ଯଶବନ୍ତ ସିହ୍ନାଙ୍କ ୧୦ଟି ଖାସ୍‌ କଥା: ବିଜେପିରେ ସୃଷ୍ଟି କରିପାରେ କମ୍ପନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରି ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବରିଷ୍ଠ ବିଜେପି ନେତା ଯଶବନ୍ତ ସିହ୍ନା ଚୁପ ହୋଇ ବସିବା ପରି ମନେ ହେଉନାହିଁ। ନିଜେ ସେ ଏପରି ଇଙ୍ଗିତ ଦେଇଛନ୍ତି। ପୁତ୍ର ଜୟନ୍ତ ସିହ୍ନା ତାଙ୍କ କଥାକୁ କାଟିବା ପରେ ପୁଣି ଥରେ ମୁହଁ ଖୋଲିଛନ୍ତି ଯଶବନ୍ତ। ଏଥର ସେ ଏପରି ୧୦ଟି ଖାସ୍‌ କଥା କହିଛନ୍ତି, ଯାହା ଆଗାମୀ ଦିନରେ ମୋଦି ସରକାରକୁ ଅଡୁଆ ପରିସ୍ଥିତିକୁ ଟାଣି […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 04:05 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରି ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବରିଷ୍ଠ ବିଜେପି ନେତା ଯଶବନ୍ତ ସିହ୍ନା ଚୁପ ହୋଇ ବସିବା ପରି ମନେ ହେଉନାହିଁ। ନିଜେ ସେ ଏପରି ଇଙ୍ଗିତ ଦେଇଛନ୍ତି। ପୁତ୍ର ଜୟନ୍ତ ସିହ୍ନା ତାଙ୍କ କଥାକୁ କାଟିବା ପରେ ପୁଣି ଥରେ ମୁହଁ ଖୋଲିଛନ୍ତି ଯଶବନ୍ତ। ଏଥର ସେ ଏପରି ୧୦ଟି ଖାସ୍‌ କଥା କହିଛନ୍ତି, ଯାହା ଆଗାମୀ ଦିନରେ ମୋଦି ସରକାରକୁ ଅଡୁଆ ପରିସ୍ଥିତିକୁ ଟାଣି ନେଇପାରେ।

‘ଆଜ୍‌ ତକ୍‌’ ସହ ଏକ ସାକ୍ଷାତକାରରେ ଯଶବନ୍ତ ‘ମୁଁ ଚୁପ ହୋଇ ବସିବି ନାହିଁ’ ବୋଲି କହିଛନ୍ତି। ସେ କହିଛନ୍ତି, ଦେଶର ହିତ ପାଇଁ କୌଣସି ଭୁଲ ନିଷ୍ପତ୍ତି ନିଆଗଲେ ମୁଁ ଚୁପ ହୋଇ ବସି ପାରିବି ନାହିଁ। ଏହାସହ କେନ୍ଦ୍ରର ବିଜେପି ସରକାରଙ୍କ ବିଷୟରେ ୧୦ଟି ଖାସ୍‌ କଥା ଉଠାଇଛନ୍ତି। ଆସନ୍ତୁ ଜାଣିବା କ’ଣ କହିଛନ୍ତି ଯଶବନ୍ତ।

୧. ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅର୍ଥ ମନ୍ତ୍ରାଳୟକୁ ସମୟ ଦେଇପାରୁ ନାହାଁନ୍ତି। ଏହି କାରଣରୁ ଆର୍ଥିକ ମୋର୍ଚ୍ଚାରେ ସରକାର ତଳକୁ ତଳକୁ ଯାଉଛି।

୨. ଆଜିର ଦିନରେ ସରକାରଙ୍କ ନିଷ୍ପତ୍ତିରେ ବହୁ ନେତା ସହମତ ନାହାଁନ୍ତି, ହେଲେ କେହି ବିରୋଧରେ ପାଟି ଖୋଲୁ ନାହାଁନ୍ତି।

୩. ଆର୍ଥିକ ବିକାଶର ହାର ହ୍ରାସ ପାଇଛି। କିଛିଦିନ ଆଗରୁ ଆସିଥିବା ଜିଏସ୍‌ଟିର ତଥ୍ୟ ଚିନ୍ତାଜନକ ରହିଛି। ଜେଟଲୀଙ୍କୁ ହଟାଇବାକୁ ମୁଁ କେବେ କହିନାହିଁ।

୪. ଦେଶ ଦାରିଦ୍ର୍ୟ ଆଡକୁ ଗତି କରୁଛି। ଗତ ଦେଢ ବର୍ଷରେ ବିକାଶର ହାର ତଳକୁ ତଳକୁ ଯାଉଛି। ଆର୍ଥିକ ସ୍ଥରରେ ଦୃଢ ଦେଶ ହିଁ ସ୍ୱାବଲମ୍ବି ହୋଇପାରିବ।

୫. ଏହା ଆବଶ୍ୟକ ନୁହେଁ ଜୟନ୍ତ ସିହ୍ନା ଓ ମୋ ବିଚାର ଗୋଟିଏ ପ୍ରକାର ହେବ। ଦୁଇଜଣ ଗୋଟିଏ ପରିବାର ସଦସ୍ୟ। ବାପପୁଅର ସମ୍ପର୍କ ନିଜର, ସରକାରୀ ନୁହେଁ।

୬. ୧୯୪୭ ପରଠାରୁ ଆର୍ଥିକ ସୁଧାର ପାଇଁ ଦେଶରେ ବହୁ ପଦକ୍ଷେପ ନିଆଯାଇଛି। ‘ନ୍ୟୁ ଇଣ୍ଡିଆ’ ମୋଦି ସରକାରଙ୍କ ନାରା।

୭. ଭୁଲ ଆର୍ଥିକ ନିଷ୍ପତ୍ତି ସତ୍ତ୍ୱେ ନିର୍ବାଚନ ଜିତିବା ଅଲଗା କଥା ଓ ସରକାର ଚଳାଇବା ଅଲଗା କଥା।

୮. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ଆର୍ଥିକ ସୁଧାରକୁ ପାଖରୁ ଦେଖିଛନ୍ତି। ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ବଡ଼ ଆର୍ଥିକ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ତାଙ୍କୁ ଦୋଷ ଦେବା ଭୁଲ ହେବ।

୯. ଆରଏସ୍‌ଏସ୍‌ ଦ୍ୱାରା ନୀତିରେ ପରିବର୍ତ୍ତନ କରାଯାଉଛି। ଆମ ସମୟରେ ସରକାରରେ ଆରଏସ୍‌ଏସ୍‌ର ଭୂମିକା ଅଲଗା ଥିଲା, ଏବେ ଅଲଗା ହେଉଛି।

୧୦. ଯଦି ମୋଦି ସରକାରଙ୍କୁ ୨୦୧୯ରେ ସରକାର ଗଠନ କରିବାର ଅଛି ତେବେ ଆର୍ଥିକ ସ୍ଥିତିକୁ ଠିକ୍‌ ବାଟକୁ ଆଣିବାକୁ ପଡିବ। ରୋଜଗାର ସୃଷ୍ଟି ଉପରେ ଧ୍ୟାନ ଦେବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story