ସିଏମସି ଡେପୁଟୀ ମେୟରଙ୍କ ଘର ଉପରେ ଚାଲିବ କି ବୁଲଡୋଜର !

କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁର ବାଲିସାହି ବସ୍ତିରେ ଥିବା ସିଏମସି ଡେପୁଟୀ ମେୟର ଦମୟନ୍ତୀ ମାଝୀଙ୍କ ଘର ଉପରେ ଚାଲିବ କି ବୁଲଡୋଜର? ତାଙ୍କ ଘର ଉଚ୍ଛେଦ କରିବାକୁ ଇଡ଼୍‌କୋ ନୋଟିସ୍ କରିଛି। ୧୦ ତାରିଖ ମଧ୍ୟରେ ସେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଛି। ଯଦି ନ ଯାଆନ୍ତି ଉଚ୍ଛେଦ ବେଳେ ଧନହାନୀ ବାବଦରେ ଇଡକୋ ଦାୟୀ ରହିବ ନାହିଁ ବୋଲି ଏଥିରେ କୁହାଯାଇଛି। ଯାହାକୁ ନେଇ ଇଡକୋ ଓ ସିଏମସି ରାଜନେତାଙ୍କ […]

deputy

deputy

Niranjan Mishra
  • Published: Tuesday, 03 May 2022
  • Updated: 03 May 2022, 07:13 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁର ବାଲିସାହି ବସ୍ତିରେ ଥିବା ସିଏମସି ଡେପୁଟୀ ମେୟର ଦମୟନ୍ତୀ ମାଝୀଙ୍କ ଘର ଉପରେ ଚାଲିବ କି ବୁଲଡୋଜର? ତାଙ୍କ ଘର ଉଚ୍ଛେଦ କରିବାକୁ ଇଡ଼୍‌କୋ ନୋଟିସ୍ କରିଛି। ୧୦ ତାରିଖ ମଧ୍ୟରେ ସେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଛି। ଯଦି ନ ଯାଆନ୍ତି ଉଚ୍ଛେଦ ବେଳେ ଧନହାନୀ ବାବଦରେ ଇଡକୋ ଦାୟୀ ରହିବ ନାହିଁ ବୋଲି ଏଥିରେ କୁହାଯାଇଛି। ଯାହାକୁ ନେଇ ଇଡକୋ ଓ ସିଏମସି ରାଜନେତାଙ୍କ ଭିତରେ ବିବାଦ ଆରମ୍ଭ ହୋଇଛି। ଖାଲି ଡେପୁଟୀ ମେୟରଙ୍କୁ ନୁହେଁ, ତାଙ୍କ ଘରକୁ ଲାଗି ପାଖାପାଖି ଥିବା ପ୍ରାୟ ୩୦ଟି ଘର ଉଚ୍ଛେଦ ନିମନ୍ତେ ନୋଟିସ୍ ହୋଇଛି। ଏହି ଜମିକୁ ଇଡକୋ ନିଜର ରାସ୍ତା ଜମି ବୋଲି ଦର୍ଶାଇ ଏଠାରେ ଥିବା ସମସ୍ତ ଘର ଓ ଦୋକାନ ହଟାଇବାକୁ ନୋଟିସ ଦେଇଛି। ଏହି ଉଚ୍ଛେଦ ନୋଟିସକୁ ନେଇ ଏକ ବଡ଼ଧରଣ ବିବାଦର ସୂତ୍ରପାତ ହୋଇଛି।

