ଗ୍ୱାଦରକୁ ଦିନେ ପ୍ରତ୍ୟାଖ୍ୟାନ କରିଥିଲେ ନେହରୁ, ଏବେ ତାହା ପାକିସ୍ତାନର ବଳ

ଓମାନ ସୁଲତାନଙ୍କ ଅଧୀନରେ ଥିବା ଗ୍ୱାଦରର କାହାଣୀ କଣ, ଏହା କିପରି ଓମାନ ଅଧୀନକୁ ଆସିଥିଲା, ଏହାକୁ ଭାରତର ପ୍ରତ୍ୟାଖ୍ୟାନ, ପାକିସ୍ତାନର ମାଲିକାନା ଏବଂ ଯଦି ୧୯୫୬ରେ ଭାରତ ଗ୍ୱାଦରକୁ କାବୁ କରିଥାନ୍ତା ତେବେ କ’ଣ ହୋଇଥାନ୍ତା? ଏହା ପଛରେ ଥିବା ଇତିହାସକୁ, ଜାଣନ୍ତୁ...  

Gwader

ଗ୍ୱାଦର

Debibandita Barick
  • Published: Monday, 08 April 2024
  • Updated: 08 April 2024, 02:12 PM IST

News Highlights

  • ପ୍ରଥମେ ଓମାନ ସୁଲତାନଙ୍କ ଅଧୀନରେ ଥିଲା ଗ୍ୱାଦର
  • ଜବାହାନଲାଲ ନେହେରୁଙ୍କୁ ଅଫର୍ ସତ୍ତ୍ୱେ ସେ କ୍ରୟ କରିନଥିଲେ
  • ବର୍ତ୍ତମାନ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ବନ୍ଦର, ବିକାଶର ପେଣ୍ଠସ୍ଥଳୀ

Sports

Latest News

ନିକଟରେ କଚ୍ଚାତୀଭୁ ଦ୍ୱୀପକୁ ନେଇ ଉଠିଥିବା ବିବାଦ ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ଅଞ୍ଚଳ କଥା, ଯାହାକୁ ଦିନେ ଜବାହାରଲାଲ ନେହେରୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ବର୍ତ୍ତମାନ ଯେଉଁ ଅଞ୍ଚଳ ପାକିସ୍ତାନ ଅଧୀନରେ ଅଛି। ଆମେ ଯେଉଁ ଅଞ୍ଚଳ କଥା କହୁଛୁ, ତାହା ହେଉଛି ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ବନ୍ଦର ଗ୍ୱାଦର। ଏକଦା ଗ୍ୱାଦର ବନ୍ଦରକୁ ନେବା ପାଇଁ ଭାରତକୁ ପ୍ରସ୍ତାବ ଦିଆ ଯାଇଥିଲା, କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। 

ବାସ୍ତବରେ ଏ କଥା ୧୯୫୦ ଦଶକ ସମୟର। ତତ୍କାଳୀନ ନେହେରୁଙ୍କ ସରକାର ଗ୍ୱାଦର ପ୍ରସ୍ତାବକୁ ମନା କରିବା ପରେ ଏହା ପାକିସ୍ତାନ ହାତକୁ ଯାଇଥିଲା। ୧୯୫୮ ମସିହାରେ ପାକିସ୍ତାନ ଏହାକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ସେତେବେଳେ ମତ୍ସ୍ୟଜୀବୀ ଏବଂ ବ୍ୟବସାୟୀଙ୍କ ଏକ ଛୋଟ ସହର ଥିବା ମତ୍ସ୍ୟଜୀବୀ ଗ୍ରାମ ଗ୍ୱାଦର ଆଜି ପାକିସ୍ତାନର ତୃତୀୟ ବୃହତ୍ତମ ବନ୍ଦର। ଚୀନ୍ ସହାୟତାରେ ପାକିସ୍ତାନ ଏଠାରେ କେବଳ ବିକାଶର ଗତିକୁ ବୃଦ୍ଧି କରିନାହିଁ, ବରଂ ରଣନୈତିକ ଦୃଷ୍ଟିରୁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। 

ଅବସରପ୍ରାପ୍ତ ବ୍ରିଗେଡିୟର୍ ଗୁରୁମିତ କନୱଲ ୨୦୧୬ରେ ତାଙ୍କର ଏକ ମତାମତ ଆଲେଖ୍ୟ 'The historic blunder of India no one talks about' ରେ କହିଛନ୍ତି ଯେ, ସ୍ୱାଧୀନତା ପରେ ଓମାନର ସୁଲତାନଙ୍କ ଅମୂଲ୍ୟ ଉପହାର ଗ୍ୱାଦରକୁ ଗ୍ରହଣ ନକରିବା ତତ୍କାଳୀନ ସରକାରଙ୍କ ରଣନୈତିକ ତ୍ରୁଟିର ଲମ୍ବା ତାଲିକାରେ ଆଉ ଏକ ବଡ ଭୁଲ ଥିଲା। ବାସ୍ତବରେ ଓମାନ ସୁଲତାନଙ୍କ ଅଧୀନରେ ଥିବା ଗ୍ୱାଦରର କାହାଣୀ କଣ, ଏହା କିପରି ଓମାନ ଅଧୀନକୁ ଆସିଥିଲା, ଏହାକୁ ଭାରତର ପ୍ରତ୍ୟାଖ୍ୟାନ, ପାକିସ୍ତାନର ମାଲିକାନା ଏବଂ ଯଦି ୧୯୫୬ରେ ଭାରତ ଗ୍ୱାଦରକୁ କାବୁ କରିଥାନ୍ତା ତେବେ କ’ଣ ହୋଇଥାନ୍ତା? ଏହା ପଛରେ ଥିବା ଇତିହାସକୁ, ଜାଣନ୍ତୁ...  

Gwader ଗ୍ୱାଦର

ଓମାନ କିପରି ଗ୍ୱାଦାରକୁ କାବୁ କରିଥିଲା? 
ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ମାକ୍ରନ୍ ଉପକୂଳରେ ଅବସ୍ଥିତ ଗ୍ୱାଦର ପ୍ରଥମେ ୧୭୮୩ ମସିହାରେ ଓମାନ ସୁଲତାନଙ୍କ ଦଖଲରେ ଥିଲା। ୧୯୫୦ ଦଶକ ପର୍ଯ୍ୟନ୍ତ ଓମାନ ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ଏଠାରେ ଶାସନ କରିଥିଲା। କଲତର ଖାନ, ମୀର ନୁରୀ ନାସିର ଖାନ ବଲୁଚ ଏହି ଅଞ୍ଚଳକୁ ମସ୍କଟର ରାଜକୁମାର ସୁଲତାନ ବିନ୍ ଅହମ୍ମଦଙ୍କୁ ଉପହାର ଦେଇଥିଲେ। 

ୟୁରାସିଆ ଗ୍ରୁପ୍ ଦକ୍ଷିଣ ଏସିଆର ମୁଖ୍ୟ ପ୍ରମିତ ପଲ୍ ଚୌଧୁରୀ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଉଭୟ ପ୍ରିନ୍ସ ସୁଲତାନ ଏବଂ କଲତର ଖାନ ଭାବିଥିଲେ, ଯଦି ରାଜକୁମାର ଓମାନର ସିଂହାସନ ଆରୋହଣ କରନ୍ତି, ତେବେ ସେ ଗ୍ୱାଦରକୁ ଫେରାଇ ଦେବେ।" 

ପାକିସ୍ତାନ ଉପକୂଳର ଗ୍ୱାଦର ନିକଟରେ ଥିବା ଅନ୍ୟ ଦୁଇଟି ମତ୍ସ୍ୟଜୀବୀ ଗ୍ରାମ ପେଶୁକାନ୍ ଏବଂ ସୁର ବନ୍ଦର ମଧ୍ୟ ଓମାନ ନିୟନ୍ତ୍ରଣରେ ଥିଲା। କିନ୍ତୁ ସହରର ଉଲ୍ଲେଖନୀୟ ସ୍ଥଳ, ଓମାନି କିଲା ଏବଂ ଶାହି ବଜାରର କିଛି ଅଟ୍ଟାଳିକା ଓମାନି ଶାସନରେ ନଥିଲା। ସୁଲତାନ ବିନ୍ ଅହମ୍ମଦ ଯେପର୍ଯ୍ୟନ୍ତ ମସ୍କଟର ସିଂହାସନ ଦଖଲ କରିପାରୁନଥିଲେ ସେପର୍ଯ୍ୟନ୍ତ ସେ ଗ୍ୱାଦର ଉପକୂଳର ଅପରପକ୍ଷରେ ଥିବା ଆରବ ଉପରେ ଆକ୍ରମଣ କରି ଚାଲିଥିଲେ। କିନ୍ତୁ ସେ କଲତର ଖାନଙ୍କୁ ଗ୍ୱାଦର ଫେରାଉନଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। 

ଅଭିଲେଖକ ମାର୍ଟିନ ଉଡୱର୍ଡଙ୍କ ଆର୍ଟିକିଲ 'ଗ୍ୱାଦର: ଦ ସୁଲତାନ ପଜେସନ' ଅନୁଯାୟୀ, ୧୮୯୫ରୁ ୧୯୦୪ ମଧ୍ୟରେ ଉଭୟ କଲତ ଖାନ ଏବଂ  (ବ୍ରିଟିଶ) ଇଣ୍ଡିଆ ସରକାର ଓମାନରୁ ଗ୍ୱାଦର କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇନଥିଲା। ୧୭୬୩ରୁ ବ୍ରିଟିଶ ଆସିଷ୍ଟାଣ୍ଟ ପଲିଟିକାଲ୍ ଏଜେଣ୍ଟ ଦ୍ୱାରା ଗ୍ୱାଦର ପରିଚାଳିତ ହେଉଥିଲା, କିନ୍ତୁ ଏହି ଅଞ୍ଚଳରେ ତୈଳ ଭଣ୍ଡାର ଥିବା ଅନୁମାନ କରି କଲତର ଖାନ ଗ୍ୱାଦରକୁ ତାଙ୍କୁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଆସୁଥିଲେ। 

Gwader Stock Image ଗ୍ୱାଦରର ପୁରୁଣା ଐତିହ୍ୟ

ଏହି ସମୟରେ, ଓମାନର ସୁଲତାନ ମଧ୍ୟ ବିଦ୍ରୋହୀମାନଙ୍କ ବିରୁଦ୍ଧରେ ସାମରିକ ଏବଂ ଆର୍ଥିକ ସହାୟତା ବଦଳରେ ଏକ ସମ୍ଭାବ୍ୟ ହସ୍ତାନ୍ତର ବିଷୟରେ ବ୍ରିଟିଶମାନଙ୍କ ସହ ଆଲୋଚନା ଜାରି ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ 1948 ଯାଏଁ ମହମ୍ମଦ ଅଲି ଜିନ୍ନା ସ୍ୱତନ୍ତ୍ର ପାକିସ୍ତାନର ନେତୃତ୍ୱ ନ ନେବା ପର୍ଯ୍ୟନ୍ତ କଲତର ଖାନ ବାଲୁଚିସ୍ତାନକୁ ଶାସନ କରୁଥିଲେ। 

ପ୍ରମିତ ପାଲ ଚୌଧୁରୀ କହିଛନ୍ତି, ୧୯୪୮ ମସିହାରେ ବାଲୁଚିସ୍ତାନର ଅଧିକାଂଶ ଅଞ୍ଚଳକୁ ପାକିସ୍ତାନ କବଜା କରିନେଇଥିଲା। କିନ୍ତୁ ମାକ୍ରାନ୍ ନାମକ ଗ୍ୱାଦର ଉପକୂଳବର୍ତ୍ତୀ ଅଞ୍ଚଳ ୧୯୫୨ ପର୍ଯ୍ୟନ୍ତ ପାକିସ୍ତାନରେ ମିଶିନଥିଲା। ୧୯୫୨ ପର୍ଯ୍ୟନ୍ତ ଗ୍ୱାଦର ପାକିସ୍ତାନ ନିୟନ୍ତ୍ରଣ ବାହାରେ ଥିଲା।

ଯେତେବେଳେ ଓମାନ ଭାରତକୁ ଗ୍ୱାଦର ବିକ୍ରୟ କରିବାକୁ ପ୍ରସ୍ତାବ ଦିଏ
ଏହି ସମୟ ମଧ୍ୟରେ ଓମାନର ସୁଲତାନ ଗ୍ୱାଦରକୁ ବିକ୍ରି କରିବା ପାଇଁ ଭାରତକୁ ପ୍ରସ୍ତାବ ଦେଇଥିଲେ। ଯଦି ଏହି ଚୁକ୍ତି ହୋଇଥାନ୍ତା, ଦକ୍ଷିଣ ଏସୀୟ ଭୌଗୋଳିକ ସୀମାରେଖା ସହ ଇତିହାସ ପରିବର୍ତ୍ତନ ହୋଇଥାନ୍ତା।

ଅବସରପ୍ରାପ୍ତ ବ୍ରିଗେଡିୟର୍ ଗୁରୁମିତ କାନୱାଲ ତାଙ୍କ ୨୦୧୬ ଆର୍ଟିକିଲରେ ଲେଖିଛନ୍ତି ଯେ, ସ୍ୱାଧୀନତା ପରେ କୂଟନୈତିକଙ୍କ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ଉତ୍କୃଷ୍ଟ ସମ୍ପର୍କ ଥିବାରୁ ଓମାନର ସୁଲତାନଙ୍କ ତରଫରୁ ଗ୍ୱାଦର ଭାରତ ଦ୍ୱାରା ପରିଚାଳିତ ହୋଇଥିଲା। ପ୍ରମିତ ପାଲ ଚୌଧରୀ କୁହନ୍ତି, 'ମୁଁ ବିଶ୍ୱାସ କରୁଛି ଯେ, ଗ୍ୱାଦରକୁ କ୍ରୟ କରିବାର ପ୍ରସ୍ତାବ ୧୯୫୬ରେ ଆସିଥିଲା। କିନ୍ତୁ ଜବାହରଲାଲ ନେହେରୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ 1958ରେ ଓମାନ ଗ୍ୱାଦରକୁ ୩ ନିୟୁତ ପାଉଣ୍ଡରେ ପାକିସ୍ତାନକୁ ବିକ୍ରି କରିଥିଲା।

ନେହେରୁ କାହିଁକି ଗ୍ୱାଦର କିଣିବାକୁ ଚାହୁଁନଥିଲେ?
ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓମାନି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ନିଷ୍ପତ୍ତି ନେଇପାରୁ ନଥିଲେ। ଓମାନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ନିଷ୍ପତ୍ତି ମଧ୍ୟ ପରିସ୍ଥିତି ଅନୁଯାୟୀ ନିଆଯାଇଥିଲା। ଜାତୀୟ ସୁରକ୍ଷା ବିଶେଷଜ୍ଞ ପ୍ରମିତ ପାଲ ଚୌଧୁରୀ କହିଛନ୍ତି ଯେ, ତତ୍କାଳୀନ ବୈଦେଶିକ ସଚିବ ସୁବିମଲ ଦତ୍ତ ଏବଂ ସମ୍ଭବତଃ ଭାରତୀୟ ଗୁପ୍ତଚର ବ୍ୟୁରୋ ମୁଖ୍ୟ ବି ଏନ ମଲିକ ସୁଲତାନ ଏହି ପ୍ରସ୍ତାବକୁ ଗ୍ରହଣ ନକରିବାକୁ ନେହରୁଙ୍କୁ ପରାମର୍ଶ ଦେଇଥିଲେ।

