କାର୍ତ୍ତିକ ପ୍ରଥମ ସୋମବାର: ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ଭିଡ଼

ପୁରୀ: ଧର୍ମମାସ କାର୍ତ୍ତିକର ଆଜି ପ୍ରଥମ ସୋମବାର। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼ ଜମିଛି। ମହୋଦଧିରେ ବୁଡ ପକାଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ।

ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ମଧ୍ୟ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ରାୟଗଡ଼ା ଜିଲ୍ଲା ପଦ୍ମପୁରର ମଲ୍କିକେଶ୍ୱର, ଧବଳେଶ୍ୱର, ନୀଳକଣ୍ଠେଶ୍ୱର ସହ ଅନେକ ଶୈବ ପୀଠରେ ପୂଜାର୍ଚ୍ଚନା ଚାଲିଛି।