କରୋନା ଉପରେ କିମ‌ଙ୍କ ବିଜୟ ଘୋଷଣା ପରେ ହଟିଲା ସବୁ କଟକଣା

ସେଓଲ: ମହାମାରୀ କରୋନା ଉପରେ ଉତ୍ତର କୋରିଆ ବିଜୟପ୍ରାପ୍ତ କରିଥିବା ଘୋଷଣା କରିଛନ୍ତି ରାଷ୍ଟ୍ରପତି କିମ ଜଙ୍ଗ ଉନ। ତାଙ୍କର ଏହି ଘୋଷଣା ପରେ ଦେଶରେ କରୋନା ପାଇଁ ଲାଗିଥିବା ସମସ୍ତ କଟକଣାକୁ ହଟାଇ ଦିଆଯାଇଛି। ମାସ୍କ ମଧ୍ୟ ଆଉ ବାଧ୍ୟତାମୂଳକ ନୁହେଁ ବୋଲି ଉତ୍ତର କୋରିଆ ସରକାର କହିଛନ୍ତି। ଉତ୍ତର କୋରିଆରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ କିମ ଜଙ୍ଗ ଉନ ପ୍ରଶାସନ ପଡ଼ୋଶୀ ଦକ୍ଷିଣ କୋରିଆକୁ ଦାୟୀ କରିଥିଲା। ଏପରି କି ଯଦି ପରିସ୍ଥିତି […]

Kim-jung-un

Kim-jung-un

Hemant Lenka
  • Published: Saturday, 13 August 2022
  • Updated: 13 August 2022, 11:15 AM IST

Sports

Latest News

ସେଓଲ: ମହାମାରୀ କରୋନା ଉପରେ ଉତ୍ତର କୋରିଆ ବିଜୟପ୍ରାପ୍ତ କରିଥିବା ଘୋଷଣା କରିଛନ୍ତି ରାଷ୍ଟ୍ରପତି କିମ ଜଙ୍ଗ ଉନ। ତାଙ୍କର ଏହି ଘୋଷଣା ପରେ ଦେଶରେ କରୋନା ପାଇଁ ଲାଗିଥିବା ସମସ୍ତ କଟକଣାକୁ ହଟାଇ ଦିଆଯାଇଛି। ମାସ୍କ ମଧ୍ୟ ଆଉ ବାଧ୍ୟତାମୂଳକ ନୁହେଁ ବୋଲି ଉତ୍ତର କୋରିଆ ସରକାର କହିଛନ୍ତି।

ଉତ୍ତର କୋରିଆରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ କିମ ଜଙ୍ଗ ଉନ ପ୍ରଶାସନ ପଡ଼ୋଶୀ ଦକ୍ଷିଣ କୋରିଆକୁ ଦାୟୀ କରିଥିଲା। ଏପରି କି ଯଦି ପରିସ୍ଥିତି ଅଧିକ ବିଗିଡ଼ିବ, ତା’ହେଲେ ଦକ୍ଷିଣ କୋରିଆକୁ ଧ୍ୱଂସ କରିଦେବ ବୋଲି ଉତ୍ତର କୋରିଆ ଚେତାବନୀ ଦେଇଥିଲା। ଏହି ସବୁ ବିବାଦ ଭିତରେ ଉତ୍ତର କୋରିଆ କରୋନାକୁ ଦେଶରୁ ମୂଳପୋଛ କରିଥିବା କିମ ଜଙ୍ଗ ଉନ ଦାବି କରିଥିଲେ।

ଏବେ ସରକାର କହିଛନ୍ତି, ଭାଇରସ ପାଇଁ ଲାଗୁ ହୋଇଥିବା କଟକଣାକୁ ହଟାଇ ଦିଆଯାଉଛି। ଦେଶରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥିବାରୁ କଟକଣା ଲାଗିଥିଲା। ହେଲେ ଏହି ସମସ୍ୟାକୁ ଏବେ ନିଷ୍କ୍ରିୟ କରି ଦିଆଯାଇଛି। କିଛି ଦିନ ପାଇଁ ଦେଶରେ ପ୍ରବେଶ କରିଥିବା ଭାଇରସ କବଳରୁ ଦେଶ ଏବେ ସଂପୂର୍ଣ୍ଣ ମୁକ୍ତ ହୋଇଛି ବୋଲି ଉତ୍ତର କୋରିଆ ସରକାର କହିଛନ୍ତି।

ସରକାର ଆହୁରି କହିଛନ୍ତି, ଦେଶ ଭିତରେ ଆଉ ମାସ୍କ ବାଧ୍ୟତାମୂଳକ ନୁହେଁ। କିନ୍ତୁ ଦେଶର ସୀମାନ୍ତ ଅଞ୍ଚଳର ସହର ଓ ସେଠାରେ କାମ କରୁଥିବା ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ। ଏହାଦ୍ୱାରା ପୂରା ଦେଶ ଭାଇରାସ କବଳରୁ ମୁକ୍ତ ରହିପାରିବ।

ମେ’ ମାସରେ ଉତ୍ତର କୋରିଆରେ ପ୍ରଥମ କରୋନା ଭାଇରସ ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଦେଶରେ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ଖବର ମିଳିଥିଲା। ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସି ପାରୁ ନଥିଲା। ସଂକ୍ରମଣ ବଢ଼ୁଥିବା ବେଳେ ହଠାତ୍‌ ଗତ ସପ୍ତାହରେ କିମ ଜଙ୍ଗ ଉନ ସାମ୍ନାକୁ ଆସି ଉତ୍ତର କୋରିଆ କରୋନାକୁ ହରାଇ ଦେଇଥିବା କହିଥିଲେ। ଏଥିସହ ସରକାର ବିଜୟ ସଙ୍କେତ ପ୍ରଦର୍ଶନ କରି କରୋନା ବିପକ୍ଷରେ ବିଜୟ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos