ବିନା ମାଟିରେ ଗଛ ହେବା ସମ୍ଭବ କି ? ୪ ମହାକାଶଚାରୀ ସଫଳ କରି ଦେଖାଇବେ !

ନୂଆଦିଲ୍ଲୀ: ବିନା ମାଟିରେ ଗଛ ହେବା ସମ୍ଭବ କି ? ତାହାପୁଣି ମହାକାଶରେ। ସ୍ପେସ୍ ଏକ୍ସ ପକ୍ଷରୁ ବୁଧବାର ୪ ଜଣ ମହାକାଶଚାରୀ ଏହି ଲକ୍ଷ୍ୟ ସଫଳ କରିଦେଖାଇବାକୁ ବାହାରିଛନ୍ତି। ସେମାନେ ବୁଧବାର ମହାକାଶ ଗବେଷଣା କେନ୍ଦ୍ର ଉପଲକ୍ଷେ ବାହାରି ଯାଇଛନ୍ତି। ଏହାଛଡା ଚନ୍ଦ୍ର ଓ ମଙ୍ଗଳ ଗ୍ରାହକୁ ଯାତ୍ରା ନିମନ୍ତେ ମଧ୍ୟ ସେମାନେ ଏଠାରେ ଗବେଷଣା କରିବେ। ନାଶା ମହାକାଶଚାରୀ କେଜେଲ ଲିଣ୍ଡଗ୍ରେନ, ରୋବର୍ଟ ହାଇନ୍ସ ଓ ଜେସିକା ୱାଟକିନ୍ସଙ୍କ ସହିତ ଇରୋପିଆନ ମହାକାଶ ଏଜନ୍ସି […]

grow-plants-without-soil

grow-plants-without-soil

Niranjan Mishra
  • Published: Wednesday, 27 April 2022
  • Updated: 27 April 2022, 06:18 PM IST

ନୂଆଦିଲ୍ଲୀ: ବିନା ମାଟିରେ ଗଛ ହେବା ସମ୍ଭବ କି ? ତାହାପୁଣି ମହାକାଶରେ। ସ୍ପେସ୍ ଏକ୍ସ ପକ୍ଷରୁ ବୁଧବାର ୪ ଜଣ ମହାକାଶଚାରୀ ଏହି ଲକ୍ଷ୍ୟ ସଫଳ କରିଦେଖାଇବାକୁ ବାହାରିଛନ୍ତି। ସେମାନେ ବୁଧବାର ମହାକାଶ ଗବେଷଣା କେନ୍ଦ୍ର ଉପଲକ୍ଷେ ବାହାରି ଯାଇଛନ୍ତି। ଏହାଛଡା ଚନ୍ଦ୍ର ଓ ମଙ୍ଗଳ ଗ୍ରାହକୁ ଯାତ୍ରା ନିମନ୍ତେ ମଧ୍ୟ ସେମାନେ ଏଠାରେ ଗବେଷଣା କରିବେ। ନାଶା ମହାକାଶଚାରୀ କେଜେଲ ଲିଣ୍ଡଗ୍ରେନ, ରୋବର୍ଟ ହାଇନ୍ସ ଓ ଜେସିକା ୱାଟକିନ୍ସଙ୍କ ସହିତ ଇରୋପିଆନ ମହାକାଶ ଏଜନ୍ସି ମହାକାଶଚାରୀ ସାମନ୍ତ କ୍ରିଷ୍ଟୋଫୋରେଟି ଏହି ଲକ୍ଷ୍ୟରେ ବାହାରିଛନ୍ତି। ସେମାନେ ସ୍ପେସ୍ ଷ୍ଟେସନରେ ଗୁରୁବାର ପହଞ୍ଚିବେ।

ସେଠାରେ ସେମାନେ ଉଡନ୍ତା ଗବେଷଣାଗାର ଭିତରେ ଅନେକ ଗବେଷଣା କରିବେ। ଯାହା ଭିତରେ ବିନା ମାଟିରେ ଗଛ ବଢ଼ାଇବା ପ୍ରମୁଖ ଲକ୍ଷ୍ୟ ରହିଛି। ସେଠାରେ ଥିବା ସାଥୀମାନଙ୍କ ସହ ୩ଟି ମିଶନରେ ସେମାନେ କାମ କରିବେ। ଯାହା ଭିତରେ ରହିଛି ବିନା ମାଟିରେ ତଥା ହାଇଡ୍ରୋପୋନିକ୍ (ତରଳ-ଆଧାରିତ) ଏବଂ ଏରୋପୋନିକ୍ (ବାୟୁ-ଆଧାରିତ) ଉଦ୍ଭିଦ ବୃଦ୍ଧି କରିବା। ଏକ୍ସରୁଟ୍ ନାମରେ ନାମିତ ଏହି ଦଳ ଗଛ ବଢ଼ିବା ସମୟର ଭିଡିଓ ଏବଂ ଫଟୋ ଉତ୍ତୋଳନ କରି ସମୀକ୍ଷା କରିବେ। ଏହି ଗଛ ବଢ଼ିବା ନିମନ୍ତେ କେବଳ ପାଣି ଓ ପୃଷ୍ଟିର ବ୍ୟବହାର ହେବ। ଏହା ସଫଳ ହେଲେ ଚନ୍ଦ୍ର ଓ ଅନ୍ୟ ଗ୍ରହରେ ବସବାସ ନିମନ୍ତେ ବ୍ୟାପକ ଶସ୍ୟ ଉତ୍ପାଦନରେ ଖୁବ୍ ସୁବିଧା ହେବ ବୋଲି ନାଶା ପକ୍ଷରୁ କୁହାଯାଇଛି।

ପ୍ରୋଟିନ୍-ଆଧାରିତ କୃତ୍ରିମ ରେଟିନା ଉତ୍ପାଦନ ପରୀକ୍ଷଣ ସହିତ ବ୍ୟାକ୍ଟେରିଆହୋଡୋପସିନ୍ ନାମକ ଏକ ହାଲୁକା ସକ୍ରିୟ ପ୍ରୋଟିନ୍ ବ୍ୟବହାର କରି କୃତ୍ରିମ ମାନବ ରେଟିନା ବିକଶିତ କରିବା ମଧ୍ୟ ଲକ୍ଷ୍ୟ ରଖିଛି। ଏହା ଆଖିରେ ନଷ୍ଟ ହୋଇଥିବା ଆଲୋକ-ରଶ୍ମି କୋଷିକାଗୁଡ଼ିକ ପରିବର୍ତ୍ତନରେ ସହାୟକ ହେବ। ପରୀକ୍ଷା ଯଦି ସଫଳ ହୁଏ ତେବେ ଏହା ପୃଥିବୀରେ ଲକ୍ଷାଧିକ ଲୋକଙ୍କୁ ପୁନଶ୍ଚ ଦୁନିଆ ଦେଖିବାରେ ସହାୟକ ହେବ।

ମହାକାଶଚାରୀମାନେ କିବୋ ରୋବଟ୍ ପ୍ରୋଗ୍ରାମିଂ ଉପରେ ମଧ୍ୟ କାମ କରିବେ। ଏହା ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ବାହାର ମହାକାଶରେ ଉଡି ବୁଲିବ। ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ପ୍ରୋଗ୍ରାମିଂ କରି ମହାକାଶରେ ଅଧିକ ଗେବଷଣା କରିପରିବେ। ଏଭଳି ଏକାଧିକ ଫ୍ଲାଇଙ୍ଗ ଉପଗ୍ରହ ତିଆରି ସେମାନଙ୍କ ଆଗରେ ଚ୍ୟାଲେଞ୍ଜ ହୋଇଛି।

ଭବିଷ୍ୟତରେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଯାଉଥିବା କର୍ମଚାରୀଙ୍କ ପାଇଁ ଏକ ସୁସ୍ଥ ଜୀବନ ନିଶ୍ଚିତ କରିବାକୁ ଡାକ୍ତରୀ ଅଧ୍ୟୟନ କରାଯିବା ମଧ୍ୟ ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ରହିଛି। ଯାହା ଦଶନ୍ଧି ଧରି ଚାଲିବ ବୋଲି ନାସା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos