ପାଣି ପିଇବାକୁ ଯାଇ ଗାତରେ କଲବଲ; ଚାରି ହାତୀ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ତାରାସିଂ ବନାଞ୍ଚଳରୁ ୪ ହାତୀକୁ ଉଦ୍ଧାର କରାଯାଇଛି। ଦୁବପଲ୍ଲୀ ଓ ଶିଶୁଲୁଣ୍ଡା ଅଞ୍ଚଳରେ ୨ଟି ବଡ଼ ଗାତରେ ୨ ହଳ ମା’ ଓ ଛୁଆ ହାତୀ ପଡି ଯାଇଥିଲେ।

ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ୪ ହାତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପାଣି ପିଇବା ପାଇଁ ଯାଇ ହାତୀଗୁଡ଼ିକ ଗାତରେ ପଡି ଯାଇଥିବା ଅନୁମାନ କରାଯାଉଛି।