ବିକ୍ରି ହୋଇପାରୁନି ହଜାର ହଜାର କୁଇଣ୍ଟାଲ ପିଆଜ, ଚାଷୀ ହତାଶ

ଟିଟିଲାଗଡ: ଚାଷ ଜମିରେ ପଡିଛି ସଦ୍ୟ ଅମଳ ହୋଇଥିବା ହଜାର ହଜାର କୁଇଣ୍ଟାଲ ପିଆଜ। ଅନେକ ସ୍ଥାନରେ ଚାଷୀମାନେ ପିଆଜକୁ ବସ୍ତାରେ ଭର୍ତ୍ତି କରି ରଖିଛନ୍ତି। ହେଲେ ଅମଳହୋଇଥିବା ପିଆଜକୁ ବିକ୍ରି କରିପାରୁନି ଚାଷୀ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାଜ୍ୟରେ ପିଆଜ ଚାଷ ପାଇଁ ଆଗୁଆ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଅଞ୍ଚଳରେ। ଏହି ଅଞ୍ଚଳରେ ଚାଷ ହେଉଥିବା ପିଆଜର ରାଜ୍ୟ ତଥା ରାଜ୍ୟ ବାହାରେ ଭଲ ଚାହିଦା ରହିଛି। ହେଲେ ଚାଷୀଙ୍କଠାରୁ […]

Grabbed Frame

Grabbed Frame

Rakesh Mallick
  • Published: Tuesday, 05 May 2015
  • Updated: 05 May 2015, 07:44 AM IST

Sports

Latest News

ଟିଟିଲାଗଡ: ଚାଷ ଜମିରେ ପଡିଛି ସଦ୍ୟ ଅମଳ ହୋଇଥିବା ହଜାର ହଜାର କୁଇଣ୍ଟାଲ ପିଆଜ। ଅନେକ ସ୍ଥାନରେ ଚାଷୀମାନେ ପିଆଜକୁ ବସ୍ତାରେ ଭର୍ତ୍ତି କରି ରଖିଛନ୍ତି। ହେଲେ ଅମଳହୋଇଥିବା ପିଆଜକୁ ବିକ୍ରି କରିପାରୁନି ଚାଷୀ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାଜ୍ୟରେ ପିଆଜ ଚାଷ ପାଇଁ ଆଗୁଆ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଅଞ୍ଚଳରେ। ଏହି ଅଞ୍ଚଳରେ ଚାଷ ହେଉଥିବା ପିଆଜର ରାଜ୍ୟ ତଥା ରାଜ୍ୟ ବାହାରେ ଭଲ ଚାହିଦା ରହିଛି। ହେଲେ ଚାଷୀଙ୍କଠାରୁ ପିଆଜ କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ଅଞ୍ଚଳର ପିଆଜ ଚାଷୀ। ଫଳରେ ସ୍ଥାନୀୟ ଅଞ୍ଚଳର ପିଆଜ ଚାଷୀମାନେ ବାହାର ରାଜ୍ୟର ବେପାରୀମାନଙ୍କୁ ଶାଗ ମାଛ ମୂଲରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବାହାର ରାଜ୍ୟର ବେପାରୀମାନେ ସ୍ଥାନୀୟ ଅଂଚଳର ଚାଷୀମାନଙ୍କଠାରୁ କେଜି ପ୍ରତି ୫ରୁ ୬ ଟଙ୍କାରେ ପିଆଜ କିଣୁଛନ୍ତି। ଗୋଟିଏ ପଟେ ଅମଳ ହୋଇଥିବା ପିଆଜକୁ ବିକ୍ରି କରି ଚାଷୀମାନେ ଉଚିତ୍ ମୂଲ୍ୟ ପାଉନଥିବା ବେଳେ ଅନ୍ୟପଟେ ଅଦିନିଆ ବର୍ଷା ଦାଉ ସାଧୁଛି। ବିକ୍ରି ହୋଇପାରୁନି ସଦ୍ୟ ଅମଳ ହୋଇଥିବା ପିଆଜ। ଯେଉଁ ବ୍ୟବସାୟୀମାନେ ପିଆଜ କିଣିବାକୂୁ ଆସୁଛନ୍ତି ସେମାନେ ପିଆଜ କୁଇଣ୍ଟାଲ ପ୍ରତି ୫୦୦ରୁ ୬୦୦ଟଙ୍କାରେ ଚାଷୀଙ୍କଠାରୁ କିଣିବାକୁ ବାଧ୍ୟ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଜମିରେ ପିଆଜ ଅମଳ ହୋଇପଡିରହିଥିବା ବେଳେ ଅନ୍ୟପଟେ ଅଦିନିଆ ବର୍ଷା ଦାଉ ସାଧୁଛି। ପିଆଜ ଅମଳ ସରିଥିଲେ ମଧ୍ୟ ଚାଷୀମାନଙ୍କୁ ପିଆଜ ବିକ୍ରିନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସୁଯୋଗ ନେଇ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି ପିଆଜ ଦଲାଲମାନେ। Grabbed Frame
ବଙ୍ଗୋମୁଣ୍ଡା ବ୍ଲକ ଟିଟିସିଲେଟ ଗାଁର ପିଆଜ ଚାଷୀ ବୈକୁଣ୍ଠଙ୍କ କହିବା କଥା, ଧାନ ଚାଷ ପରେ ଗତ ଚାରିମାସ ହେବ ସେ ନିଜ ଜମିରେ ପିଆଜ ଚାଷ କରିଥିଲେ। ଏହି ଜମିକୁ ଜଳସେଚନର ବ୍ୟବସ୍ଥା ନଥିବାରୁ ଚୁଆ ଖୋଳି ପିଆଜକୁ ପାଣି ମଡାଇଥିଲେ। ଏବର୍ଷ ମଧ୍ୟ ଅମଳ ଭଲ ହୋଇଛି । କିନ୍ତୁ ଚାଷୀମାନଙ୍କୁ ବେପାରୀମାନେ ଉଚିତ ଦାମ ଦେଉନ ଥିବା ସେ ଅଭିଯୋଗ କରିଛନ୍ତି। ଏହି ଚାଷରେ ବହୁ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ବେପାରୀମାନେ ପିଆଜ କେଜିପ୍ରତି ୫ରୁ ୬ଟଙ୍କାରେ କିଣୁଛନ୍ତି।ଏନେଇ କ୍ଷତିର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଚାଷୀ। ସେହିପରି ଭୋଳାନାଥ ସାହୁଙ୍କ କହିବା କଥାଯେ, ଚାରିମାସ ହେବ ମହାଜନଠାରୁ ଋଣଆଣି ପିଆଜ ଚାଷ କରିଥିଲେ। ସପରିବାର ହାଡଭଙ୍ଗା ପରିଶ୍ରମ ଫଳରେ ଚଳିତ ବର୍ଷ ଭଲ ପିଆଜ ମଧ୍ୟ ହୋଇଛି । ହେଲେ ଏହି ପିଆଜ ବିକ୍ରି ହୋଇପାରୁ ନାହିଁ ବୋଲି କହିଛନ୍ତି ପିଆଜ ଚାଷୀ ଭୋଳାନାଥ। ଋଣରାଶିର ପରିମାଣ ବଢୁଥିବା ବେଳେ ପିଆଜ ବିକ୍ରି ହୋଇପାରୁ ନଥିବାରୁ ତାଙ୍କ ପରିବାର ଫଳରେ ଚାପର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି। ଏହିପରି ସମସ୍ୟା ସମଗ୍ର ଟିଟିଲାଗଡ ଉପଖଣ୍ଡରେ ଦେଖିବାକୁ ମିଳୁଛି।
ଏନେଇ ଟିଟିଲାଗଡ ଉଦ୍ୟାନବିଭାଗ ଉପନିର୍ଦେଶକ ଅମ୍ବର ଲୁଗୁନଙ୍କୁ ପଚାରିବାରୁ ସେ ପିଆଜର ଅଭାବୀବିକ୍ରିକୁ ଅସ୍ୱୀକାର କରିଛନ୍ତି।ତେବେ ଏନେଇ ସେ କହିଛନ୍ତି ଚଳିିିତ ବର୍ଷ ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୫ହଜାର ହେକ୍ଟର ଜମିରେ ପିଆଜ ଚାଷ କରାଯାଉଛି। ପ୍ରତିବର୍ଷ ପ୍ରାୟ ୬୦ ହଜାର ମେଟ୍ରିକଟନ ପିଆଜ ଅମଳ ହୋଇଥାଏ । ଏହାର ବିକ୍ରି ପାଇଁ କଣ୍ଟାବାଞ୍ଜି ଠାରେ ଥିବା ଏକ ନିୟନ୍ତ୍ରୀତ ବଜାର କମିଟି ମାଧ୍ୟମରେ ଚାଷୀଙ୍କ ପିଆଜ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଏହାଛଡା ପିଆଜକୁ ଗଚ୍ଛିତ କରିବା ପାଇଁ ଚାଷୀମାନଙ୍କୁ ଗୋଦାମ ଗୃହ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos