ଭାଇରାଲ କଲେ ଛାଡ଼ପତ୍ର କଥା, ଗୁଳି କରିଦେଲା ପୂର୍ବତନ ସ୍ୱାମୀ

ନୂଆଦିଲ୍ଲୀ: ଛାଡପତ୍ର ସମ୍ପର୍କରେ ଭାଇରାଲ କରିବା ପଡିଲା ମହଙ୍ଗା। ଟିକ୍‌ଟକ୍‌ରେ ଭିଡିଓ ଭାଇରାଲ ହେବା ପରେ ରାଗରେ ଚରମ ନିଷ୍ପତ୍ତି ନେଲା ପୂର୍ବତନ ସ୍ୱାମୀ। ନିଜ ପୂର୍ବତନ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜେ ବି କଲା ଆତ୍ମହତ୍ୟା। ଏଭଳି ଏକ ଘଟଣା ଘଟିଛି ଆମେରିକାର ଚିକାଗୋରେ। ଚିକାଗୋେର ରହୁଥିବା ୨୯ ବର୍ଷିୟ ପାକିସ୍ତାନୀ ମହିଳା ସାନିଆ ଖାନ୍‌। ସେ ବର୍ଷେ ତଳେ ରାହିଲ ଅହମଦଙ୍କୁ ବିବାହ କରିଥିଲେ। ୫ ବର୍ଷ ପରସ୍ପରକୁ ଡେଟ୍‌ […]

SANIA kHAN

SANIA kHAN

Madhupriya Mistry
  • Published: Tuesday, 09 August 2022
  • Updated: 09 August 2022, 05:26 PM IST

Sports

Latest News

ନୂଆଦିଲ୍ଲୀ: ଛାଡପତ୍ର ସମ୍ପର୍କରେ ଭାଇରାଲ କରିବା ପଡିଲା ମହଙ୍ଗା। ଟିକ୍‌ଟକ୍‌ରେ ଭିଡିଓ ଭାଇରାଲ ହେବା ପରେ ରାଗରେ ଚରମ ନିଷ୍ପତ୍ତି ନେଲା ପୂର୍ବତନ ସ୍ୱାମୀ। ନିଜ ପୂର୍ବତନ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜେ ବି କଲା ଆତ୍ମହତ୍ୟା। ଏଭଳି ଏକ ଘଟଣା ଘଟିଛି ଆମେରିକାର ଚିକାଗୋରେ।

ଚିକାଗୋେର ରହୁଥିବା ୨୯ ବର୍ଷିୟ ପାକିସ୍ତାନୀ ମହିଳା ସାନିଆ ଖାନ୍‌। ସେ ବର୍ଷେ ତଳେ ରାହିଲ ଅହମଦଙ୍କୁ ବିବାହ କରିଥିଲେ। ୫ ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ଉଭୟ ଗତବର୍ଷ ଜୁନ୍‌ ମାସରେ ବିବାହ କରିଥିଲେ। ତେବେ ବିବାହକୁ ଏକ ବର୍ଷ ନ ବିତୁଣି ଉଭୟ ଅଲଗା ହୋଇଯାଇଥିଲେ। ଛାଡପତ୍ର ପାଇଁ ଆବେଦନ କରିଥିଲେ ସାନିଆ। ସେ ନିଜ ବିଫଳ ବିବାହକୁ ନେଇ ଦୁଃଖିତ ଥିଲେ।

Photographer Sania Khan Killed by Abusive Ex-Husband, Shoots Himself After  the Crime - The Teal Mango

ସେ ଛାଡପତ୍ର ବିଷୟରେ ନିଜର ଟିକ୍‌ଟକ୍‌ ଭିଡିଓରେ ବଖାଣିଥିଲେ। ସେ କହିଥିଲେ, ଜଣେ ଦକ୍ଷିଣ ଭାରତୀୟ ମହିଳାଙ୍କ ପାଇଁ ଛାଡପତ୍ର ଅର୍ଥ ଜୀବନରେ ବିଫଳ ହେବା। ଛାଡପତ୍ର ନେଇଥିବା ମହିଳାଙ୍କୁ ସମାଜ ଭଲ ବ୍ୟବହାର କରେନି। ଏପରିକି ଉକ୍ତ ମହିଳାଙ୍କୁ କାହାର ସହାନୁଭୂତି ମଧ୍ୟ ମିଳେନି। ମହିଳାଙ୍କ ପାଇଁ ବିବାହରୁ ବାହାରକୁ ବାହାରିବା ବେଶ୍‌ କଷ୍ଟ।'

ସାନିଆ ପ୍ରାୟତଃ ଟିକ୍‌ଟକ୍‌ ଭିଡିଓରେ ନିଜ ଫଲୋଅର୍ସଙ୍କ ସହ ଛାଡପତ୍ର ନେବା ଅନୁଭବକୁ ବଖାଣୁଥିଲେ। ତେବେ ସାନିଆଙ୍କ ଏଭଳି ଛାଡପତ୍ର ବିଷୟରେ ସୋଶାଲ ମିଡିଆରେ କହିବା ତାଙ୍କ ପୂର୍ବତନ ସ୍ୱାମୀ ଅହମଦ ରାହିଲଙ୍କୁ ପସନ୍ଦ ଆସିନଥିଲା। ସେ ରାଗିଯାଇ ଥିଲେ। ଏପରିକି ସେ ଦୀର୍ଘ ୧୧୦୦ କିଲୋମିଟର ଯାତ୍ରା କରି ଜରର୍ଜିଆର ଆଲ୍ଫାରେଟ୍ଟାରୁ ଚିକାଗୋ ଯାଇ ପୂର୍ବତନ ସ୍ତ୍ରୀ ପାଖରେ ପହଞ୍ଚିଥିଲେ। ଆଉ ସାନିଆଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେ ନିଜେ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏନେଇ ସାନିଆଙ୍କ ବାପା ଫେସ୍‌ବୁକ୍‌ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

Man kills ex-wife and himself after she talked about their marriage on  TikTok | ADN América

ଗତ ମାସ ଜୁଲାଇ ୧୮ ତାରିଖରେ ଓହିଓ ଷ୍ଟ୍ରିଟ୍‌ରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ପୁଲିସକୁ ମିଳିଥିଲା। ଉଭୟଙ୍କ ଶରୀରରେ ଗୁଳିମାଡ ହୋଇବା ଚିହ୍ନଥିଲା। ସାନିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ରାହିଲଙ୍କୁ ଡାକ୍ତର ହସ୍ପିଟାଲରେ ମୃତ ଘୋଷଣା କରିଥିଲେ।

ସାନିଆ ପେସାରେ ଜଣେ ଫଟୋଗ୍ରାଫର ଥିଲେ। ସେ ନିଜ କ୍ୟାମେରାକୁ ବେଶ୍‌ ଭଲ ପାଉଥିଲେ। ଗତ ଜୁନ୍‌ ମାସରେ ସେ ସ୍ୱାମୀ ରାହିଲଙ୍କ ସହ ଚିକାଗୋ ଆସିଥିଲେ। ସେ ଏୟାରହୋଷ୍ଟେସ୍‌ ଭାବେ କାମ କରୁଥିଲେ।

https://twitter.com/ajplus/status/1549895540632014848?s=20&t=zv2o66ZzSQ6GD9faAIaXvQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos