Advertisment

ଧାରା ୩୭୦ ଉଚ୍ଛେଦ ବିରୁଦ୍ଧରେ ଯୁକ୍ତି ବାଢ଼ିଥିବା ଅଧ୍ୟାପକ ନିଲମ୍ୱିତ, ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଜାମ୍ମୁ କାଶ୍ମରୀରର ଜଣେ ଅଧ୍ୟାପକଙ୍କ ନିଲମ୍ୱନ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। କିଛି ଦିନ ପୂର୍ବେ ଧାରା ୩୭୦ ଉଚ୍ଛେଦ ବିରୁଦ୍ଧରେ ଯୁକ୍ତି ବାଢ଼ିଥିଲେ ସମ୍ପୃକ୍ତ ଅଧ୍ୟାପକ...

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ଜାମ୍ମୁ କାଶ୍ମରୀରର ଜଣେ ଅଧ୍ୟାପକଙ୍କୁ ନିଲମ୍ୱନ ମାମଲାର ଯାଞ୍ଚ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କେଉଁ କାରଣରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଗଲା ସେ ବାବଦରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଧ୍ୟାପକ ଜଣକ କିଛିଦିନ ତଳେ ଭାରତୀୟ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ନେଇ କୋର୍ଟରେ ପକ୍ଷ ରଖିଥିବାରୁ ତାଙ୍କ ଉପରେ ଏପରି ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସନ୍ଦେହ କରିଛନ୍ତି ସର୍ବୋଚ୍ଚ ଅଦାଲତ।

Advertisment

କେନ୍ଦ୍ରର ବରିଷ୍ଠ ଆଇନ ଅଧିକାରୀଙ୍କୁ ଏ ବାବଦରେ ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ କଥା ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧ୍ୟାପକଙ୍କ ନିଲମ୍ବନ, ତାଙ୍କର କୋର୍ଟରେ ହାଜର ହେବା ସହ ସଂଶ୍ଳିଷ୍ଟ ଅଛି କି ନାହିଁ ସେ ବାବଦରେ ଜାଣିବାକୁ ଚାହିଁଛନ୍ତି। ଅଦାଲତରେ ଅଧ୍ୟାପକ ପକ୍ଷ ରଖିବାର କିଛି ଦିନ ପରେ ଏପରି କାର୍ଯ୍ୟାନୁଷ୍ଠାନ ପ୍ରତିଶୋଧମୂଳକ ନିଆଯାଇଥିବା କୋର୍ଟ କହିଛନ୍ତି।

ଜହୁର ଅହମ୍ମଦ ଭଟ୍ଟ ଜମ୍ମୁ କାଶ୍ମୀରର ଏକ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ସେ ବୁଧବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପିଠରେ ହାଜର ହୋଇଥିଲେ। ଏହି ଖଣ୍ଡପିଠରେ ଧାରା ୩୭୦ ଉଚ୍ଛେଦ ନେଇ ଶୁଣାଣି ଚାଲିଥିଲା ଏବଂ ଅଧ୍ୟାପକ ଭଟ୍ଟ ଧାରା ଉଚ୍ଛେଦ ବିରୋଧରେ ତାଙ୍କ ମତାମତ ରଖିଥିଲେ।

Advertisment

କିନ୍ତୁ ଏହାର ଦୁଇ ଦିନ ପରେ ଶୁକ୍ରବାର ତାଙ୍କୁ ନିଲମ୍ବନ କରାଯିବା ଅଦାଲତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଦୁଇ ଦିନ ପାଇଁ ଛୁଟି ନେଇ ଆସିଥିଲେ ମଧ୍ୟ ତାଙ୍କୁ କାହିଁକି ନିଲମ୍ୱନ କରାଗଲା ସେ ବାବଦରେ ଜାଣିବାକୁ ଚାହିଁଛନ୍ତି ଅଦାଲତ। ଅଧ୍ୟାପକଙ୍କ କୋର୍ଟରେ ହାଜର ହେବା ସହ ନିଲମ୍ବନର ସଂଯୋଗ ଅଛି କି ନାହିଁ ତର୍ଜମା କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

Supreme Court Order On Lecturer Suspended Case Article 370 Supreme Court J & K Lecture Suspended Case