭାରତ ଇତି ମଧ୍ୟରେ କିଛି ରାଫେଲ ପାଇଛି। ଅବଶିଷ୍ଟ ରାଫେଲ୍ ୨୦୨୨ ସୁଦ୍ଧା ଭାରତ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos