ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର୍ କରିଥିବା ବେଳେ ଗଞ୍ଜାମରୁ କେବଳ ୧୦୦ରୁ ଊର୍ଦ୍ଧ୍ୱ ଚିହ୍ନଟ ହୋଇଛନ୍ତି। ୨୫୧ ନୂଆ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୨ ଚିହ୍ନଟ ହୋଇଛନ୍ତି। ୧୯ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଫେରନ୍ତା NDRF ଟିମ୍ର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
COVID-19 REPORT FOR 30th JUNE
New positive Cases: 251
In quarantine: 208
Local contacts: 43(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 2
3. Bargarh: 12
4. Bolangir: 4
5. Cuttack: 32
6. Deogarh: 4— I & PR Department, Odisha (@IPR_Odisha) July 1, 2020
7. Gajapati: 6
8. Ganjam: 102
9. Jharsuguda: 5
10. Kendrapada: 4
11. Khordha: 26
12. Malkangiri: 10
13. Mayurbhanj: 5
14. Nayagarh: 14
15. Puri: 12
16. Sambalpur: 2
17. Sonepur: 1
18. Sundargarh: 7
19. Jajpur:1
20. NDRF: 01
(Returned from Amphan duty)— I & PR Department, Odisha (@IPR_Odisha) July 1, 2020
୨୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି।
New recoveries: 243
Cumulative tested: 270678
Positive: 7316
Recovered: 5189
Active Cases: 2094— I & PR Department, Odisha (@IPR_Odisha) July 1, 2020
ରାଜ୍ୟରୁ ଚିହ୍ନଟ ୨୫୧ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୨, ଖୋର୍ଦ୍ଧାରୁ ୨୬, ମାଲକାନଗିରିରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ନୟାଗଡ଼ ଜିଲ୍ଲାରୁ ୧୪, ବରଗଡ଼, ପୁରୀ ଜିଲ୍ଲାରୁ ୧୨ ଜଣ ଲେଖାଏ, ଗଜପତିରୁ ୬, ଝାରସୁଗୁଡ଼ା, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ, ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏ ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଲେଖାଏ, ଅନୁଗୁଳ, ସୋନପୁର ଓ ଯାଜପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ପଶ୍ଚିମବଙ୍ଗରୁ ଫେରିଥିବା NDRF ଟିମ୍ର ଜଣେ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ରେ ପହଞ୍ଚିଛି। ସେଥିମଧ୍ୟରୁ ୫୧୮୯ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୦୯୪ଟି ଆକ୍ଟିଭ କେସ୍ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।