ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ସ୍ଥାନରେ ସାଧାରଣ ସଭା ସହିତ ଘରକୁ ଘର ବୁଲି ତିନିଟି ଯାକ ଦଳ ପ୍ରଚାର କରୁଛନ୍ତି । ନିଜେ ତିନି ପ୍ରାର୍ଥୀ ମଧ୍ୟ ପ୍ରଚାର କରୁଛନ୍ତି। ଆଜି ବରପାଲି ବ୍ଲକ୍‌ରେ ଦେଖିବାକୁ ମିଳିବ ତିନି ରାଜନୈତିକ ଦଳଙ୍କ ମଧ୍ୟରେ ଜୋରଦାର ପ୍ରଚାର। ଭୋଟରଙ୍କୁ ଆକ୍ରୁଷ୍ଟ କରିବାକୁ ସମସ୍ତେ ଦମ୍ ଲଗାଇ ଦେବେ।</p> <p>ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ବ୍ଲକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ଅଛି। ସେହିପରି ବିଜେପି ପାଇଁ ପ୍ରଚାର କରିବାକୁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର ଆଜି ଆସିବେ। ସେ ପ୍ରଥମେ ବରପାଲି ବ୍ଲକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ତା’ ପରେ ବିଜେପୁରର କେତେକ ଗାଁକୁ ଯିବେ। ଶେଷରେ ବରପାଲି ମେହେରପଡ଼ାରେ ଏକ ସାଧାରଣ ସଭାରେ ଯୋଗ ଦେବେ ସନ୍ତୋଷ ଗଙ୍ଗଓ୍ୱର। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଆଜି ବରପାଲି ବ୍ଲକରେ ନିଜ ସପକ୍ଷରେ ପ୍ରଚାର କରିବେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।