ପାଣି ନାହିଁ, ଶୋଷରେ ଶୁଖୁଛି ତଣ୍ଟି: ରାସ୍ତାକୁ ଓହ୍ଲାଇଲେ ଲୋକେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳରେ ପିଇବା ପାଣି ସମସ୍ୟାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ୨ ଓ ୧୧ ନମ୍ବର ଓ୍ୱାର୍ଡବାସୀ ଏନ୍ଏଚ୍ ୪୯ ଅବରୋଧ କରିଛନ୍ତି।  ଫଳରେ ଯାନବାହନ ଚଳାଚଳ ବନ୍ଦ ରହିବା ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି  ରାୟପୁର-ଚଣ୍ଡିଖୋଲ ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି।