ଅର୍ଥ ଚିନ୍ତା ଚମତ୍କାର- ଦେଶ ଚିନ୍ତା ମଚତ୍କାର!

ଦେବେନ୍ଦ୍ର ପୃଷ୍ଟି ଚଳିତ ଆର୍ଥିକ ବର୍ଷର ଶେଷ ତ୍ରିମାସରେ ଜିଡିପି ଅଭିବୃଦ୍ଧି ହାର ୪.୫ ପ୍ରତିଶତକୁ ଖସିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଏବେ ସରକାର ମାନିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ହାର ସର୍ବାଧିକ ୫ ପ୍ରତିଶତ ହେବ। ଏହା ଗତ ୧୧ ବର୍ଷରେ ସର୍ବନିମ୍ନ। ଏହି ପରିସଂଖ୍ୟାନରୁ ଦେଶର ଆର୍ଥିକ ଅଧୋଗତି ସଂପର୍କରେ ଅନେକ କିଛି ସନ୍ଦେଶ ମିଳେ। କେବଳ ଏଇ ପରିସଂଖ୍ୟାନ ନୁହେଁ, ଶିଳ୍ପ ଓ ବଜାର […]

psu

psu

Debendra Prusty
  • Published: Wednesday, 08 January 2020
  • Updated: 08 January 2020, 08:08 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଚଳିତ ଆର୍ଥିକ ବର୍ଷର ଶେଷ ତ୍ରିମାସରେ ଜିଡିପି ଅଭିବୃଦ୍ଧି ହାର ୪.୫ ପ୍ରତିଶତକୁ ଖସିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଏବେ ସରକାର ମାନିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ହାର ସର୍ବାଧିକ ୫ ପ୍ରତିଶତ ହେବ। ଏହା ଗତ ୧୧ ବର୍ଷରେ ସର୍ବନିମ୍ନ। ଏହି ପରିସଂଖ୍ୟାନରୁ ଦେଶର ଆର୍ଥିକ ଅଧୋଗତି ସଂପର୍କରେ ଅନେକ କିଛି ସନ୍ଦେଶ ମିଳେ। କେବଳ ଏଇ ପରିସଂଖ୍ୟାନ ନୁହେଁ, ଶିଳ୍ପ ଓ ବଜାର ବିଶେଷଜ୍ଞମାନେ ମଧ୍ୟ ଭାରତର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି ବୋଲି ଅନେକ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି। ଭାରତର ବହୁ ବିଶ୍ୱ ସ୍ତରୀୟ ଅର୍ଥନୀତିଜ୍ଞ ମଝିରେ ମଝିରେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ଏପରିକି ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଭାରତର ଆର୍ଥିକ ପ୍ରଗତି ଧିମେଇ ଯାଇଛି ବୋଲି ରିପୋର୍ଟ ପ୍ରକାଶ କରିସାରିଛନ୍ତି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ, ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଆର୍ଥନୀତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ, ୨୦୧୯ ବର୍ଷର ଅର୍ଥନୀତି ନୋବେଲ ବିଜେତା ଅଭିଜିତ ବାନାର୍ଜୀ ଓ ୧୯୯୮ର ଅର୍ଥନୀତି ନୋବେଲ ବିଜେତା ତଥା ଭାରତ ରତ୍ନ ଅମର୍ତ୍ତ୍ୟ ସେନ୍‌ ପ୍ରମୁଖ ଭାରତର ଆର୍ଥନୀତିକ ମାନ୍ଦାବସ୍ଥା ପାଇଁ ଭାରତ ସରକାରଙ୍କର କେତେକ ଭୁଲ ନିଷ୍ପତ୍ତିକୁ ଦାୟୀ କରିଛନ୍ତି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ରାହୁଳ ବାଜାଜ ଓ ମାରୁତି ଉଦ୍ୟୋଗ ଅଧ୍ୟକ୍ଷ ଆରସି ଭାର୍ଗବଙ୍କ ପରି ବହୁ ଶିଳ୍ପପତି ତଥା ପରିଚାଳକ ମଧ୍ୟ ଭାରତୀୟ ଅର୍ଥନୀତିର ଦୁରବସ୍ଥା ନେଇ ଅନେକ ସମୟରେ ଉଦବେଗ ପ୍ରକାଶ କରିଛନ୍ତି। ତଥାପି ଏ ସଂପର୍କରେ ରାଷ୍ଟ୍ରୀୟ ରାଜନୀତିରେ ବହୁତ କମ୍‌ ଚର୍ଚ୍ଚା, ପ୍ରାୟତ ନାହିଁ କହିଲେ ଚଳେ।

ଠିକ ସେହିପରି, ସାଧାରଣ ଓ ମଧ୍ୟବିତ୍ତ ବର୍ଗ ଆର୍ଥନୀତିକ କାରଣରୁ ବହୁ ଭାବରେ କ୍ଷତିଗ୍ରସ୍ତ। ମୁଦ୍ରାସ୍ଫୀତି ହାର ୫.୪ ପ୍ରତିଶତ। ଖାଦ୍ୟ ବଜାରରେ ଭାଉ ଚଢ଼ା। ଆଳୁ ଦର କିଲୋ ପ୍ରତି ୨୫ ଟଙ୍କା ଉପରେ। ପିଆଜ ଦର ୧୫ ଟଙ୍କାରୁ ବୃଦ୍ଧି ପାଇ ୧୫୦ ଟଙ୍କା ହେଲା ପରେ ବିଦେଶୀ ପିଆଜ ଆସିବାରୁ କିଛିଟା କମି ୭୦ ଟଙ୍କାରେ ସ୍ଥିର ରହିଛି। ଅନ୍ୟାନ୍ୟ ପରିବା ଓ ଫଳମୂଳ ଦର ମଧ୍ୟ ଆକାଶ ଛୁଆଁ। ଅଣ୍ଡା, ମାଛ, ମାଂସରୁ ଆରମ୍ଭ କରି ଦୁଗ୍ଧ ଯାଏଁ କୌଣସି ଖାଦ୍ୟ ଦ୍ରବ୍ୟ ଏବେ ସାଧାରଣ ଗରୀବ ଲୋକର କ୍ରୟଶକ୍ତି ମଧ୍ୟରେ ରହିନାହିଁ। ଅନ୍ୟପଟେ ଲୋକମାନଙ୍କର ରୋଜଗାର ବୃଦ୍ଧି ହେଉନାହିଁ। ନିଯୁକ୍ତି ବଜାର ମାନ୍ଦା। ସରକାରୀ କ୍ଷେତ୍ରରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ ଆଳରେ କର୍ମଚାରୀ ଛଟେଇ ବଢ଼ି ଚାଲିଛି। କେବଳ ଟେଲିକମ୍‌ କ୍ଷେତ୍ରରେ ୯୩ ହଜାର ଉପରେ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ଦିଆସରିଲାଣି। ରେଳବାଇ କ୍ଷେତ୍ରର ଘରୋଇକରଣ ଦ୍ରୁତଗତିରେ ଆଗେଇ ଚାଲିଛି। ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଘରୋଇକରଣ ପାଇଁ ନିଷ୍ପତ୍ତି ନିଆସରିଛି। ଲାଭକାରୀ ବିପିସିଏଲକୁ ଘରୋଇ କମ୍ପାନୀଙ୍କୁ ବିକ୍ରି କରିବା ନିଷ୍ପତ୍ତି ବି ଚୂଡ଼ାନ୍ତ ହୋଇସାରିଛି। ଇତିମଧ୍ୟରେ ଦେଶର ୧୧ଟି ବିମାନ ବନ୍ଦରକୁ ଘରୋଇ କମ୍ପାନୀଙ୍କ ହାତରେ ଟେକି ଦିଆଯାଇଛି। ତଥାପି ଏସବୁ ବିଷୟରେ ଲୋକଙ୍କ ମଧ୍ୟରେ ବହୁତ କମ୍‌ ଚର୍ଚ୍ଚା, ପ୍ରାୟତଃ ନାହିଁ କହିଲେ ଚଳେ।

ଏବେ କିନ୍ତୁ ଚର୍ଚ୍ଚା ହେଉଛି ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ କେଉଁ ଛାତ୍ରଗୋଷ୍ଠୀ ଅନ୍ୟ କେଉଁ ଛାତ୍ରଗୋଷ୍ଠୀକୁ ମାରପିଟ୍‌ କଲେ ସେଇ ବିଷୟରେ। ଚର୍ଚ୍ଚା ହେଉଛି କେନ୍ଦ୍ର ସରକାର ପ୍ରଣୟନ କରିଥିବା ନାଗରିକତା ସଂଶୋଧନ ଆଇନ ସଂପର୍କରେ। ଚର୍ଚ୍ଚା ହେଉଛି ନାଗରିକ ପଞ୍ଜିକା ଓ ଜନସଂଖ୍ୟା ପଞ୍ଜିକା ସଂପର୍କରେ। ହ୍ୱାଟ୍ସଆପ୍‌, ଫେସ୍‌ବୁକ୍‌ ଓ ଟୁଇଟର ପରି ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରି ଇଲେକ୍‌ଟ୍ରୋନିକ୍‌ ଏବଂ ମୁଦ୍ରଣ ମାଧ୍ୟମରେ ଅଧିକାଂଶ ମୁଖ୍ୟ ବିଷୟ ହେଉଛି ପାକିସ୍ତାନ, ମୁସଲମାନ, ସଂଖ୍ୟାଲଘୁ, ଦେଶପ୍ରେମ ଓ ଜେଏନୟୁ ପରି ରାଜନୀତିକ ପ୍ରସଙ୍ଗ। ପାଖ ହାଟ ବା ବଜାରରେ ପିଆଜ ଦର କାହିଁକି ଶହେ ଟପିଲା ସେ ସଂପର୍କରେ କିଛି ଜାଣି ନଥିବା ତଥାପି ଖୋଳତାଡ଼ କରୁ ନଥିବା ଲୋକଟି ପାକିସ୍ତାନର ବିଲାତି ଦର ନେଇ ଖୁସିରେ ଆତ୍ମହରା। ପାଖ ସାହିର ଦଳିତମାନଙ୍କୁ ଏବେବି ଅସ୍ପୃଶ୍ୟ ଭାବେ ଗ୍ରହଣ କରାଯାଉଥିବାବେଳେ ଏବଂ ସେହିପରି ଅନେକ ଜାତିକୁ ନୀଚ ଭାବେ ଗ୍ରହଣ କରି ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଉଥିବାବେଳେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ନିର୍ଯାତିତ ହିନ୍ଦୁଙ୍କୁ ଭାରତର ନାଗରିକତା ପ୍ରଦାନ ସପକ୍ଷରେ ଯୁକ୍ତି କରୁଥିବା ଲୋକଙ୍କ ସଂଖ୍ୟା ବି କମ୍‌ ନୁହେଁ, ବରଂ ଅଧିକ କହିଲେ ଭୁଲ ହେବନାହିଁ। ପାଖ ଗାଁ ମନ୍ଦିରରେ ଠାକୁର ମୂର୍ତ୍ତି ଅପୂଜା ପଡ଼ନ୍ତୁ ପଛେ ସେ ବାବଦରେ ଚିନ୍ତା କରୁ ନଥିବା ଲୋକଟି ଏବେ ଅଯୋଧ୍ୟାରେ ରାମ ମନ୍ଦିର ତିଆରି ହେବା ଆଶାରେ ଉତ୍‌ଫୁଲ୍ଲିତ। ପାଖପଡ଼ୋଶୀର ଜମି ହାତେଇବାକୁ ବା ସରକାରୀ ଜମି ଜବରଦଖଲ କରିବାକୁ ସବୁବେଳେ ଇଚ୍ଛା ପୋଷଣ କରୁଥିବା ଲୋକଟି ଏବେ କାଶ୍ମୀରର ସ୍ଥିତି ନେଇ ଅଧିକ ଚିନ୍ତିତ। ନିଜ ପିଲାକୁ ଉପଯୁକ୍ତ ଆଧୁନିକ ଶିକ୍ଷା ନଦେଇ ମଦ୍ରାସାର ମୌଳବାଦୀ ଧାର୍ମିକ ଶିକ୍ଷା ଭିତରେ କୂପମଣ୍ଡୁକ କରି ରଖୁଥିବା ଲୋକମାନେ ଭାରତର ଧର୍ମନିରପେକ୍ଷତା ନେଇ ସନ୍ଦିହାନ।

