ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ଡେଭିଡ଼ କାର୍ଡ, ଜୋସୁଆ ଡି ଆଙ୍ଗ୍ରିଷ୍ଟ, ଗାଇଡୋ ଡବ୍ଲୁ. ଇମ୍ବେନ୍ସଙ୍କୁ ଏହି ସମ୍ମାନଜନକ ପୁରସ୍କାରେ ସମ୍ମାନୀତ କରାଯିବ। ପୁରସ୍କାରର ଅଧା ଡେଭିଡ କାର୍ଡ ପାଇବାକୁ ଥିବା ବେଳେ ବାକି ଅଧା ଅନ୍ୟ ୨ ଜଣ ପାଇବେ। ଶ୍ରମ ଅର୍ଥନୀତିରେ ଡେଭିଡ କାର୍ଡଙ୍କୁ ତାଙ୍କ ପରୀକ୍ଷାମୂଳକ ଅବଦାନ ପାଇଁ ନୋବେଲ କମିଟି ପୁରସ୍କାରର ଅଧା ଭାଗ ପ୍ରଦାନ କରିଛି […]

Nobel Prize

Nobel Prize

Madhupriya Mistry
  • Published: Monday, 11 October 2021
  • Updated: 11 October 2021, 04:19 PM IST

Sports

Latest News

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ଡେଭିଡ଼ କାର୍ଡ, ଜୋସୁଆ ଡି ଆଙ୍ଗ୍ରିଷ୍ଟ, ଗାଇଡୋ ଡବ୍ଲୁ. ଇମ୍ବେନ୍ସଙ୍କୁ ଏହି ସମ୍ମାନଜନକ ପୁରସ୍କାରେ ସମ୍ମାନୀତ କରାଯିବ। ପୁରସ୍କାରର ଅଧା ଡେଭିଡ କାର୍ଡ ପାଇବାକୁ ଥିବା ବେଳେ ବାକି ଅଧା ଅନ୍ୟ ୨ ଜଣ ପାଇବେ।

ଶ୍ରମ ଅର୍ଥନୀତିରେ ଡେଭିଡ କାର୍ଡଙ୍କୁ ତାଙ୍କ ପରୀକ୍ଷାମୂଳକ ଅବଦାନ ପାଇଁ ନୋବେଲ କମିଟି ପୁରସ୍କାରର ଅଧା ଭାଗ ପ୍ରଦାନ କରିଛି ଏବଂ ଅନ୍ୟ ଅର୍ଦ୍ଧେକ ମିଳିତ ଭାବରେ ଜୋଶୁଆ ଡି’ଆଙ୍ଗ୍ରିଷ୍ଟ ଏବଂ ଗାଇଡୋ ଡବ୍ଲୁ ଇମ୍ବେନ୍ସଙ୍କୁ କାରଣ ସମ୍ବନ୍ଧୀୟ ବିଶ୍ଳେଷଣରେ ପଦ୍ଧତିଗତ ଅବଦାନ ପାଇଁ ଦିଆଯାଇଛି।

ସ୍ୱିଡିଶ ଏକାଡେମି କହିଛି, 'ଚଳିତ ବର୍ଷ ପୁରସ୍କାର ବିଜେତା ଡେଭିଡ, ଜେଶୁଆ ଏବଂ ଗାଇଡୋ ଆମକୁ ମାର୍କେଟ ବଜାର ବିଷୟରେ ନୂତନ ଜ୍ଞାନ ଦେଇଛନ୍ତି ଏବଂ ପ୍ରାକୃତିକ ପରୀକ୍ଷଣରୁ କେଉଁ କାରଣ ଏବଂ ପ୍ରଭାବ ବିଷୟରେ ନିଷ୍କର୍ଷ ବାହାରିପାରିବ ତାହା ଜଣାଇଛନ୍ତି। ତାଙ୍କର ଆଭିମୁଖ୍ୟ ଅନ୍ୟ କ୍ଷେତ୍ରକୁ ବ୍ୟାପିଛି ଏବଂ ପରୀକ୍ଷାମୂଳକ ଅନୁସନ୍ଧାନରେ ପରିବର୍ତ୍ତନ ଆସିଛି।'

ଅର୍ଥନୈତିକ ବିଜ୍ଞାନରେ ନୋବେଲ ପୁରସ୍କାର ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଷ୍ଟକହୋମ ଦ୍ୱାରା ପ୍ରଦାନ କରାଯାଉଛି। ନୋବେଲ ଫାଉଣ୍ଡେସନକୁ ୧୯୬୮ ମସିହାରେ ବ୍ୟାଙ୍କର ୩୦୦ତମ ବାର୍ଷିକୀରେ ସେଭେରିଜ୍ ରିକ୍ସବ୍ୟାଙ୍କରୁ ଏକ ଦାନ ଗ୍ରହଣ କରିଥିଲା । ଏହି ପୁରସ୍କାର ସେହି ଦାନ ଉପରେ ଆଧାରିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos