ରାଜ୍ୟରେ ୯ ହଜାର ପାଖାପାଖି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮,୯୧୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫,୦୮୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩,୮୩୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ୮,୯୧୪ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଜଣ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୫୯୨ ଜଣ […]

corona test

corona test

Jitendra Garnayak
  • Published: Monday, 03 May 2021
  • Updated: 03 May 2021, 08:45 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮,୯୧୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫,୦୮୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩,୮୩୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି।

୮,୯୧୪ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଜଣ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୫୯୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୮୭, ପୁରୀରୁ ୫୩୦, ସମ୍ବଲପୁରରୁ ୫୨୦, ବରଗଡ଼ରୁ ୪୫୨, ନବରଙ୍ଗପୁରରୁ ୪୩୩, ଭଦ୍ରକରୁ ୩୫୧, ଅନୁଗୋଳରୁ ୩୩୧, ଝାରସୁଗୁଡ଼ାରୁ ୩୦୪, ବଲାଙ୍ଗିରରୁ ୨୯୧, ନୂଆପଡ଼ାରୁ ୨୭୮, ଗଞ୍ଜାମରୁ ୨୬୨, କଳାହାଣ୍ଡିରୁ ୨୩୬ ଓ ଯାଜପୁରରୁ ୨୩୨ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ନୟାଗଡ଼ ଜିଲ୍ଲାରୁ ୧୯୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭୯, ବୌଦ୍ଧରୁ ୧୭୫, ଗଜପତିରୁ ୧୬୫, ରାୟଗଡ଼ାରୁ ୧୫୭, ଢେଙ୍କାନାଳରୁ ୧୪୯, କୋରାପୁଟରୁ ୧୪୫, ମୟୂରଭଞ୍ଜରୁ ୧୩୪, କେନ୍ଦ୍ରାପଡ଼ାରୁ ୧୩୨, ସୁବର୍ଣ୍ଣପୁରରୁ ୧୨୧, ଜଗତସିଂହପୁରରୁ ୧୦୯, କେନ୍ଦୁଝରରୁ ୧୦୪, ଦେବଗଡ଼ରୁ ୧୦୩, ମାଲକାନଗିରିରୁ ୭୩ ଓ କନ୍ଧମାଳରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍‌ରୁ ୨୫୫ ଜଣ ଚିହ୍ନଟ ହୋଇଛନ୍ତି।

୮୯୧୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୧ ହଜାର ୫୩୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୭ ହଜାର ୫୭୫ ଜଣ ସୁସ୍ଥ ହୋଇସାରିଛନ୍ତି। ୭୧,୮୩୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୭୩ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos