Advertisment

ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟକା

ତେବେ ସଂସ୍ଥା ପକ୍ଷରୁ ଭୂକମ୍ପରେ ଏଯାଏ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିବା କୁହାଯାଇଛି। ଏହାପୂର୍ବରୁ ନିକୋବରରେ ୬ ମାର୍ଚ୍ଚରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

author-image
Hemant Lenka
Earth Quack

Earth Quack

ଆଣ୍ଡାମାନ ନିକୋବଳ ଦ୍ୱୀପପୁଞ୍ଜର ପୋର୍ଟବ୍ଲେୟାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲଜିର ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୧.୫୬ରେ ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି।

Advertisment

ଭୂକମ୍ପର କେନ୍ଦ୍ରସ୍ଥଳ ପୋର୍ଟବ୍ଲେୟାର ଠାରୁ ୧୪୦ କିମି ଦୂରରେ ରହିଥିଲା। ତେବେ ସଂସ୍ଥା ପକ୍ଷରୁ ଭୂକମ୍ପରେ ଏଯାଏ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିବା କୁହାଯାଇଛି। ଏହାପୂର୍ବରୁ ନିକୋବରରେ ୬ ମାର୍ଚ୍ଚରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

ରିକ୍ଟରେ ସ୍କେଲରେ ୨.୦ ତୀବ୍ରତା ବା ତା’ ଠାରୁ କମ ଭୂକମ୍ପ ଝଟକାକୁ ମାଇକ୍ରୋ କ୍ୟାଟାଗୋରୀରେ ରଖାଯାଇଥାଏ। ଏହାକୁ ସାଧାରଣ ଭାବେ କେହି ବି ଅନୁଭବ କରିପାରନ୍ତି ନାହିଁ। ରିକ୍ଟର ସ୍କେଲରେ ମାଇକ୍ରୋ କ୍ୟାଟାଗୋରୀର ଭୂକମ୍ପ ପୂରା ବିଶ୍ୱରେ ପ୍ରତିଦିନ ପ୍ରାୟ ୮ ହଜାର ଘଟିଥାଏ। ସେହିପରି ୨.୦ରୁ ୨.୯ ତୀବ୍ରତା ବିଶିଷ୍ଟ ଭୂକମ୍ପକୁ ମାଇନର କ୍ୟାଟାଗୋରୀରେ ରଖାଯାଏ। ପ୍ରତିଦିନ ଏପରି ଭୂମିକମ୍ପ ପୂରା ବିଶ୍ୱରେ ପ୍ରାୟ ୧ ହଜାର ଥର ହୋଇଥାଏ।

Advertisment

ଅତ୍ୟନ୍ତ ଲାଇଟ କ୍ୟାଟାଗୋରୀ ଭୂକମ୍ପର ତୀବ୍ରତା ହେଉଛି ୩.୦ରୁ ୩.୯। ଏହା ବର୍ଷକୁ ପ୍ରାୟ ୪୯,୦୦୦ ଥାର ସଂଗଠିତ ହୋଇଥାଏ। ଏହାକୁ କିଛି ଲୋକ ଅନୁଭବ କରିପାରନ୍ତି। କିନ୍ତୁ ଏହାଦ୍ୱାରା କ୍ଷୟକ୍ଷତି ହେବାର ଆଶଙ୍କା ନାହିଁ କହିଲେ ଚଳେ।

ଲାଇଟ କ୍ୟାଟାଗୋରୀରେ ରହିଥିବା ଭୂକମ୍ପର ତୀବ୍ରତା ୪.୦ରୁ ୪.୯। ଏହି ବର୍ଗର ଭୂମିକମ୍ପ ସାରା ବିଶ୍ୱରେ ବର୍ଷକୁ ପ୍ରାୟ ୨୬ ହଜାର ଥର ରେକର୍ଡ ହୋଇଥାଏ। ଏହାକୁ ଲୋକମାନେ ଅନୁଭବ କରିପାରନ୍ତି। ସେହିପରି ଘର ଦ୍ୱାର ମଧ୍ୟ ହଲିଥାଏ। କିନ୍ତୁ ଏଥିରେ ମଧ୍ୟ କ୍ଷୟକ୍ଷତିର ଆଶଙ୍କା ଯଥେଷ୍ଟ କମ। ଏହାର ଅର୍ଥ ଆଣ୍ଡାମାନ ନିକୋବରରେ ଅନୁଭୂତ ହୋଇଥିବା ଭୂକମ୍ପରେ କ୍ଷୟକ୍ଷତି ହେବାର କୌଣସି ଆଶଙ୍କା ନାହିଁ।

India Earthquake