କଟକ(ପ୍ରଭାତ ବିଷୋୟୀ):କଟକ ସିଡିଏ ସେକ୍ଟର ୬ର ଏକ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗହଣା ଲୁଟି ନେଇ କାର୍ରେ ପଳାଉଥିବା ବେଳେ ଜଣେ ଦୁର୍ବୃତ୍ତକୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିବା ପରେ ପୁଲିସରେ ଜିମା ଦେଇଛନ୍ତି।
ଗତକାଲି ରାତି ପ୍ରାୟ ୯ଟାରେ ୩ ଜଣ ଦୁର୍ବୃତ୍ତ ଦୋକାନକୁ ଆସି କିଣିବା ବାହାନାରେ ଗହଣା ଦେଖିଥିଲେ। ଏହି ସମୟରେ ଦୋକାନ ବାହାରେ ଏକ କାର୍ରେ ଆହୁରି ଦୁଇ ଜଣ ଦୁର୍ବୃତ୍ତ ଅପେକ୍ଷା କରିଥିଲେ। ଦୋକାନକୁ ପ୍ରବେଶ କରିଥିବା ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଗହଣା ନେଇ କାର୍ରେ ଚମ୍ପଟ ମାରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣେ ଯାଇପାରି ନଥିଲା। ତାକୁ ସ୍ଥାନୀୟ ଲୋକେ କାବୁ କରି ମର୍କତ ନଗର ଥାନାରେ ପୁଲିସ୍ ଜିମାରେ ଦେଇଛନ୍ତି। ପୁଲିସ୍ ତାକୁ ଅଟକ ରଖି ସିସିଟିଭି ଯାଞ୍ଚ କରି
ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କାହିଁକି ହାରିଲା ବିଜେଡି; ପ୍ରତିଷ୍ଠା ଦିବସରେ କାରଣ କହିଲେ ନବୀନ
ନବୀନ କହିଛନ୍ତି, ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ ବୃଦ୍ଧି। ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ ଓ ପନିପରିବା ଆଦି ସବୁ ଦର ଆଜି ଆକାଶ ଛୁଆଁ।
Guest Column
ସତ ସ୍ୱୀକାର କରୁନାହାନ୍ତି ନବୀନ ପଟ୍ଟନାୟକ
ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟଗତ କାରଣରୁ ନବୀନ ନିର୍ବାଚନରେ ପ୍ରଚାର ନକରି ତାଙ୍କର ଏକମାତ୍ର ବିଶ୍ୱସ୍ତ ସରକାରୀ ଚାକିରୀ ଛାଡ଼ି ବିଜେଡିକୁ ଆସିଥିବା ଜଣେ ଅଣଓଡ଼ିଆ ଅଫିସର ଉପରେ ପ୍ରଚାରର ସମସ୍ତ ଦାୟିତ୍ୱ ଦେଇଥିବା ଲୋକମାନଙ୍କର ପୂରା ବିଶ୍ୱାସ ହୋଇଗଲା। ଏହି ଅଣଓଡ଼ିଆ ସରକାରୀ ଅଫିସର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ୫ ବର୍ଷ କାଳ ଯାହାସବୁ କରିଥିଲେ, ସେଥିରେ ଲୋକମାନଙ୍କର ବିଶ୍ୱାସ ହୋଇଗଲା ଯେ, ଯଦି ଏଥର ନବୀନଙ୍କୁ ପୁଣିଥରେ କ୍ଷମତା ପ୍ରଦାନ କରାଯାଏ, ତେବେ ବାସ୍ତବରେ ଏହି ଅଣଓଡ଼ିଆ ଅଫିସର ଜଣକ ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ ହୋଇଯିବେ।
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।
Crime
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।