ଚାଇନାର ଧମକ ସତ୍ତ୍ୱେ ତାଇୱାନରେ ଆମେରିକାର ନାନ୍ସି ପେଲୋସି

ୱାଶିଂଟନ: ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଚାଇନାର ଖୋଲା ଧମକ ସତ୍ତ୍ୱେ ତାଇୱାନରେ ପହଞ୍ଚିଛନ୍ତି ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସି। ଦୀର୍ଘ ୨୫ ବର୍ଷ ଭିତରେ ଆମେରିକାର କୌଣସି ନିର୍ବାଚିତ ଉଚ୍ଚ ପଦାଧିକାରୀ ତାଇୱାନ ଗସ୍ତ କରିଛନ୍ତି। ଆମେରିକା ସରକାରଙ୍କ ସ୍ୱତନ୍ତ୍ର ବିମାନରେ ନାନ୍ସି ଆଜି ତାଇୱାନ ବାୟୁସୀମାରେ ପ୍ରବେଶ କରିଥିଲେ। ଏହାପରେ ତାଇୱାନର ଯୁଦ୍ଧ ବିମାନ ତାଙ୍କୁ ସମସ୍ତଙ୍କ ପ୍ରକାରର ସୁରକ୍ଷା ଯୋଗାଇ ଦେଇଥିଲେ। ସୀମା […]

Nancy-pelosi

Nancy-pelosi

Hemant Lenka
  • Published: Tuesday, 02 August 2022
  • Updated: 02 August 2022, 09:55 PM IST

Sports

Latest News

ୱାଶିଂଟନ: ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଚାଇନାର ଖୋଲା ଧମକ ସତ୍ତ୍ୱେ ତାଇୱାନରେ ପହଞ୍ଚିଛନ୍ତି ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସି। ଦୀର୍ଘ ୨୫ ବର୍ଷ ଭିତରେ ଆମେରିକାର କୌଣସି ନିର୍ବାଚିତ ଉଚ୍ଚ ପଦାଧିକାରୀ ତାଇୱାନ ଗସ୍ତ କରିଛନ୍ତି।

ଆମେରିକା ସରକାରଙ୍କ ସ୍ୱତନ୍ତ୍ର ବିମାନରେ ନାନ୍ସି ଆଜି ତାଇୱାନ ବାୟୁସୀମାରେ ପ୍ରବେଶ କରିଥିଲେ। ଏହାପରେ ତାଇୱାନର ଯୁଦ୍ଧ ବିମାନ ତାଙ୍କୁ ସମସ୍ତଙ୍କ ପ୍ରକାରର ସୁରକ୍ଷା ଯୋଗାଇ ଦେଇଥିଲେ। ସୀମା ଅତିକ୍ରମ କରି ତାଇପେଇ ସହରର ଏୟାରପୋର୍ଟରେ ନାନ୍ସିଙ୍କ ବିମାନ ପହଞ୍ଚିବା ଯାଏ ତାଙ୍କୁ ଯୁଦ୍ଧ ବିମାନ ତାଙ୍କ ସହ ଉଡ଼ାଣ କରିଥିଲା।

ସେହିପରି ଚାଇନା ଧମକ ଦେଇଥିବାରୁ ତାଇୱାନ ଆର୍ମି ନାନ୍ସିଙ୍କୁ ସ୍ଥଳ ଭାଗରେ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରିଛି। ନାନ୍ସି ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ସ୍ୱତନ୍ତ୍ର ମିଟିଂ ସ୍ଥଳକୁ ନିଆଯାଇଛି। ଆସନ୍ତାକାଲି ସେ ତାଇୱାନର ରାଷ୍ଟ୍ରପତିଙ୍କୁ ଭେଟିବେ। ଚାଇନାର ବିପଦକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟ ତାଇୱାନର ପୂର୍ବ ଭାଗରେ ୪ଟି ଯୁଦ୍ଧ ଜାହାଜ ମୁତୟନ କରିଛି। ଏୟାକ୍ରାଫ୍ଟ ବ୍ୟାରିୟର ମଧ୍ୟ ଆମେରିକା ସେନା ତାଇୱାନ ସୀମାରେ ମହଜୁଦ କରି ରଖିଛି। ଚାଇନା ମଧ୍ୟ ପଛରେ ପଡ଼ିନି। ତାଇୱାନ ସୀମା ନିକଟରେ ବେଜିଂ ପକ୍ଷରୁ ଯୁଦ୍ଧ ଜାହାଜ ଉଡ଼ା ଯାଇଛି। ସେହିପରି ତାଇୱାନ ସୀମାକୁ ଲାଗି ରହିଥିବା ୬ଟି ରିଜନରେ ଚାଇନା ସେନା ଗୁରୁବାର ଠାରୁ ରବିବାର ଯାଏ ମିଲିଟାରୀ ଡ୍ରିଲ କରିବ ବୋଲି ମଧ୍ୟ ଘୋଷଣା କରିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇ ଯାଇଛି।

ତାଇୱାନକୁ ଚାଇନା ସବୁବେଳେ ନିଜର କହି ଆସୁଛି। ହେଲେ ଏହାକୁ ସେଠାକାର ଲୋକ ଗ୍ରହଣ କରୁ ନାହାନ୍ତି ଓ ଚାଇନା ବିରୋଧରେ ବିକ୍ଷୋଭ କରୁଛନ୍ତି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ନାନ୍ସି ତାଙ୍କ ଏସିଆ ଟ୍ରିପ ଆରମ୍ଭ କରିଛନ୍ତି। ସେ ମାଲେସିୟାରେ ପହଞ୍ଚିବା ପରେ ସେଠାରୁ ଯାଇ ତାଇୱାନରେ ପହଞ୍ଚିଛନ୍ତି।

ନାନ୍ସିଙ୍କ ପହଞ୍ଚିବା ପୂର୍ବରୁ ଚାଇନା ଧମକ ଦେଇଥିଲା। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଙ୍ଗ କହିଥିଲେ ଯେ, “ଚାଇନାର ସାର୍ବଭୌମତ୍ୱ ସୁରକ୍ଷା ସ୍ୱାର୍ଥକୁ ଯଦି ଆମେରିକା ଅଣଦେଖା କରିବ, ତା’ହେଲେ ଏଥିପାଇଁ ଦେଶକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଯାହା ବି ଘଟଣା ଘଟିବ, ସେଥିପାଇଁ ଆମେରିକା ହିଁ ଦାୟୀ ରହିବ।”

ସେହିପରି ନାନ୍ସ ପହଞ୍ଚିବା ପରେ ମଧ୍ୟ ଚାଇନା ଧମକ ଦେବାକୁ ପଛାଇ ନାହିଁ। ଚାଇନା ମୁଖପାତ୍ର ହୁଆ ଚୁନୟିଙ୍ଗ ଟ୍ୱିଟ କରିଛନ୍ତି, ଏହା କୌଣସି ପ୍ରକାରର ଅନସ୍ୱୀକୃତି ପ୍ରାପ୍ତ ଗସ୍ତ ନୁହେଁ। କାରଣ ଆମେରିକା ସଂସଦର ବାଚସ୍ପତି ତୃତୀୟ ସର୍ବୋଚ୍ଚ ପାହ୍ୟାର ଅଧିକାରୀ। ସେ ମିଲିଟାରୀ ବିମାନରେ ଆସି ଉତ୍ତେଜନା ସୃଷ୍ଟି କରିବା ଭଳି କାମ କରିଛନ୍ତି। କିଛି ବର୍ଷ ହେଲାଣି ଆମେରିକା ପ୍ରଶାସନ ୱାନ ଚାଇନା ନୀତିକୁ ଅଣଦେଖା କରି ଆସୁଛି। ତାଇୱାନ ସହ ଆମେରିକା ତା’ର ସମ୍ପର୍କ ବୃଦ୍ଧି କରିବାରେ ଲାଗିଛି ଓ ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରୁଛି। ଏହାକୁ ଚାଇନା ଆଦୌ ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି। ନାନ୍ସି ତାଇୱାନରେ ପହଞ୍ଚିବା ପରେ ସେଠାକାର ଗଣତନ୍ତ୍ରକୁ ସବୁବେଳେ ସମ୍ମାନ କରେ ବୋଲି କହି ପରୋକ୍ଷରେ ଚାଇନାର ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story