ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ରାଜ୍ୟରେ ଦୈନିକ ୧ ଲକ୍ଷ କରୋନା ଟେଷ୍ଟ କରାଯିବାକୁ ଯୋଜନା ରଖାଯାଇଛି। ଆଜି ଏହି ସୂଚନା ଦେଇଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଅଜୟ ପରିଡ଼ା।
ସେ କହିଛନ୍ତି,ରାଜ୍ୟରେ ଟେଷ୍ଟ ବଢ଼ୁଛି। ଆଜି ରାଜ୍ୟରେ ୩୨ ହଜାର ଟେଷ୍ଟ କରାଯାଇଛି। ଆଗକୁ ରାଜ୍ୟରେ ଦୈନିକ ୧ ଲକ୍ଷ କରୋନା ଟେଷ୍ଟ କରାଯିବାକୁ ଯୋଜନା ରଖାଯାଇଛି। ଅଗଷ୍ଟ ୨୦ ସୁଦ୍ଧା ୫୦ ହଜାର ଟେଷ୍ଟ ଦୈନିକ କରିବାକୁ ଧାର୍ଯ୍ୟ କରାଯାଇଛି।
ଜୀବ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଆହୁରି କହିଛନ୍ତି, ୬ ଟି ଜିଲ୍ଲାରେ ଅଧିକ ସଂକ୍ରମିତ ମିଳୁଛନ୍ତି। ପ୍ରତି ଜିଲ୍ଲାକୁ ଆଣ୍ଟିଜେନ୍ କିଟ୍ ଯାଉଛି। ଆଣ୍ଟିଜେନ୍ କିଟ୍ ଦ୍ୱାରା ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ।
ଓଡ଼ିଶାରେ କରୋନା ସ୍ଥିତି ଏବେ ପିକ୍ରେ ରହିଛି। ଏହି ଧାରା ଜାରି ରହିଲେ ଆଗକୁ ସଂକ୍ରମଣ କମିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।