ବୌଦ୍ଧ: ରାଜ୍ୟରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପରେ ବୌଦ୍ଧ ଜିଲ୍ଲାରେ ଜଣ୍ଡିସ୍ ମାରାତ୍ମକ ରୂପ ନେଉଛି । କଣ୍ଟାମାଳ ବ୍ଲକ୍ ବୁଟୁମୁଣ୍ଡା ଗାଁରେ ଜଣ୍ଡିସ୍ରେ ୨୦ ରୁ ଅଧିକ ଶିଶୁ ଶିକାର ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ଶିଶୁଙ୍କ ବୟସ ୫ବର୍ଷରୁ ୧୦ବର୍ଷର ମଧ୍ୟରେ ରହିଛି। ଆକ୍ରାନ୍ତ ହୋଇଥିବା ଶିଶୁମାନଙ୍କର ଆଖି ଓ ପରିସ୍ରା ହଳଦିଆ ଦେଖାଯାଉଛି । ଗାଁର କପିଳାଙ୍କର ତିନିପୁଅ ଓ ଝିଅ ଜଣ୍ଡିସର ଶିକାର ହୋଇଛନ୍ତି। ପ୍ରଥମେ ପିଲାଙ୍କୁ ବାନ୍ତି ପରେ ଧଳା ଝଡା ହୋଇଥିଲା ବୋଲି ପରିବାର ଲୋକ କହିଛନ୍ତି। ଏପେଟ ଗାଁ ଲୋକେ ଡାକ୍ତରଙ୍କୁ ନ ଦେଖାଇ ଚେରମୂଳି ଔଷଧ ଉପରେ ନିର୍ଭର କରୁଛନ୍ତି ।
ଏହି ଘଟଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି । ଗାଁରେ ଜଣ୍ଡିସର ପାର୍ଦୁଭାବ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଏକ ଟିମ୍ ପଠାଯବା ସହ ଆୟୁସ ଡାକ୍ତର ଗାଁକୁ ପଠାଯାଇଛି ବୋଲି ଡାକ୍ତର ଅମିତ କୁମାର ଜେନା କହିଛନ୍ତି । ଦୂଷିତ ପାଣି କିମ୍ବା ଅନ୍ୟ କେଉଁ କାରଣରୁ ଜଣ୍ଡିସ୍ ବ୍ୟାପୁଛି । ତାହାର ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିସ୍ଫୋରକ ସ୍ଥିତିରେ ବିଜେଡି: ପୁରୁଖାଙ୍କୁ ନାଲିଆଖି ଦେଖାଇ ସୁଜାତାଙ୍କ ହାତରେ ସଂଗଠନ ଟେକିଦେବେ କି ନବୀନ?
ଦଳର ୨୪ବର୍ଷ ଶାସନର ଅପ୍ରତ୍ୟାଶିତ ଅନ୍ତର ପ୍ରମୁଖ କାରଣ ସାଜିଥିବା ପାଣ୍ଡିଆନଙ୍କୁ ଦୀର୍ଘ ୧୦ମାସ ଧରି ନବୀନ ନିଜ ପାଖରୁ କାହିଁକି ଦୂରେଇପାରୁନାହାନ୍ତି ଓ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଯାଇ କିଭଳି ମିଛ କହିବାକୁ ପଛାଉନାହାନ୍ତି ତାହା ଦଳୀୟ ମହଲରେ ନାନାଦି ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ଦଳୀୟ ସଂଗଠନରେ ପାଣ୍ଡିଆନମାର୍କା ନେତାମାନଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

Special
ପାଣି ସମସ୍ୟା, ବାହା ହୋଇପାରୁନାହାନ୍ତି ଗାଁ ଯୁବକ
ବଡ଼ବାର୍ଲି ଗାଁରେ ୨୧୮ଟି ଘର ଅଛି। ଗାଁର ମୋଟ ଜନସଂଖ୍ୟା ୧୦୦୦ରୁ ଅଧିକ। ସେମାନେ ଆଦିବାସୀ ଓ ଦଳିତ। ପାହାଡ଼, ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତା ଯାଇଛି। ବିଜୁଳି ବି ପହଞ୍ଚି ପାରିଛି। କିନ୍ତୁ ଜଳ ବ୍ୟବସ୍ଥା ହୋଇପାରିନାହିଁ।

Politics
ପୁଣି ପାଣ୍ଡିଆନଙ୍କ ପାଇଁ ଢାଲ ହେଲେ ନବୀନ: ବିଜେଡିରେ ଅରାଜକତା, ମେଳିକୁ ମିଳିଲା ବଳ, ବିଭାଜନ ଆସନ୍ନ
ପାଣ୍ଡିଆନଙ୍କୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ମେଳିକୁ ଦେଖି ଆଜି ସନ୍ଧ୍ୟାରେ ନବୀନ ନାଟକୀୟ ଢଙ୍ଗରେ ଦୁଇଟି ଜାତୀୟ ନ୍ୟୁଜ ଏଜେନ୍ସୀକୁ ଡକାଇ ବୟାନ ଦେଇଛନ୍ତି ।

Politics
କେବେ ଓଡ଼ିଶା ପାଇବ ବକେୟା ଟିକସ?
ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ କାର୍ଯ୍ୟକାରୀ ହେଲେ ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ବିଭିନ୍ନ ଖଣି-ଭିତ୍ତିକ ରାଜ୍ୟକୁ 70 ହଜାର କୋଟି ଟଙ୍କା ଓ ଘରୋଇ କମ୍ପାନୀଗୁଡ଼ିକୁ 80 ହଜାର କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।

Special
ଚିନ୍ତାରେ ଚିନ୍ତାମଣିପୁର ଗ୍ରାମବାସୀ
୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ।