୧୨.୨୪ଲକ୍ଷ ଲୋକ ଏବେବି ପକ୍କା ଘରରୁ ବଞ୍ଚିତ: ସନ୍ଦେହରେ ସରକାରଙ୍କ ଭୂମିହୀନ ପରିବାର ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେବି ୧୨ଲକ୍ଷ ୨୪ହଜାର ୭୨୫ଟି ପରିବାର କଚ୍ଚା ଘରେ ରହୁଛନ୍ତି । ଗତ ୨୦୨୧ ମସିହାରେ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ କହିଛନ୍ତି । ତେବେ ରାଜ୍ୟରେ ଭୂମିହୀନ ପରିବାରକୁ ଘର ଆବଣ୍ଟନକୁ ନେଇ ସରକାରଙ୍କ ଆନ୍ତରିକତା ପଦାରେ ପଡ଼ିଛି ତଥା ଭୂମିହୀନ ପରିବାରର ଯେଉଁ ତାଲିକା ସରକାର ଦେଇଛନ୍ତି ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । […]

kaccha-house

kaccha-house

Ordigital Desk
  • Published: Wednesday, 27 July 2022
  • Updated: 27 July 2022, 10:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେବି ୧୨ଲକ୍ଷ ୨୪ହଜାର ୭୨୫ଟି ପରିବାର କଚ୍ଚା ଘରେ ରହୁଛନ୍ତି । ଗତ ୨୦୨୧ ମସିହାରେ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ କହିଛନ୍ତି । ତେବେ ରାଜ୍ୟରେ ଭୂମିହୀନ ପରିବାରକୁ ଘର ଆବଣ୍ଟନକୁ ନେଇ ସରକାରଙ୍କ ଆନ୍ତରିକତା ପଦାରେ ପଡ଼ିଛି ତଥା ଭୂମିହୀନ ପରିବାରର ଯେଉଁ ତାଲିକା ସରକାର ଦେଇଛନ୍ତି ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୱେଟିଂ ଲିଷ୍ଟରେ ଅଦ୍ୟାବଧି ୨୧୨୩୯ଜଣ ଭୂମିହୀନ ପରିବାର ନିଜର ଘର ଖଣ୍ଡେ ପାଇବାକୁ ଅପେକ୍ଷା କରି ରହିଥିବାବେଳେ  ମାତ୍ର ୪୬୩୧ଟି ଭୂମିହୀନ ପରିବାରକୁ ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ଘର ଆବଣ୍ଟିତ ହୋଇଛି । ତେବେ ପୁରୀ, କନ୍ଧମାଳ, ଗଜପତି, ସୁନ୍ଦରଗଡ଼, ମାଲକାନଗିରି ଓ କୋରାପୁଟରେ ଜଣେ ବି ଭୂମିହୀନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ହିତାଧିକାରୀ ତାଲିକାରେ ସାମିଲ କରାଯାଇନି । ଏପରିକି ଜଗତସିଂହପୁର ଜିଲ୍ଲାରୁ ମାତ୍ର ଜଣେ ହିତାଧିକାରୀ ଏହି ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ୱେଟିଂ ଲିଷ୍ଟରେ ରହିଛନ୍ତି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ରାଜ୍ୟରେ ମୋଟ ୨୧୨୩୯ଟି ଭୂମିହୀନ ପରିବାର ମୁଣ୍ଡରେ ଘରଟିଏ ନଥିବାବେଳେ ସେମାନେ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)ର ୱେଟିଂ ଲିଷ୍ଟରେ ପକ୍କାଘର ପାଇଁ ଅପେକ୍ଷା କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ରାଜ୍ୟର ୭ଟି ଜିଲ୍ଲାରେ ହଜାର ହଜାର ସଂଖ୍ୟକ ଭୂମିହୀନ ପରିବାର ଥିବା ସତ୍ତ୍ୱେ ସେମାନଙ୍କୁ କାହିଁକି ଏହି ୱେଟିଂ ଲିଷ୍ଟରେ ସାମିଲ କରାଗଲାନି ତାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରଠୁ ୨୦୧୫-୧୬ ଆର୍ଥିକ ବର୍ଷରୁ ଗ୍ରାମାଂଚଳ ଗୃହ ନିର୍ମାଣ ଯୋଜନାକୁ ବ୍ୟାପକ କରାଯାଉଥିବାବେଳେ ଭୂମିହୀନ ପରିବାରକୁ ଆବଶ୍ୟକ ଜମି ଦେଇ ଘରଟିଏ ଯୋଗାଇବାରେ ରାଜ୍ୟ ସରକାର ଟାଳଟୂଳ ନୀତି ଅବଲମ୍ବନ କରିଥିବା ପ୍ରମାଣିତ ହୋଇଛି । ଯେଉଁଥି ପାଇଁ ମାତ୍ର ୪୬୩୧ଟି ଭୂମିହୀନ ପରିବାରକୁ ଘର ଆବଣ୍ଟିତ ହୋଇପାରିଛି ।

ଯଦିଓ ଏହି ଅବଧି ମଧ୍ୟରେ କେନ୍ଦ୍ର ସରକାର ୨୦୨୨ ଜୁଲାଇ ୨୧ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଓ ଇନ୍ଦିରା ଆବାସ ଯୋଜନାରେ ମୋଟ ୨୭ଲକ୍ଷ ୬୧ହଜାର ୪୩୪ଜଣ ହିତାଧିକାରୀଙ୍କୁ ଘର ଯୋଗାଇ ଦେଇଛନ୍ତି । ସେହିପରି ୨୦୧୪-୧୫ରୁ ୨୦୨୨ ଜୁଲାଇ ମଧ୍ୟରେ ରାଜ୍ୟ ସରକାର ନିଜସ୍ୱ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମାତ୍ର ୩ଲକ୍ଷ ୬୭ହଜର ୯୩୦ଟି ଘର ଯୋଗାଇ ଥିବା ମନ୍ତ୍ରୀ ଶ୍ରୀ ଅମାତ୍ ସୂଚନା ଦେଇଛନ୍ତି ।

ତେବେ ଉଦବେଗର କଥା ହେଲା ରାଜ୍ୟରେ ଏତେ ପରିମାଣରେ ଭୂମିହୀନ ରହିଥିଲେ ମଧ୍ୟ ସେମାନଙ୍କୁ ସରକାରୀ ଜମି ଆବଂଟିତ କରିବାରେ ସରକାର ବିଫଳ ରହିଛନ୍ତି । ଏପରିକି ସେମାନଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରିବାକୁ ମଧ୍ୟ ଆନ୍ତରିକତା ଦେଖାଇ ନାହାନ୍ତି । ଯଦିଓ ଏସଇସିସି ସର୍ଭେ ଅନୁସାରେ ରାଜ୍ୟର  ଗ୍ରାମାଂଚଳରେ ୪୪ଲକ୍ଷ ୧୨ହଜାର ୮୭୩ଟି ପରିବାର ପାଖରେ ଦୁଇ ଅବା ଦୁଇରୁ କମ୍ କୋଠରୀ ବିଶିଷ୍ଟ ଘର ରହିଛି ।

କେବଳ ସେତିକି ନୁହେଁ ରାଜ୍ୟ ସରକାର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମୋଟ ୨୩ଲକ୍ଷ ୮୨ହଜାର ୮୮୪ଜଣ ହିତାଧିକାରୀଙ୍କୁ ୭୧୪କୋଟି ୮୬ଲକ୍ଷ ୫୨ହଜାର ଟଙ୍କାର ଗୃହ ମରାମତି ସହାୟତା ରାଶି ପ୍ରଦାନ କରାଯାଇଛି । ୨୦୨୧-୨୨ରେ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଓ ବିଜୁ ପକ୍କାଘର ଯୋଜନାରେ ୫୫୬୪ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ବିଜୁ ପକ୍କାଘର ଯୋଜନାରେ ୪୦୦କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେଥିରୁ ଗୃହ ମରାମତି ଖର୍ଚ୍ଚ ବହନ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story