ନାବାଳିକା ଆତ୍ମହତ୍ୟା ପାଇଁ ଦାୟୀ କିଏ? ଥାନା ଆଗରେ ବିଜେପି ଓ ବିଜେଡି ଧାରଣା

ସୋର(ନିରଞ୍ଜନ ବେହେରା): ନାବାଳିକା ଆତ୍ମହତ୍ୟା ପାଇଁ ଦାୟୀ କିଏ? ପ୍ରେମିକ ନା ତାଙ୍କ ବାପା ମାଆ। ନା ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ବାପା ଓ ମାଆ। ଏହାର ଉତ୍ତର ଖୋଜିବା ଦାୟିତ୍ୱ ପୁଲିସ୍‌ର। ଏହି ମାମଲାକୁ ନେଇ ଆଜି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଆଗରେ ଦେଖିବାକୁ ମିଳିଛି ଟଣାଓଟରା ପରିସ୍ଥିତି। ବିଜେପି ବିଧାୟକ ଓ ବିଜେଡି କର୍ମୀ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ପ୍ରେମିକ ଓ ତାଙ୍କ ବାପା-ମାଆଙ୍କୁ ଗିରଫ କରାଯାଉ […]

Balasore

Balasore

Manoranjan Sial
  • Published: Friday, 07 October 2022
  • Updated: 07 October 2022, 04:16 PM IST

Sports

Latest News

ସୋର(ନିରଞ୍ଜନ ବେହେରା): ନାବାଳିକା ଆତ୍ମହତ୍ୟା ପାଇଁ ଦାୟୀ କିଏ? ପ୍ରେମିକ ନା ତାଙ୍କ ବାପା ମାଆ। ନା ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ବାପା ଓ ମାଆ। ଏହାର ଉତ୍ତର ଖୋଜିବା ଦାୟିତ୍ୱ ପୁଲିସ୍‌ର। ଏହି ମାମଲାକୁ ନେଇ ଆଜି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଆଗରେ ଦେଖିବାକୁ ମିଳିଛି ଟଣାଓଟରା ପରିସ୍ଥିତି। ବିଜେପି ବିଧାୟକ ଓ ବିଜେଡି କର୍ମୀ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ପ୍ରେମିକ ଓ ତାଙ୍କ ବାପା-ମାଆଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରୁଛି। ଅନ୍ୟପକ୍ଷରେ ବିଜେଡି କହିଛି, ନାବାଳିକାଙ୍କୁ ତାଙ୍କ ବାପା ଓ ମାଆ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଛନ୍ତି। ତେଣୁ ନାବାଳିକାଙ୍କ ବାପା-ମାଆଙ୍କୁ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି।

ଅଭିଯୋଗ ଅନୁସାରେ ନୀଳଗିରି ଥାନା ଅଞ୍ଚଳର ଐଶ୍ୱର୍ଯ୍ୟା (ଛଦ୍ମନାମ) ତାଙ୍କ ପଡ଼ୋଶୀ ଯୁବକଙ୍କୁ ଭଲ ପାଉଥିଲେ। ପରେ ଏହି କଥା ଉଭୟ ପରିବାର ଲୋକ ଜାଣିଥିଲେ। ହେଲେ ଉଭୟଙ୍କ ଭଲ ପାଇବାକୁ ଦୁଇ ପରିବାର ଲୋକ ସ୍ୱୀକୃତି ଦେଇନଥିଲେ। ଏହା ପରେ ପ୍ରେମିକାକୁ ପ୍ରେମିକ ବିଷ ବୋତଲ ଧରାଇ ବିଷ ପିଇବା ପାଇଁ ଧମକ ଦେବାକୁ କହିଥିବା ଅଭିଯୋଗ ହୋଇଥିଲା। ହେଲେ ନାବାଳିକା ଜଣକ ବିଷ ବୋତଲ ଦେଖାଇ ବାହାଘର କରାଇବା ପାଇଁ ପରିବାର ଲୋକଙ୍କୁ ଧମକ ଦେଇଥିଲା। ମାତ୍ର ପରିବାର ଲୋକ ରାଜି ନହେବାରୁ ଐଶ୍ୱର୍ଯ୍ୟା ହାତରେ ଧରିଥିବା ବିଷ ପିଇ ଦେଇଥିଲେ।

ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଖଇରା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ବିଷ ପିଇବା ପାଇଁ ତାଙ୍କ ପ୍ରେମିକ କହିଥିବା କହିଥିଲା ଐଶ୍ୱର୍ଯ୍ୟା। ଏହା ପରେ ଐଶ୍ୱର୍ଯ୍ୟାଙ୍କ ବାପା ଏନେଇ ଔପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ପ୍ରେମିକ ବିଷ ପିଇବା ବିଷ ବୋତଲ ଦେଇଥିବାରୁ ତାଙ୍କୁ ଗିରଫ କରାଯାଉ ବୋଲି ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏ ସମ୍ପର୍କରେ ପ୍ରେମିକଙ୍କ ପରିବାର ଲୋକେ ଜାଣିପାରି ଘରେ ତଲା ପକାଇ ଗାଁ ଛଡ଼ି ପଳାଇ ଯାଇଥିଲେ। ପୁଲିସ ତଦନ୍ତ କରିବାକୁ ଆସି ଖାଲି ହାତରେ ଫେରିଥିଲା। ଇତି ମଧ୍ୟରେ ମାସେ ବିତି ଗଲାଣି। ହେଲେ ପ୍ରେମିକ ଓ ତାଙ୍କ ପରିବାର ଲୋକଙ୍କୁ ପୁଲିସ୍‌ ଗିରଫ କରିପାରି ନାହିଁ। ଏପରିକି ତାଙ୍କ ପତ୍ତା ପାଇନାହିଁ। ଯାହାକୁ ନେଇ ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଜି କିନ୍ତୁ ଔପଦା ଥାନା ଆଗରେ ଅଜବ ଚିତ୍ର ଦେଖିବାକୁ ମିଳିଥିଲା। ବିଜେପି ଓ ବିଜେଡି ଥାନା ଆଗରେ ଧାରଣା ଦେଇଥିଲେ। ଐଶ୍ୱର୍ଯ୍ୟାଙ୍କ ପ୍ରେମିକ, ତାଙ୍କ ବାପା ଓ ମାଆଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି ବିଜେପି। ନୀଳଗିରି ବିଧାୟକ ସୁକାନ୍ତ ନାୟକ କହିଛନ୍ତି, ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଲୋକଙ୍କୁ ଗିରଫ କରାଯାଉ ନାହିଁ। ଇତି ମଧ୍ୟରେ ମାସେ ବିତି ଗଲାଣି। ପୁଲିସ୍‌ କେବଳ ୩୦୬ ଧାରା ରୁଜୁ କରି ଚୁପ୍‌ ବସିଛି। ତାହାର ପ୍ରତିବାଦରେ ଆମେ ଧାରଣାରେ ବସିଛୁ ବୋଲି ଶ୍ରୀ ନାୟକ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ମଧ୍ୟ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ମୃତ ନାବାଳିକାଙ୍କ ବାପା ଓ ମାଆଙ୍କୁ ଗିରଫ କରାଯାଉ ବୋଲି ବିଜେଡି ନାବି କରିଛି।

ବିଜେଡି ନେତା ତଥା ଫତେପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସଚିନ୍ଦ୍ରନାଥ ଦାସ କହିଛନ୍ତି, ଆମ ଅଞ୍ଚଳରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ଆମେ ଗଭୀର ଭାବେ ମର୍ମାହତ। ନାବାଳିକା ମୃତ୍ୟୁ ପଛରେ ଯାହାର ହାତ ରହିଛି, ତାକୁ କଠୋର ଦଣ୍ଡ ଦିଆଯାଉ। ମିଥ୍ୟା ଆରୋପ କରି ଗୋଟିଏ ପରିବାର ବା କୌଣସି ବ୍ୟକ୍ତି ବିଶେଷଙ୍କୁ ଫସାଇ ଦିଆନଯାଉ। ବିଜେପି ଏପରି ଉଦ୍ୟମ କରୁଥିବା ଆମେ ନିନ୍ଦା କରୁଛୁ ବୋଲି ଶ୍ରୀ ଦାସ କହିଛନ୍ତି।

ଆଉ ଜଣେ ବିଜେଡି କର୍ମୀ ପ୍ରତିମା ଦାସ କହିଛନ୍ତି, “ନାବାଳିକ ମରିବା ପାଇଁ ତାଙ୍କ ପରିବାର(ବାପା ଓ ମାଆ) ଦାୟୀ। କାରଣ ନାବାଳିକାଙ୍କୁ ତାଙ୍କ ବାପା ଓ ମାଆ ନିର୍ଯାତନା ଦେଇଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି। ଯେଉଁ ପୁଅ ତାକୁ ପ୍ରକୃତରେ ଭଲ ପାଉଥିଲା, ସେ କ’ଣ ସତରେ ପିଇବା ପାଇଁ ବିଷ ଦେବ? ପରିବାର ଲୋକଙ୍କ ନିର୍ଯାତନା ପାଇଁ ସେ ବିଷ ପିଇ ଆତ୍ମହତ୍ୟା କରିଛି। ତେଣୁ ନାବାଳିକାଙ୍କ ବାପା ଓ ମାଆଙ୍କୁ ଗିରଫ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story