ଇମ୍ରାନ ଖାନଙ୍କ ‘ପରମାଣୁ ବାଣ’ର କାଉଣ୍ଟର କଲା ପାକିସ୍ତାନ ସେନା

ଇସଲାମାବାଦ: ପାକିସ୍ତାନ ପାଖରେ ଥିବା ପରମାଣୁ ଅସ୍ତ୍ରଶସ୍ତ୍ରର ସୁରକ୍ଷାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସନ୍ଦେହ ପ୍ରକାଶ କରିଛନ୍ତି। ଦେଶର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଶାସନ ସମୟରେ ପରମାଣୁ ଅସ୍ତ୍ରଶସ୍ତ୍ର ଆଦୌ ସୁରକ୍ଷିତ ରହିପାରିବ ନାହିଁ ବୋଲି ଇମ୍ରାନ ଖାନ କହିବା ପରେ ବିବାଦ ସୃଷ୍ଟି ହୋଇଛି। ଇମ୍ରାନ ଖାନଙ୍କ ଏପରି ବୟାନକୁ କାଉଣ୍ଟର କରିଛି ପାକିସ୍ତାନ ସେନା। ଆଇଏସପିଆରର ଡିଜି ମେଜର ଜେନେରାଲ ବାବର ଇଫତିକାର ପୂରା ଘଟଣା ଉପରେ ପ୍ରତିକ୍ରିୟା ଦେଇ […]

Imran-khan

Imran-khan

Hemant Lenka
  • Published: Friday, 15 April 2022
  • Updated: 15 April 2022, 12:12 PM IST

ଇସଲାମାବାଦ: ପାକିସ୍ତାନ ପାଖରେ ଥିବା ପରମାଣୁ ଅସ୍ତ୍ରଶସ୍ତ୍ରର ସୁରକ୍ଷାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସନ୍ଦେହ ପ୍ରକାଶ କରିଛନ୍ତି। ଦେଶର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଶାସନ ସମୟରେ ପରମାଣୁ ଅସ୍ତ୍ରଶସ୍ତ୍ର ଆଦୌ ସୁରକ୍ଷିତ ରହିପାରିବ ନାହିଁ ବୋଲି ଇମ୍ରାନ ଖାନ କହିବା ପରେ ବିବାଦ ସୃଷ୍ଟି ହୋଇଛି। ଇମ୍ରାନ ଖାନଙ୍କ ଏପରି ବୟାନକୁ କାଉଣ୍ଟର କରିଛି ପାକିସ୍ତାନ ସେନା।

ଆଇଏସପିଆରର ଡିଜି ମେଜର ଜେନେରାଲ ବାବର ଇଫତିକାର ପୂରା ଘଟଣା ଉପରେ ପ୍ରତିକ୍ରିୟା ଦେଇ ଇମ୍ରାନ ଖାନଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ଦେଶର ଆଣବିକ ସମ୍ପତ୍ତି କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ ବୋଲି କହିଛନ୍ତି। ଏହାପୂର୍ବରୁ ଇମ୍ରାନ ଖାନ ପେଶାୱରରେ କରିଥିବା ରାଲିରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ. “ଷଡ଼ଯନ୍ତ୍ର ବଳରେ କ୍ଷମତାକୁ ଆସିଥିବା ଲୋକମାନଙ୍କୁ ନେଇ ମୁଁ ମୋର ପ୍ରତିଷ୍ଠାନଗୁଡ଼ିକ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ। କ’ଣ ଏପରି ଲୋକମାନଙ୍କ ହାତରେ ଆମ ପାଖରେ ଥିବା ଆଣବିକ ସମ୍ପତ୍ତି ସୁରକ୍ଷିତ ହୋଇ ରହିପାରିବ? ମୋତେ ଲାଗୁଛି ଆମ ଦେଶର ଆଣବିକ ଅସ୍ତ୍ରଶସ୍ତ୍ର ଆଉ ସୁରକ୍ଷିତ ଲୋକଙ୍କ ହାତରେ ନାହିଁ।”

ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ଇମ୍ରାନ ଖାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି। ଏହା ପଛରେ ଆମେରିକାର ହାତ ଥିବା ଥିବା ସେ ପୁଣି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଆମେରିକା, ଆମେ ତୁମକୁ କେବେ ହେଲେ କ୍ଷମା ମାଗିବୁ ନାହିଁ। ଆମକୁ କ୍ଷମା ଦେବାକୁ ତୁମେ କିଏ? ତୁମେ ଏପରି କ୍ଲୀତଦାସ, ଶରିଫ ଓ ଜରଦାରୀ ଭଳି ଲୋକଙ୍କ ସହ ଅଭ୍ୟସ୍ତ ହୋଇଯାଇଛି। ଆମେରିକା, ଯାହା ଚାହୁଁଥିଲା ସେୟା ହିଁ ହେଉଛି।

ତେଣୁ ଅନ୍ୟର କଣ୍ଢେଇ ସାଜିଥିବା ଲୋକଙ୍କ ହାତରେ ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ ସୁରକ୍ଷିତ ରହିବ ତ? କ୍ଷମତାରେ ଥିବା ଲୋକଙ୍କ ଟଙ୍କା ବିଦେଶରେ ରହିଛି। ପାକିସ୍ତାନର ପ୍ରତିଷ୍ଠାନଗୁଡ଼ିକ କ’ଣ ଦେଶର ସୁରକ୍ଷାକୁ ଏହି ଚୋରମାନଙ୍କ ହାତରେ ଦେଇନାହାନ୍ତି? କ’ଣ ଭଗବାନଙ୍କୁ ତୁମର ଡର ନାହିଁ?”

ତେବେ ଇମ୍ରାନ ଖାନଙ୍କ ସମସ୍ତ ଅଭିଯୋଗକୁ ପାକିସ୍ତାନ ସେନା ଖଣ୍ଡନ କରିଛି। ଆଇଏସପିଆରର ଡିଜି ମେଜର ଜେନେରାଲ ବାବର ଇଫତିକାର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଆମ ଆଣବିକ କାର୍ଯ୍ୟକ୍ରମ ପାଇଁ କୌଣସି ପ୍ରକାରର ବିପଦ ନାହିଁ। ଆମ ରାଜନୀତିକ ବିତର୍କକୁ ଏସବୁ ପ୍ରସଙ୍ଗ ଆଣିବା ଠିକ ନୁହେଁ। ଆମ ଆଣବିକ କାର୍ଯ୍ୟକ୍ରମ ଏମିତି ଏକ ସ୍ଥାନରେ ରହିଛି, ଯେଉଁଠାରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ସୁଦୃଢ଼। ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଆମ ସୁରକ୍ଷା ବ୍ୟବସ୍ଥା ସବୁଠାରୁ ଶ୍ରେଷ୍ଠ। ଏହା ଉପରେ ଆମର ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଆଣବିକ ସମ୍ପତ୍ତି କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ। ତେଣୁ ଏହାକୁ ରାଜନୀତିକ ପ୍ରସଙ୍ଗ କେହି କରନ୍ତୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos