Advertisment

ପ୍ରଳୟଙ୍କରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୪,୦୦୦ ଛୁଇଁଲା, ଭାରତ ପଠାଇଥିଲା ସହାୟତା

ପ୍ରକୃତି ମୃତ୍ୟୁର ତାଣ୍ଡବଲୀଳା ରଚିବା ପରେ ମଧ୍ୟ ଶାନ୍ତ ପଡ଼ିନି।

author-image
Tapas Behera
undefined

Earthquake

ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୪,୦୦୦ ଛୁଇଁଛି। ଘରଦ୍ୱାର ଭାଙ୍ଗି ପ୍ରକୃତି ମୃତ୍ୟୁର ତାଣ୍ଡବଲୀଳା ରଚିବା ପରେ ମଧ୍ୟ ଶାନ୍ତ ପଡ଼ିନି। ପ୍ରଳୟଙ୍କରୀ ଭୂମିକମ୍ପ ପରେ ତୁର୍କୀରେ ଏବେ ହାଡ଼ଭଙ୍ଗା ଶୀତ ମାଡ଼ି ଆସିଛି। ଭୂକମ୍ପରେ ବାଷହୀନ ହୋଇପଡ଼ିଥିବା ଲୋକେ ଏବେ ଖୋଲାଆକାଶ ତଳେ ପଡ଼ିରହିଥିବା ବେଳେ ଶୀତ ଦାଉ ସାଧିଛି। ଭୋକ ଉପାଷରେ ଦିନ ବିତାଉଥିବା ଲୋକଙ୍କ ଜୀବନ ଆହୁରି ଦୁର୍ବିସହ ହୋଇପଡ଼ିଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେବି ଧ୍ୱଂସସ୍ତୁପରେ ଫସିରହିଥିବା ଆହତ, ମୃତକଙ୍କୁ ଖୋଜା ଚାଲିଛି। ଭୂକମ୍ପର ୯୦ ଘଣ୍ଟା ପରେ ହାଟାୟ ପ୍ରଦେଶର ସମନଦଗ ଜିଲ୍ଲାରେ ନିଜ ମାଙ୍କ ସହ ୧୦ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି। ସେହିପରି ହାଟାୟରେ ଆସିଆ ଡୋନମେଜ ନାମ୍ନୀ ଜଣେ ସାତ ବର୍ଷର ବାଳିକାକୁ ୯୫ ଘଣ୍ଟା ପରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା

Advertisment

କିନ୍ତୁ ସେଠରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଅଞ୍ଚଳର ଭୁଶୁଡ଼ି ପଡ଼ିଥିବା ଶତାଧିକ ଅଟ୍ଟାଳିକାର ଧ୍ୱଂସାବଶେଷରୁ ଅନେକଙ୍କୁ ଜୀବନ୍ତ ଉଦ୍ଧାର କରାଯାଉଛି। ଜାତିସଂଘର ପ୍ରଥମ ସହାୟତା ଗୁରୁବାର ସିରିଆରପହଞ୍ଚିଛି। ଭାରତ ସମେତ ଅନେକ ଦେଶ ତୁର୍କୀ ଏବଂ ସିରିଆକୁ ସହାୟତା ଏବଂ ରିଲିଫ ସାମଗ୍ରୀ ପଠାଇଛନ୍ତି। ଭାରତ ପକ୍ଷରୁ ଖାଦ୍ୟ, ମେଡିସିନତତ ଏବଂ ଅନ୍ୟାନ୍ୟ ସହାୟତା କିଟତ ପଠାଯାଛି। ଭାରତ ସମେତ ବିଭିନ୍ନ ଦେଶ ତୁର୍କୀ ଓ ସିରିଆକୁ ଉଦ୍ଧାରକାରୀ ଟିମ୍‌ ଓ ସହାୟତା ପଠାଇବାରେ ଲାଗିଛନ୍ତି। ଏବେ ୨୪,୪୦୦ ଜରୁରୀ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୂକମ୍ପରେ କେବଳ ତୁର୍କୀରେ ପାଖାପାଖି ୬,୦୦୦ ବିଲ୍ଡିଂ ଭୁଶୁଡ଼ିଥିବାବେଳେ ସେହି ଅନୁଯାୟୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ। ତୁର୍କୀ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିଚାଳନା ପ୍ରେସିଡେନ୍ସି (ଏଏଫ୍ଏଡି)ର କହିବା ଅନୁଯାୟୀ ଦେଶରେ ମୃତ୍ୟୁସଂଖ୍ୟା ୧୭ହଜାର ଅତିକ୍ରମ ବେଳେ ୬୦ହଜାରରୁ ଅଧିକ ଆହତ ହୋଇଛନ୍ତି। ଭୂମିକମ୍ପରେ ୮କୋଟି ୫୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ସେହିପରି ସିରିୟା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭୂକମ୍ପ ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ତୁର୍କୀର ସମସ୍ତ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରି ନଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଆନ୍ତର୍ଜାତିକ ସଂଗଠନ ଓ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସତ୍ତ୍ୱେ ଏହା ପ୍ରଭାବିତ ଅଞ୍ଚଳ ପାଇଁ ଯଥେଷ୍ଟ ହୋଇପାରି ନାହିଁ। ଭୂମିକମ୍ପର ୭୨ ଘଣ୍ଟା ପରେ ଲୋକେ ଭଗ୍ନାବଶେଷ ମଧ୍ୟରେ ଚାପି ହୋଇ ରହିଛନ୍ତି। ସରକାରଙ୍କ ଏପରି ବିଫଳତାକୁ ନେଇ ତୁର୍କୀ ସରକାରଙ୍କୁ ସମାଲୋଚନା କରାଯାଇଛି। ଭୂମିକମ୍ପରେ ଘରଦ୍ୱାର ହରାଇଥିବା ଲୋକେ ଏବେ ପ୍ରବଳ ଶୀତରେ ତମ୍ବୁତଳେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ପାନୀୟ ପହଞ୍ଚିପାରି ନାହିଁ। ଫଳରେ ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୮ ଗୁଣ ବଢ଼ିପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପୂର୍ବାନୁମାନ କରିଛି। ପଶ୍ଚାତ୍‌ କମ୍ପନ ଲାଗିରହିଥିବାରୁ ଅଧିକ ଘର ଭାଙ୍ଗିବାରେ ଲାଗିଛି। ତେଣୁ ମୃତ୍ୟୁସଂଖ୍ୟା ୮ ଗୁଣ ବଢ଼ିବା ଆଶଙ୍କା କରାଯାଉଛି।

Advertisment