ରାଜ୍ୟରେ ୮୮୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୮୯୧ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଞ୍ଜରୁ ୫୮୩, ଢେଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩ ଓ ପୁରୀ ଜିଲ୍ଲାରୁ ୪୩୮ ଜଣ ଚିହ୍ନଟ ହୋଇଛନ୍ତି। […]

Corona

Corona

Jitendra Garnayak
  • Published: Thursday, 03 June 2021
  • Updated: 03 June 2021, 01:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୮୯୧ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଞ୍ଜରୁ ୫୮୩, ଢେଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩ ଓ ପୁରୀ ଜିଲ୍ଲାରୁ ୪୩୮ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୪୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୯୫, ବରଗଡ଼ରୁ ୧୯୩, ଭଦ୍ରକରୁ ୪୧୯, ବଲାଙ୍ଗିରରୁ ୮୯, ବୌଦ୍ଧରୁ ୧୭୯, ଦେବଗଡ଼ରୁ ୮୪, ଗଜପତିରୁ ୫୨, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୧୨୧, କଳାହାଣ୍ଡିରୁ ୧୪୫, କନ୍ଧମାଳରୁ ୫୮, କେନ୍ଦ୍ରାପଡ଼ାରୁ ୩୦୨, କେନ୍ଦୁଝରରୁ ୧୮୮, କୋରାପୁଟରୁ ୯୯, ମାଲକାନଗିରିରୁ ୮୫, ନବରଙ୍ଗପୁରରୁ ୧୨୯, ନୟାଗଡ଼ରୁ ୨୪୬, ନୂଆପଡ଼ାରୁ ୩୪, ରାୟଗଡ଼ାରୁ ୨୧୬, ସମ୍ବଲପୁରରୁ ୧୯୪, ସୋନପୁରରୁ ୧୧୮ ଓ ସୁନ୍ଦରଗଡ଼ରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି।

୮୮୩୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୨ ହଜାର ୬୨୧ ଜଣ ସୁସ୍ଥ ହୋଇସାରିଲେଣି। ୮୫ ହଜାର ୪୨୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଆଉ ୪୨ ଜଣ ପ୍ରାଣ ହରାଇବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୭୩କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos