ସ୍ମାର୍ଟଫୋନ୍, ସୋଶାଲ୍ ମିଡିଆ ପ୍ରତି ବଢ଼ୁଛି ପିଲାଙ୍କ ଆଗ୍ରହ: ଚେତାଇଲେ ମନସ୍ତତ୍ତ୍ୱବିତ୍ ଓ ସାଇବର୍ ଏକ୍ସପର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନ ଥିଲା ମୋବାଇଲ୍ କ’ଣ ଲୋକେ ଜାଣିନଥିଲେ। ଏପରିକି ମୋବାଇଲ୍ ଆସିବା ପରେ ମଧ୍ୟ ଏହାକୁ କିଣିବା ପାଇଁ ଅନେକ ଲୋକ ସକ୍ଷମ ନଥିଲେ। କିନ୍ତୁ ଏବେ ମୋବାଇଲର ଚାହିଦା ଏତେ ବଢ଼ିଗଲାଣି ଯେ ଛୋଟ ପିଲାମାନେ ଏହାକୁ ଅଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଆଉ ମୋବାଇଲ୍ ଜରିଆରେ ଛୋଟ ପିଲାମାନେ ସୋଶାଲ୍ ମିଡିଆର ଖୁବ୍ ବ୍ୟବହାର ବଛନ୍ତି। ବିଶେଷ କରି କରୋନା ଲକଡାଉନରେ ଏହାର ବ୍ୟବହାର ଅଧିକ ବଢ଼ିଛି। ଲକଡାଉନ […]

online-class

online-class

Ranjit Kumar Jena
  • Published: Friday, 30 July 2021
  • Updated: 30 July 2021, 08:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନ ଥିଲା ମୋବାଇଲ୍ କ’ଣ ଲୋକେ ଜାଣିନଥିଲେ। ଏପରିକି ମୋବାଇଲ୍ ଆସିବା ପରେ ମଧ୍ୟ ଏହାକୁ କିଣିବା ପାଇଁ ଅନେକ ଲୋକ ସକ୍ଷମ ନଥିଲେ। କିନ୍ତୁ ଏବେ ମୋବାଇଲର ଚାହିଦା ଏତେ ବଢ଼ିଗଲାଣି ଯେ ଛୋଟ ପିଲାମାନେ ଏହାକୁ ଅଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଆଉ ମୋବାଇଲ୍ ଜରିଆରେ ଛୋଟ ପିଲାମାନେ ସୋଶାଲ୍ ମିଡିଆର ଖୁବ୍ ବ୍ୟବହାର ବଛନ୍ତି। ବିଶେଷ କରି କରୋନା ଲକଡାଉନରେ ଏହାର ବ୍ୟବହାର ଅଧିକ ବଢ଼ିଛି।

ଲକଡାଉନ ପରଠାରୁ ପିଲାଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଛି। ପିଲାମାନେ ବାହାରକୁ ଯିବା ସଂପୂର୍ଣ୍ଣ ବନ୍ଦ କରିଥିବା ବେଳେ ମୋବାଇଲରେ ହିଁ ଅଧିକ ସମୟ କାଟୁଥିବା ଜଣାପଡ଼ିଛି। ମୋବାଇଲ ଫୋନ ଓ ଇଣ୍ଟରନେଟର ବ୍ୟବହାର ଦ୍ୱାରା ପିଲାଙ୍କ ଉପରେ ପଡୁଥିବା ପ୍ରଭାବକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (NCPCR)।

ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସହରକୁ ନେଇ କରାଯାଇଥିବା ସର୍ଭେ ଅନୁସାରେ ଦେଶର ୮ରୁ ୧୮ ବର୍ଷ ବୟସ ବର୍ଗର ୫୨.୯ ପ୍ରତିଶତ ପିଲା ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ସ୍ନାପଚାଟ୍ ଭଳି ଚାଟିଂ ଆପ୍ ଲାଗି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। କିନ୍ତୁ ଅନଲାଇନ୍ ପାଠପଢ଼ା ପାଇଁ ମାତ୍ର ୧୦.୧ ପ୍ରତିଶତ ଶିଶୁ ଆଗ୍ରହ ଦେଖାଉଛନ୍ତି। ସର୍ଭେ ଅନୁସାରେ ଦେଶର ୩୦.୨% ପିଲାଙ୍କ ପାଖରେ ନିଜସ୍ୱ ସ୍ମାର୍ଟଫୋନ୍ ଅଛି।

ତେବେ ଆଶ୍ଚର୍ଯ୍ୟର କଥା ୪୨.୯ ପ୍ରତିଶତ ପିଲାଙ୍କର ସୋଶାଲ୍ ମିଡିଆରେ ଆକାଉଣ୍ଟ ରହିଛି। ୩୭.୮ ପ୍ରତିଶତ ପିଲାଙ୍କର ନିଜସ୍ୱ ଫେସବୁକ୍ ଆକାଉଣ୍ଟ ଥିବା ବେଳେ ୨୪.୩ ପ୍ରତିଶତ ପିଲା ଇନଷ୍ଟାଗ୍ରାମରେ ଆକ୍ଟିଭ୍ ଅଛନ୍ତି। ତେବେ ଏ କ୍ଷେତ୍ରରେ ଓଡ଼ିଶାର ପିଲା ବହୁ ଆଗରେ ରହିଛନ୍ତି। ରାଜ୍ୟର ୪୭.୬ ପ୍ରତିଶତ ପିଲାଙ୍କର ସୋଶାଲ୍ ମିଡିଆ ଆକାଉଣ୍ଟ ଅଛି। ରାଜ୍ୟର ୮ରୁ ୧୮ ବର୍ଷ ବୟସ ବର୍ଗର ୬୦ ପ୍ରତିଶତ ପିଲା ଫେସବୁକ୍ ବ୍ୟବହାର କରୁଥିବା ବେଳେ ୩୫ ପ୍ରତିଶତ ଇନଷ୍ଟାଗ୍ରାମ୍ ଓ ୯ ପ୍ରତିଶତ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି। ଏମିତିକି ୨୩.୮୦ ପ୍ରତିଶତ ପିଲା ମୋବାଇଲ ନ ଦେଖିଲେ ରାତିରେ ନିଦ ହେଉ ନ ଥିବା କହିଛନ୍ତି। ପିଲାଙ୍କ ଦ୍ୱାରା ସ୍ମାର୍ଟଫୋନ୍ ଓ ଇଣ୍ଟରନେଟର ବହୁଳ ବ୍ୟବହାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଉଭୟ ମନସ୍ତତ୍ତ୍ୱବିତ୍ ଓ ସାଇବର୍ ଏକ୍ସପର୍ଟ।

ଭୁବନେଶ୍ୱରର ୟୁନିଟ୍-୮ ଅଞ୍ଚଳରେ ରୁହନ୍ତି ୧୧ ବର୍ଷୟ ଡି. ଶ୍ରେୟାଂଶ କୁମାର। ଏତେ କମ୍ ବୟସରେ ସେ ସୋଶାଲ ମିଡିଆରେ ସେ ପୂରା ଆକ୍ଟିଭ୍। ଫେସବୁକରେ ତାଙ୍କର ୭୬୫ ସାଙ୍ଗ ଇନଷ୍ଟାଗ୍ରାମରେ ତାଙ୍କ ପ୍ରୋଫାଇଲକୁ ଫଲୋ କରୁଛନ୍ତି ୩୪୭। ନିଜର ୟୁଟ୍ୟୁବ ଆକାଉଣ୍ଟ ବି ଖୋଲିଛି ଶ୍ରେୟାଂଶ। ଦିନକୁ ପାଖାପାଖି ୬ ଘଣ୍ଟା ମୋବାଇଲରେ କଟୁଛି। ରାତିରେ ୟୁଟ୍ୟୁବ୍ ନ ଦେଖିଲେ ଆଖିକୁ ନିଦ ଆସୁନି। କରୋନା ପୂର୍ବରୁ ସକାଳୁ କ୍ଲାସ୍ ଯିବାକୁ ପଡ଼ୁଥିଲା, ତେଣୁ ରାତିରେ ଜଲଦି ଶୋଇ ପଡ଼ୁଥିଲେ ଏବେ କ୍ଲାସ୍ ଟେନସନ୍ ନାହିଁ। ତେଣୁ ଡେରିରେ ଶୋଉଥିବାରୁ ମୋବାଇଲ ଦେଖୁଛନ୍ତି ବୋଲି କହିଛନ୍ତି ଶ୍ରେୟାଂଶ। କେବଳ ଶ୍ରେୟାଂଶ ନୁହନ୍ତି ତାଙ୍କ ଭଳି ହଜାର ହଜାର କୋମଳମତି ପିଲା ଏବେ ସ୍ମାର୍ଟଫୋନ୍ ଓ ସୋଶାଲ ମିଡିଆ ଜାଲରେ ପଡ଼ି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story