ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ବଳରାମ ରାଉତ ଓ ଘର ନିମାପଡ଼ା ଅଞ୍ଚଳରେ ବୋଲି ପ୍ରାଥମିକ ସୂଚନା ମିଳିଛି। ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ ତାହାର କାରଣ ଜଣାପଡ଼ିନି। ଗୁମୁଟ ଉପରୁ ଚଢ଼ିଯାଇ ସେ ସିଂହଦ୍ୱାର ଆଗକୁ ଡେଇଁଥିଲେ। ପ୍ରାୟ ୫୦ ଫୁଟ ତଳକୁ ପଡ଼ିବା ପରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ବାହାରି ଯାଇଥିଲା। ଆଖି ଓ […]

GUMUTa-death

GUMUTa-death

Niranjan Mishra
  • Published: Sunday, 01 May 2022
  • Updated: 01 May 2022, 06:54 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ବଳରାମ ରାଉତ ଓ ଘର ନିମାପଡ଼ା ଅଞ୍ଚଳରେ ବୋଲି ପ୍ରାଥମିକ ସୂଚନା ମିଳିଛି। ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ ତାହାର କାରଣ ଜଣାପଡ଼ିନି। ଗୁମୁଟ ଉପରୁ ଚଢ଼ିଯାଇ ସେ ସିଂହଦ୍ୱାର ଆଗକୁ ଡେଇଁଥିଲେ। ପ୍ରାୟ ୫୦ ଫୁଟ ତଳକୁ ପଡ଼ିବା ପରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ବାହାରି ଯାଇଥିଲା। ଆଖି ଓ ମୁଣ୍ଡ ଭିତରେ ଥିବା ମାଂସ ମଧ୍ୟ ବାହାରକୁ ବାହାରି ଆସିଥିଲା। ସେ ଜୀବିତ ଥିବା ଭାବି ସିଂହଦ୍ୱାର ପୁଲିସ ତୁରନ୍ତ ଶରୀରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ପୁରୀ ସଦର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସେ ପ୍ରାୟ ୨ ଦିନ ହେବ ଏଠାରେ ବୁଲାବୁଲି କରୁଥିଲେ। କେହିକେହି ତାଙ୍କୁ ମାନସିକ ଭାରସାମ୍ୟ ହରାଇଥିବା ବୋଲି ମଧ୍ୟ କହୁଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସେ ଆନନ୍ଦ ବଜାରକୁ ଲାଗିଥିବା ମେଘନାଦ ପାଚେରି କଡେ କଡେ ଆସି ସିଂହଦ୍ୱାର ଗୁମୁଟ ଉପରକୁ ଚଢ଼ିଥିଲେ। ସେମାନେ ତାଙ୍କୁ ରୁହରୁହ ବୋଲି ଡାକ ପକାଇଥିଲେ। ଏହି ସମୟରେ ସେ ତଳକୁ ଡେଇଁ ପଡ଼ିଥିଲେ। ତେବେ ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ଗୋଡ଼ ଖସିଲା କିମ୍ବା ପିନ୍ଧିଥିବା ଶାଢ଼ିରେ ଛନ୍ଦି ହୋଇ ତଳକୁ ଖସି ପଡ଼ିଲେ ତାହା ସ୍ପଷ୍ଟ ଜଣାପଡ଼ି ନ ଥିଲା। କିନ୍ତୁ ଏହା ଆତ୍ମହତ୍ୟା ଭଳି ପ୍ରତିୟମାନ ହେଉଥିବା ଦେଖେଣାହାରି କହିଛନ୍ତି।

ତେଣେ ପ୍ରକୃତ ଘଟଣାକୁ ଜାଣିବାକୁ ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତାଙ୍କ ପାଖରୁ ମିଳିଥିବା ପର୍ସରୁ ଏକ ଆଧାରକାର୍ଡ ବାହାରିଥିଲା। ଯେଉଁଥିରୁ ତାଙ୍କ ପରିଚୟ ମିଳିଛି।

ଏହି ଅଘଟଣ ଶ୍ରୀମନ୍ଦିରେ ଭକ୍ତଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟାପକ ପୁଲିସ ଫୋର୍ସ ସମେତ ଜେଟିପି, ଶ୍ରୀମନ୍ଦିର କର୍ମଚାରୀ ମୁତୟନ  ସତ୍ତ୍ୱେ ଏବଂ  ସିସିଟିଭି କଂଣ୍ଟ୍ରୋଲ ରୁମ ଥାଇ ମଧ୍ୟ ଜଣେ କିନ୍ନର ସିଂହଦ୍ୱାର ଗୁମୁଟକୁ ଚଢ଼ି ଆତ୍ମହତ୍ୟା କରିବା ସୁରକ୍ଷା ପ୍ରତି ଅଙ୍ଗୁଳି ଉଠାଇଛି। ସୁରକ୍ଷା ବ୍ୟବସ୍ଥା ଉପରେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଠିକ୍ ଭାବେ ନଜର ରଖୁ ନ ଥିବା ସନ୍ଦେହକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story