ୱାଶିଂଟନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ଜିଲ୍ଲ ବାଇଡେନ। ଜିଲ୍ଲଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ତାଙ୍କ କମ୍ୟୁନିକେସନ ନିର୍ଦ୍ଦେଶକ ଏଲିଜାବେଥ ଆଲେକ୍ସଜେଣ୍ଡର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସୋମବାର ନିୟମିତ ଟେଷ୍ଟିଂ ବେଳେ ଫାଷ୍ଟ ଲେଡିଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ସୋମବାର ସନ୍ଧ୍ୟାରେ ତାଙ୍କ ଶରୀରରେ ଥଣ୍ଡା ଜନିତ ଲକ୍ଷଣ ଦେଖାଯାଇଥିଲା। ଏଥିପାଇଁ ଜିଲ୍ଲ ବାଇଡେନଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ ଆସିଥିଲେ। କିନ୍ତୁ ଆରଟିପିସିଆର ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ପ୍ରୋଟକଲ ଅନୁସାରେ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ଏଲିଜାବେଥ ସୂଚନା ଦେଇଛନ୍ତି।
ଜିଲ୍ଲ ବାଇଡେନ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ରିପୋର୍ଟ ନେଗେଟିଭ ଆସିଛି। କିଛି ଦିନ ପୂର୍ବରୁ ବାଇଡେନ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଆଇସୋଲେସନରେ ରହିଥିଲେ ମଧ୍ୟ ସବୁ ପ୍ରକାରର କାମ କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
କାହାକୁ ୮ହଜାର କୋଟିର ଅଫର ଦେଲେ ମସ୍କ ?
ଡିସେମ୍ବର ୨୪ରେ ଏପରି ପୋଷ୍ଟ ହୋଇଥିବା ବେଳେ ଆଜି ଏହା ଉପରେ ପ୍ରତିକ୍ରିୟା ଦେଇ ମସ୍କ କହିଛନ୍ତି ଯେ ଏହି ଅଫର ଏବେ ବି ବଳବତ୍ତର ରହିଛି।
International
ବିମାନ ଚକା ଭିତରୁ ମିଳିଲା ମୃତଦେହ, କର୍ମଚାରୀ ଛାନିଆ
ବିମାନର ଲ୍ୟାଣ୍ଡିଂ ଗିଅରର ଚକ ଭତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି।
International
କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୩୮ ମୃତ, ସାମ୍ନାକୁ ଆସିଲା କାରଣ
ପକ୍ଷୀମାଡ଼ ପରେ ଫାଟି ଯାଇଥିଲା ବିମାନର ଅକ୍ସିଜେନ୍ ଟ୍ୟାଙ୍କ୍। ଯାତ୍ରୀଙ୍କୁ ନେଇ ଜରୁରୀ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
International
ଖ୍ରୀଷ୍ଟମାସରେ ବଡ଼ ଆଟାକ: ୟୁକ୍ରେନ ଉପରେ ୭୦ ମିସାଇଲ, ୧୦୦ ଡ୍ରୋନ ମାଡ଼ କଲା ରୁଷ
ୟୁକ୍ରେନ ସରକାରଙ୍କ କହିବା କଥା ଯେ ଖ୍ରୀଷ୍ଟମାସରେ ହୋଇଥିବା ଆକ୍ରମଣ ଯୋଗୁ ଶକ୍ତି ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି।
International
ଲ୍ୟାଣ୍ଡିଂ ବେଳେ ବିମାନରେ ବିସ୍ଫୋରଣ, ଥିଲେ ୭୨ ଯାତ୍ରୀ
ବିମାନବନ୍ଦର ନିକଟରେ ଅବତରଣ କରିବା ସମୟରେ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।