କଫି ପିଇ ରାଗିଗଲେ ପୁଲିସ ବାବୁ, ୱେଟରକୁ ବାନ୍ଧି ନେଲେ

ମାଦ୍ରିଦ୍‌: କଫି ପିଇବାକୁ ଆସି ରାଗିଗଲେ ପୁଲିସ ବାବୁ। ମନ ପସନ୍ଦର କଫି ନମିଳିବାରୁ ସେ ପୂରା ରାଗରେ ପଞ୍ଚମ ହୋଇଗଲେ। ଏହାପରେ ସେ ଦେଖଇଦେଲେ ନିଜ ପୁଲିସଗିରି। ରାଗିଯାଇ ୱେଟର ହାତରେ ପକାଇଲେ ହାତକଡି। ତାଙ୍କୁ ବାନ୍ଧି ନେଲେ। ଏଭଳି କିଛି ଘଟଣା ଘଟିଛି ସ୍ପେନ୍‌ର ପ୍ୟାମ୍ପଲୋନା ସହରରେ। ସେଠାକାର ଏକ କଫି ସପ୍‌କୁ ଜଣେ ପୁଲିସ ଅଫିସର କୋଲ୍ଡ କଫି ପିଇବାକୁ ଆସିଥିଲେ। ଏହାପରେ ସେ ସେଠାର ୱେଟରକୁ କଫି ପାଇଁ ଅର୍ଡର ଦେଇଥିଲେ। […]

Coffee

Coffee

Madhupriya Mistry
  • Published: Tuesday, 12 October 2021
  • Updated: 12 October 2021, 12:08 PM IST

Sports

Latest News

ମାଦ୍ରିଦ୍‌: କଫି ପିଇବାକୁ ଆସି ରାଗିଗଲେ ପୁଲିସ ବାବୁ। ମନ ପସନ୍ଦର କଫି ନମିଳିବାରୁ ସେ ପୂରା ରାଗରେ ପଞ୍ଚମ ହୋଇଗଲେ। ଏହାପରେ ସେ ଦେଖଇଦେଲେ ନିଜ ପୁଲିସଗିରି। ରାଗିଯାଇ ୱେଟର ହାତରେ ପକାଇଲେ ହାତକଡି। ତାଙ୍କୁ ବାନ୍ଧି ନେଲେ।

ଏଭଳି କିଛି ଘଟଣା ଘଟିଛି ସ୍ପେନ୍‌ର ପ୍ୟାମ୍ପଲୋନା ସହରରେ। ସେଠାକାର ଏକ କଫି ସପ୍‌କୁ ଜଣେ ପୁଲିସ ଅଫିସର କୋଲ୍ଡ କଫି ପିଇବାକୁ ଆସିଥିଲେ। ଏହାପରେ ସେ ସେଠାର ୱେଟରକୁ କଫି ପାଇଁ ଅର୍ଡର ଦେଇଥିଲେ। ତାଙ୍କ ନିକଟକୁ କଫି ଆସିବା ପରେ ସେ କଫି ପିଇଥିଲେ। କିନ୍ତୁ ତାଙ୍କୁ ତା'ର ସ୍ୱାଦ ଅତ୍ୟନ୍ତ ଖରାପ ଲାଗିଥିଲା। ଏହାପରେ ତୁରନ୍ତୁ ନିଜ ପାଟିରୁ କଫି ବାହାର କରି ଫିଙ୍ଗି ଦେଇଥିଲେ।

ଏହାପରେ ପୁଲିସବାବୁ ଜଣକ ୱେଟରକୁ ଡାକି କଫିର ସ୍ୱାଦ ଅତ୍ୟନ୍ତ ଖରାପ ଥିବା ନେଇ ଅଭିଯୋଗ କରିଥିଲେ। ଏହାକୁ ନେଇ ୱେଟର ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଦେଖୁ ଦେଖୁ ଦହିଁଙ୍କ ମଧ୍ୟରେ ଝଗଡା ବଢ଼ିବାକୁ ଲାଗିଥିଲା।

ରିପୋର୍ଟ ମୁତାବକ ମହିଳା ୱେଟର ଜଣକ ପୁଲସ କର୍ମଚାରୀଙ୍କୁ ଜୋରରେ ପାଟି କରି ଖରାପ ଭାଷାରେ ଗାଳି ମଧ୍ୟ କରିଥିଲେ। ଏଥିରେ ରାଗିଯାଇ ପୁଲିସ ବାବୁ ଜଣ ଗାଳିଗୁଲଜ ଏବଂ ଦୁର୍ବବ୍ୟହାର କରିବା ଅଭିଯୋଗରେ ଉକ୍ତ ମହିଳା ୱେଟରକୁ ଗିରଫ କରିନେଇଥିଲେ।

ଯେତେବେଳେ ଏହି ମାମଲା କୋର୍ଟରେ ପହଞ୍ଚିଲା, ମହିଳାଙ୍କୁ ପୁଲିସ କର୍ମଚାରୀ ଜଣକ ଗରଫ କରି ଠିକ୍‌ କରିଛନ୍ତି ବୋଲି କୋର୍ଟ କହିଥିଲେ। କୋର୍ଟ କହିଥିଲେ, କାଫେରେ ଥିବା ମହିଳା ୱେଟରଙ୍କ ଏଭଳି ଅସଦାଚରଣ ଆଦୌ ଗ୍ରହଣୀୟ ନୁହେଁ। କଫି ସପ୍‌ର ଶାନ୍ତି ପାଇଁ ୱେଟରଙ୍କ ଏଭଳି ଆଚରଣ ଠିକ ନୁହେଁ ତେଣୁ ତାଙ୍କୁ ଗିରଫ କରିବାର ନିଷ୍ପତ୍ତି ମଧ୍ୟ ଭୁଲ ନୁହେଁ। କାରଣ ସେହି ସମୟରେ ପୁଲିସ୍ ଜଣେ ଗ୍ରାହକ ଥିଲେ ଏବଂ ସେବାରେ ଅସନ୍ତୁଷ୍ଟ ହୋଇ ସମାଲୋଚନା କରିବାର ଅଧିକାର ଗ୍ରାହକଙ୍କ ପାଖରେ ଅଛି ବୋଲି କୋର୍ଟ କହିଥିଲେ। ତେବେ ପରେ ମହିଳାଙ୍କୁ ଏହିପରି ଗିରଫ କରାଯିବା ହେତୁ ଉକ୍ତ ପୁଲିସ କର୍ମଚାରୀକୁ ୬ ମାସ ଚାକିରିରୁ ନିଲମ୍ବିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos