'ଓମିକ୍ରନ୍‌' ଭାରିଏଣ୍ଟ ଚିହ୍ନଟ କରିଥିବା ବୈଜ୍ଞାନିକଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଚାରିଆଡେ କାୟା ମେଲାଇଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଦିନକୁ ଦିନ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଦ୍ରୁତଗତିରେ ବ୍ୟାପିଲାଣି। ଦେଖୁ ଦେଖୁ ୬୦ରୁ ଅଧିକ ଦେଶକୁ ବ୍ୟାପିଗଲାଣି ଓମିକ୍ରନ୍‌। ଏହାରି ଭିତରେ ଏହି ଭାରିଏଣ୍ଟକୁ ଚିହ୍ନଟ କରିଥିବା ବୈଜ୍ଞାନିକଙ୍କୁ ମିଳିଛି ହତ୍ୟା ଧମକ। ଦକ୍ଷିଣ ଆଫ୍ରିକାର ଯେଉଁ ବୈଜ୍ଞାନିକମାନେ କରୋନାଭାଇରସ୍‌ର ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ କରିଛନ୍ତି, ସେମାନଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ଏକ ଚିଠି ପଠାଯାଇଛି। […]

Corona

Corona

Madhupriya Mistry
  • Published: Monday, 13 December 2021
  • Updated: 13 December 2021, 06:14 PM IST

Sports

Latest News

ନୂଆଦିଲ୍ଲୀ: ଚାରିଆଡେ କାୟା ମେଲାଇଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଦିନକୁ ଦିନ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଦ୍ରୁତଗତିରେ ବ୍ୟାପିଲାଣି। ଦେଖୁ ଦେଖୁ ୬୦ରୁ ଅଧିକ ଦେଶକୁ ବ୍ୟାପିଗଲାଣି ଓମିକ୍ରନ୍‌। ଏହାରି ଭିତରେ ଏହି ଭାରିଏଣ୍ଟକୁ ଚିହ୍ନଟ କରିଥିବା ବୈଜ୍ଞାନିକଙ୍କୁ ମିଳିଛି ହତ୍ୟା ଧମକ।

ଦକ୍ଷିଣ ଆଫ୍ରିକାର ଯେଉଁ ବୈଜ୍ଞାନିକମାନେ କରୋନାଭାଇରସ୍‌ର ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ କରିଛନ୍ତି, ସେମାନଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ଏକ ଚିଠି ପଠାଯାଇଛି।

ଦକ୍ଷିଣ ଆଫ୍ରିକାର ୱେବସାଇଟ୍‌ ସଣ୍ଡେ ଟାଇମ୍ସରେ ପ୍ରକାଶିତ ଏକ ଖବର ମୁତାବକ, ଏହି ଧମକ ଦେଇଥିବା ଲୋକଙ୍କ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି। କେଉଁମାନେ ଏହି ଧମକପୂର୍ଣ୍ଣ ଚିଠି ପଠାଇଛନ୍ତି ସେ ନେଇ ପୁଲିସ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛି। ସେପଟେ ଏହି ଚିଠିରେ ଧମକ ଦେଇଥିବା ଦୁର୍ବୃତ୍ତ ଜଣକ ଲେଖିଛି ଯେ 'ବୈଜ୍ଞାନିକମାନେ ଏହି ଭାରିଏଣ୍ଟକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛନ୍ତି। ଏଭଳି ଆତଙ୍କ ସୃଷ୍ଟି କରିବା ଠିକ୍‌ ନୁହେଁ। ତେଣୁ ତାଙ୍କୁ ହତ୍ୟା କରାଯିବ।'

ବାସ୍ତବରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ମଧ୍ୟ ଏନେଇ ଏକ ଚିଠି ପଠାଯାଇଥିଲା, ଯାହା ପରେ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଥିଲା। ଏହି ଧମକପୂର୍ଣ୍ଣ ଚିଠିରେ ଗ୍ଲେଣ୍ଡା ଗ୍ରେ ଏବଂ ପ୍ରଫେସର ଟୁଲିଓ ଡି ଅଲିଭିଏରାଙ୍କ ନାଁ ଉଲ୍ଲେଖ ରହିଛି। ଟୁଲିଓ ଡି ଅଲିଭିଏରା କ୍ୱାଜଲୁ ନଟାଲ୍ ରିସର୍ଚ୍ଚ ଇନୋଭେସନ୍‌ର ମୁଖ୍ୟ ଅଟନ୍ତି।

ସୂଚନା ମୁତାବକ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି, ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କରୋନାର ଦୁଇଟି ଟିକା ନେଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos