ରାଜ୍ୟରେ ଆଉ ୧୬୩୭ ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୪୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୬୮୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୨ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୦ […]

Corona

Corona

Jitendra Garnayak
  • Published: Monday, 26 July 2021
  • Updated: 26 July 2021, 12:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୪୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୬୮୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୨ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି ପାଇଛି।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୦ ଜଣ ଥିବା ବେଳେ କଟକରୁ ୨୫୦, ଅନୁଗୋଳରୁ ୧୦୦,  ବାଲେଶ୍ୱରରୁ ୫୭, ବରଗଡ଼ରୁ ୧୧, ଭଦ୍ରକରୁ ୭୧, ବଲାଙ୍ଗିରରୁ ୮, ବୌଦ୍ଧରୁ ୯, ଦେବଗଡ଼ରୁ ୪, ଢେଙ୍କାନାଳରୁ ୫୦, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୮୫, ଯାଜପୁରରୁ ୮୦, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୭, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୧୮, କୋରାପୁଟରୁ ୯, ମାଲକାନଗିରିରୁ ୯, ମୟୂରଭଞ୍ଜରୁ ୭୫, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୩୯, ନୂଆପଡ଼ାରୁ ୧୪, ପୁରୀରୁ ୭୮, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୧୩, ସୋନପୁରରୁ ୧୧, ସୁନ୍ଦରଗଡ଼ରୁ ୬୧ ଓ ଷ୍ଟେଟ୍‌ ପୁଲ୍‌ରୁ ୭୧ ଜଣ ଅଛନ୍ତି।

୧୬୩୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୧୮୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୫ ହଜାର ୧୭୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮ ହଜାର ୩୮୧ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଯେଉଁ ୬୨ ମୃତଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୧୦, କେନ୍ଦୁଝରରୁ ୪ ଓ ଯାଜପୁରରୁ ୨ ଜଣ ଅଛନ୍ତି। ସେହିପରି ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୯୯ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ରେ ୪୭୯, ଗଞ୍ଜାମରେ ୪୨୮, ପୁରୀରେ ୩୩୪, କେନ୍ଦୁଝରରେ ୧୨୦, ଜଗତସିଂହପୁରରେ ୮୯,  କନ୍ଧମାଳରେ ୬୮  ଓ ଯାଜପୁର ଜିଲ୍ଲାରେ ୬୨ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos