୨ ବର୍ଷ ହେବ ରୋଗଶଯ୍ୟାରେ ତପନ: ସରକାରୀ ସାହଯ୍ୟକୁ ଅପେକ୍ଷା

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତର ଉଗ୍ରତାରା ଗାଁର ୩୨ ବର୍ଷର ଯୁବକ ତପନ ବାରିକ। ପରିବାର କହିଲେ ୭୦ବର୍ଷର ବୁଢୀ ମା’, ସାନ ଭାଇ, ସ୍ତ୍ରୀ ଓ ଦୁଇ ବର୍ଷର ପୁଅ । ଦିନ ଥିଲା ଏହି ପରିବାର ହସଖୁସିରେ ଦିନ କାଟୁ ଥିଲା। ତପନ ମୁମ୍ବାଇରେ ଏକ କମ୍ପାନୀରେ କାମ କରି ତେଲଲୁଣର ସଂସାର ଚଳାଉଥିଲା । ହେଲେ ଦୁଇବର୍ଷ ତଳେ ପରିବାର ଉପରକୁ ମାଡି ଆସିଲା ବିପଦ। ପରିବାରକୁ ଆହାର […]

TAPAN

TAPAN

Rakesh Mallick
  • Published: Wednesday, 29 April 2015
  • Updated: 29 April 2015, 06:13 AM IST

Sports

Latest News

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତର ଉଗ୍ରତାରା ଗାଁର ୩୨ ବର୍ଷର ଯୁବକ ତପନ ବାରିକ। ପରିବାର କହିଲେ ୭୦ବର୍ଷର ବୁଢୀ ମା’, ସାନ ଭାଇ, ସ୍ତ୍ରୀ ଓ ଦୁଇ ବର୍ଷର ପୁଅ । ଦିନ ଥିଲା ଏହି ପରିବାର ହସଖୁସିରେ ଦିନ କାଟୁ ଥିଲା। ତପନ ମୁମ୍ବାଇରେ ଏକ କମ୍ପାନୀରେ କାମ କରି ତେଲଲୁଣର ସଂସାର ଚଳାଉଥିଲା । ହେଲେ ଦୁଇବର୍ଷ ତଳେ ପରିବାର ଉପରକୁ ମାଡି ଆସିଲା ବିପଦ। ପରିବାରକୁ ଆହାର ଦେଉଥିବା ତପନ ହଠାତ୍ ଅସୁସ୍ଥ ହୋଇପଡିଲେ। ଅଣ୍ଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ ସେ । ମୁମ୍ବାଇରେ ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇଥିଲେ। ହେଲେ ଦିନ କୁ ଦିନ ଅଣ୍ଟାରେ ଯନ୍ତ୍ରଣା ବଢ଼ି ଚାଲିଲା। ଏଣେ ଚିକିତ୍ସାରେ ବାଧକ ସାଜିଲା ଅର୍ଥ । ତେଣୁ ଘରକୁ ଫେରି ଆସିଲେ ତପନ। ଘରକୁ ଫେରିବା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଦେଖାଇଥିଲେ। ବହୁ ଦିନ ଧରି ଚିକିତ୍ସିତ ହେବା ପରେ ଡାକ୍ତର କହିଥିଲେ ଯେ ତାଙ୍କୁ ବୋନ୍ ଟିଭି ହୋଇଛି। ଚିକିତ୍ସା ପାଇଁ ଦରକାର ୩ ଲକ୍ଷରୁ ଅଧିକ ଟଙ୍କା। ଜମିବାଡ଼ି ଓ ସୁନାଗହଣା ବିକି ତପନଙ୍କର ଚିକିତ୍ସା କରାଇଥିଲେ ପରିବାର ଲୋକେ  ଅପରେସନ କରାଇଥିଲେ। ଅପରେସନ ହେବାର ବହୁ ଦିନ ବିତି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଲା ନାହିଁ । ଅଣ୍ଟା ତଳ ଅଂଶ ସଂପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି । ଝାଡ଼ା,ପରିସ୍ରା ପାଇଁ ପାଇପ ଲାଗିଛି । ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ତପନଙ୍କ ପରିବାର ଲୋକେ । ଡାକ୍ତର କହୁଛନ୍ତି ଭଲ ହେବା ପାଇଁ ଟିକେ ସମୟ ଲାଗିବ । ଅନ୍ୟପକ୍ଷରେ ତପନ ଅଚଳ ହେବା ସହିତ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ବି ଭୁଶୁଡ଼ି ପଡ଼ିଛି । ତାଙ୍କ ପାଇଁ ଆବଶ୍ୟକୀୟ ଔଷଧ କିଣିବା ପାଇଁ ପରିବାର ଲୋକଙ୍କ ପାଖରେ ଅର୍ଥ ନାହିଁ । ଘୋର ଆର୍ଥିକ ଅନଟନ ଦେଇ ଗତି କରୁଛି ତାଙ୍କ ପରିବାର । ୭୦ ବର୍ଷୀୟା ମା’କୁ ବି ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିପାରିନି । ଏପରି ସ୍ଥିତିରେ ସରକାରୀ ଓ ବେସରକାରୀ ସାହାଯ୍ୟ ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ତପନଙ୍କ ପରିବାର ଲୋକେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story