ଏହିପରି ଏକ ସନ୍ଧିକ୍ଷଣରେ ଉପନୀତ ଏବେ ଭାରତବର୍ଷ ଓ ଏହାର ଜନ ସମୁଦାୟ। ନିଜର ଓ ଦେଶର ଜ୍ୱଳନ୍ତ ବା ଚଳନ୍ତି ସମସ୍ୟା ସଂପର୍କରେ ଚର୍ଚ୍ଚା ଓ ଉଦବେଗ ପରିବର୍ତ୍ତେ ଅତୀତର ଭୁଲ ଉପରେ ଆଲୋଚନା ଅଧିକ। ନିଜ ଧର୍ମର ଦୁର୍ବଳତା ଦୂର କରିବା ପରିବର୍ତ୍ତେ ପରଧର୍ମର ଦୋଷତ୍ରୁଟି ବାଛିବାରେ ଅଧିକ ଲୋକ ନିୟୋଜିତ। ନିଜ ପରିବେଶ ଓ ପରିବେଷ୍ଟନୀକୁ ସ୍ୱର୍ଗରେ ପରିଣତ କରିବା ପରିବର୍ତ୍ତେ ଅନ୍ୟ କାହାର ସ୍ୱର୍ଗ ଗଢ଼ିବାରେ ବ୍ୟସ୍ତ ବହୁତ ଲୋକ। ନିଜର ଦକ୍ଷତା ଓ ସାଧୁତାର ସ୍ତର ବୃଦ୍ଧି କରିବା ବଦଳରେ ଅନ୍ୟର ସାଧୁତା ଓ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବାରେ ନିୟୋଜିତ ଅନେକ ଲୋକ। ନିଜ ଧର୍ମର ଗରୀବ ଓ ଅଭାବୀ ଲୋକର ପିଲାମାନେ ଆବଶ୍ୟକ ପୁଷ୍ଟି ନପାଇ ରକ୍ତହୀନତାର ଶିକାର ହେଉଥିଲେ ମଧ୍ୟ ସେଥିପ୍ରତି କାହାର ନିଘା ନାହିଁ। କିନ୍ତୁ ଅନ୍ୟ କେଉଁ ଧର୍ମର ଲୋକ ଯଦି ନିଜର ପୁଷ୍ଟି ଆବଶ୍ୟକତା ମେଣ୍ଟାଇବାକୁ ଗୋମାଂସ ଭକ୍ଷଣ କରେ ତେବେ ତାହା ହୋଇଯାଏ ଏକ ଜାତୀୟ ଅପରାଧ, ଆଇନରେ ନଥିଲେ ବି। ଘୁଷୁରୀ ଖାଉ ନଥିବା ଲୋକମାନେ ଯେମିତି ଘୁଷୁରି ଖାଉଥିବା ଲୋକମାନଙ୍କ ସଂପର୍କରେ ଘୃଣା ଓ ଦ୍ୱେଷର ସହିତ ଆଲୋଚନା କରନ୍ତି ଠିକ ସେହିଭଳି ଦୁଗ୍ଧ ପାଇଁ ବାଛୁରୀକୁ ଭୋକିଲା ରଖୁଥିବା ଲୋକମାନେ ବୁଢ଼ା ବଳଦ ବା ବୁଢ଼ୀ ଗାଈର ଯତ୍ନ ନନେଇ କଂସେଇ ଦୟାରେ ଛାଡ଼ି ଦେଉଥିଲେ ବି ଗୋମାତା ଗୋମାତା ବୋଲି ଚିଲ୍ଲଉଛନ୍ତି। ୟୁରୋପ ଓ ଆମେରିକାର ବିଜ୍ଞାନ ଓ ପ୍ରଯୁକ୍ତିକୁ ସର୍ବଶ୍ରେଷ୍ଠ ମାନି ସେଠା କମ୍ପାନୀକୁ ଏଠାକୁ ଡାକି ଆଣୁଥିବା ଲୋକମାନେ ଭାରତର ପ୍ରାଚୀନ ସାହିତ୍ୟକୁ ବିଜ୍ଞାନ କହି କମ୍‌ ବିଭ୍ରାନ୍ତି ସୃଷ୍ଟି କରୁନାହାନ୍ତି। ଏଇଭଳି ଊଦଭ୍ରାନ୍ତ ଜନତାଙ୍କ ମଧ୍ୟରେ କେବଳ ଯେ ଅଶିକ୍ଷିତ ଓ ତୃଣମୂଳ ସ୍ତରର ଗରୀବ ଲୋକ ଅଛନ୍ତି ତାହା ନୁହେଁ। ଏଭଳି ଲୋକଙ୍କ ମଧ୍ୟରେ ଅଛନ୍ତି ଅଳ୍ପ ଶିକ୍ଷିତ, ଅର୍ଦ୍ଧ ଶିକ୍ଷିତ ଏପରିକି ଅନେକ ଉଚ୍ଚ ଶିକ୍ଷିତ ବ୍ୟକ୍ତି। ସରକାରୀ ଚାକିରିଆଙ୍କଠାରୁ ଆରମ୍ଭ କରି ବିଭିନ୍ନ ବୃତ୍ତିରେ ନିୟୋଜିତ ଲୋକମାନେ ମଧ୍ୟ ସମାଜର ବାସ୍ତବ ସମସ୍ୟା ଛାଡ଼ି ଅନେକେ କାଳ୍ପନିକ ସମସ୍ୟା ସଂପର୍କରେ ଅଧିକ ଚିନ୍ତା ପ୍ରକଟ କରୁଛନ୍ତି।

ଏସବୁ ଚର୍ଚ୍ଚା ଓ ଆଲୋଚନା ଦେଶର ଜନ ସମୁଦାୟ ପାଇଁ କେତେ ହିତକର ତାହା ସେମାନେ ନିଜେ ନବୁଝିଲା ଯାଏଁ କେହି ସେମାନଙ୍କୁ ବୁଝେଇ ପାରିବେ ନାହିଁ। ତଥାପି ସରକାରଙ୍କ ମଙ୍ଗ ସମ୍ଭାଳିଥିବା ନେତାମାନେ ଏହି ବିଭ୍ରାନ୍ତିକୁ ସ୍ୱୀକାର କରନ୍ତି ନାହିଁ। ସେମାନଙ୍କ ପାଇଁ ସବୁ କିଛି ଠିକ ଚାଲିଛି। ସେମାନଙ୍କ ବିଶ୍ୱାସ ଲୋକେ ଭଲରେ ଅଛନ୍ତି। ଦେଶର ପ୍ରାକୃତିକ ସମ୍ବଳ ସୁରକ୍ଷିତ ଅଛି। ଅନ୍ତର୍ଜାତୀୟ ସ୍ତରରେ ଭାରତର ଭାବମୂର୍ତ୍ତି ଉଜ୍ଜ୍ୱଳ ହୋଇଛି। ଦେଶର ସୁରକ୍ଷା ସୁଦୃଢ଼ ହୋଇଛି। ଶତ୍ରୁ ଦେଶଗୁଡ଼ିକ ଭାରତକୁ ଭୟ କରୁଛନ୍ତି। ଜାତୀୟ ରାଜନୀତିରୁ ବଂଶବାଦ ଓ ଜାତିବାଦ ଲୋପ ପାଇଛି। ଦୁର୍ନୀତି ଓ ଅରାଜକତା ଦୂର ହୋଇଛି। ରାଷ୍ଟ୍ରୀୟ ସ୍ୱାଭିମାନ ବୃଦ୍ଧି ପାଇଛି। ଭାରତ ଗୋଟିଏ ଦେଶ ଓ ଗୋଟିଏ ବଜାରରେ ପରିଣତ ହୋଇଛି। ଗୋଟିଏ ଦେଶ ଗୋଟିଏ ସଂସ୍କୃତି ଆଡ଼କୁ ଆଗେଇଛି। ଏସବୁ ଦାବି ମଧ୍ୟ ଅନେକଟା ସତ। ଦୃଢ଼ ସରକାର, ନିର୍ଣ୍ଣାୟକ ଶାସନ, ସକ୍ରିୟ ନେତୃତ୍ୱ ଓ ବିଶାଳ ରାଜନୀତିକ ସଂଗଠନ ଭାରତ ପରି ଏକ ବିଶାଳ ଦେଶ ପାଇଁ ଜରୁରୀ ନିଶ୍ଚୟ। କିନ୍ତୁ ତାହା କେବଳ ଗୋଟିଏ ଗଣ୍ଡି ଭିତରେ ଆବଦ୍ଧ ରହିବା କେତେ ଜରୁରୀ ତାହା ମଧ୍ୟ ବିଚାରଯୋଗ୍ୟ। ଏହି ବିଚାର ମଧ୍ୟରେ ଭାରତର ଅର୍ଥନୀତି, ସମାଜନୀତି, ସଂସ୍କୃତିନୀତି, ଶିକ୍ଷା ଓ ସଂସ୍କୃତି ନୀତି ଆଦି ନେଇ ମଧ୍ୟ ଅଧିକର ଅଧିକ ଚର୍ଚ୍ଚା ହେବା ବାଞ୍ଛନୀୟ। ଏକ ଗାଣତନ୍ତ୍ରିକ ସମାଜରେ ବିତର୍କ ଲାଗି ରହିବା ଉଚିତ। କିନ୍ତୁ ବିତର୍କର ବିଷୟ ବ୍ୟାପକ ହେଉ। ବାସ୍ତବାଭିମୁଖୀ ହେଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story