ଯଦି ନେହରୁ ଗ୍ୱାଦର କ୍ରୟ କରିଥାନ୍ତେ, ତେବେ ଏହା ପାକିସ୍ତାନ ଭିତରେ ଭାରତୀୟ ଅଞ୍ଚଳ ହୋଇଥାନ୍ତା, ଯେଉଁଠାରେ ପହଞ୍ଚିବା ପାଇଁ ଭାରତ ପାଖରେ କୌଣସି ମାର୍ଗ ନଥିଲା। ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ) ସହିତ ପାକିସ୍ତାନ ଯେଉଁ ବିବାଦର ସମ୍ମୁଖୀନ କରୁଛି, ଭାରତ ମଧ୍ୟ ସମାନ ବିବାଦ ମଧ୍ୟରେ ପଡିଥାନ୍ତା।  

ପ୍ରମିତ ପାଲ ଚୌଧୁରୀ କହିଛନ୍ତି, "ତର୍କ ହେଉଛି ଯେ, ପାକିସ୍ତାନର କୌଣସି ଆକ୍ରମଣରୁ ଗ୍ୱାଦରକୁ ରକ୍ଷା କରାଯାଇ ପାରିନଥାନ୍ତା। ଏହି ସମୟରେ ମଧ୍ୟ ନେହରୁ ପାକିସ୍ତାନ ସହ ଏକ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଆଶା ରଖିଥିଲେ।"

Gwader ଗ୍ୱାଦର

ଯଦି ନେହରୁ ଗ୍ୱାଦର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିନଥାନ୍ତେ ତେବେ କ’ଣ ହୋଇଥାନ୍ତା?
ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଯଦି ଜବାହରଲାଲ ନେହରୁ ଓମାନର ଉପହାର ଗ୍ରହଣ କରିଥାନ୍ତେ, ତେବେ ଗ୍ୱାଦର ଭାରତର ରଣନୈତିକ ତଥା ଅର୍ଥନୈତିକ ସ୍ୱାର୍ଥ ପାଇଁ କୌଣସି ଅନୁକୂଳ ଫଳାଫଳ ଦେଇଥାନ୍ତେ କି? 

ଏନେଇ ପ୍ରମିତ ପାଲ ଚୌଧୁରୀ କୁହନ୍ତି, 'ଗ୍ୱାଦର ଭୌଗୋଳିକ ଏବଂ ସ୍ଥଳ ସ୍ଥିତି ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହାର ମଧ୍ୟ ଦୁର୍ବଳତା ରହିଛି। ଏହି ସହରକୁ ସମୁଦ୍ର କିମ୍ବା ବାୟୁ ପଥରେ ଯୋଗାଯୋଗ କରିବା ଆବଶ୍ୟକ ହୋଇଥାନ୍ତା, ଯାହା ସେତେବେଳେ ଭାରତ ପାଇଁ କଷ୍ଟସାଧ୍ୟ ଥିଲା। ସର୍ବ ଶେଷରେ କଶ୍ମୀର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିବାଦ ଉପରେ କୂଟନୈତିକ ବୁଝାମଣାର ମାଧ୍ୟମ ଭାବରେ ଗ୍ୱାଦର ଅଧିକ ଉପଯୋଗୀ ହୋଇ ପାରିଥାନ୍ତା ବୋଲି ପ୍ରମିତ ପାଲ ଚୌଧୁରୀ ବିଶ୍ୱାସ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story