ନୋଟିସକୁ ନେଇ ସିଧାସଳଖ ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି ଇଡକୋ କର୍ତ୍ତୃପକ୍ଷ ଓ ସିଏମସି ମେୟର ସୁବାସ ସିଂ। ସରକାରୀ ଜମିରେ ବସ୍ତି ଗଢ଼ି ଉଠିଥିଲେ ମଧ୍ୟ ମଧ୍ୟ ଇଡକୋ କର୍ତ୍ତୃପକ୍ଷ ସିଏମସିର ବିନା ଅନୁମତିରେ ଉଚ୍ଛେଦ କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ ଭାବେ ଚେତବାନୀ ଦେଇଛନ୍ତି। ସେ ଆହୁରି କହିଛନ୍ତି, ଉନ୍ନତିକରଣ କାମକୁ ବନ୍ଦ କରାଯିବ ନାହିଁ। ଡେପୁଟୀ ମେୟରଙ୍କ ଘରକୁ ଛାଡ଼ି ଡ୍ରେନ ନିର୍ମାଣ ନିମନ୍ତେ ସେ ଇଡକୋ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି। ଏହି ନୋଟିସ୍ ଇଡୋକର ଏକ ସାଧାରଣ ବିଧି ନିର୍ଦ୍ଦେଶିତ ପ୍ରକ୍ରିୟା। ଏନଫୋର୍ସମେଣ୍ଟ ଦାୟିତ୍ୱ ସିଏମସିର ହୋଇଥିବାରୁ ସେ ଯିଏ ହେଲେବି ସିଏମସି ବିନା ଅନୁମତିରେ ଏହି କାମ କରିପାରିବ ନାହିଁ। ବାଲିସାହି ବସ୍ତିବାସିନ୍ଦାଙ୍କ ଥଇଥାନ ବାବଦରେ ସବିଶେଷ ନିଷ୍ପତି ଗ୍ରହଣ ନ ହେବା ପର୍ଯ୍ୟନ୍ତ ସେଠାରେ ଉଚ୍ଛେଦ କାର୍ଯ୍ୟ ହେବ ନାହିଁ ବୋଲି ମଧ୍ୟ କହିଛନ୍ତି ଶ୍ରୀ ସିଂ।

ତେବେ ପ୍ରଚଣ୍ଡ ରୌଦ୍ରତାପ ସମୟରେ ଘର ଓ ଦୋକାନ ଉଚ୍ଛେଦ କରାଗଲେ ସେମାନେ ପିଲାଛୁଆ ନେଇ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବାଲିସାହୀ ବସ୍ତି ବାସିନ୍ଦା। ଏହି ବସ୍ତିରେ ପ୍ରାୟ ଦୁଇ ଶହ ଘର ରହିଛି। ଡ୍ରେନ ନିର୍ମାଣ ପାଇଁ ପାଖାପାଖି ୩୦ଟି ଘରକୁ ଉଚ୍ଛେଦ କରିବା ପାଇଁ ନୋଟିସ ଜାରି କରିଛି ଇଡକୋ। ଗତ ୨୯ ତାରିଖ ଦିନ ଏହି ନୋଟିସ ଜାରି ହୋଇଛି। ନୋଟିସ୍ ପାଇଥିବା ଲୋକେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ କୁହାଯାଇଛି।

ଉଚ୍ଛେଦ ହେବାକୁ ଏହି ଘରଗୁଡ଼ିକ ମଧ୍ୟରେ ରହିଛି ସିଏମସିର ଡେପୁଟୀ ମେୟର ଦମୟନ୍ତୀଙ୍କ ଘର। ପୂର୍ବରୁ ନୁଆଁଣିଆ ଘରେ ରହୁଥିବା ଦମୟନ୍ତୀଙ୍କ ପାଇଁ ଏବେ ଏକ ନୂଆ ଆଜବେଷ୍ଟସ୍ ଘର ତିଆରି ହେଉଛି। ତେବେ ଇଡକୋ ନୋଟିସ୍ ଜାରି ପରେ ସେହି ଘରେ ମଧ୍ୟ ବୁଲଡୋଜର ଚାଲିବା ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ଇଡକୋ କର୍ତ୍ତୃପକ୍ଷ ସିଏମସିକୁ ଅନ୍ଧାରରେ ରଖିବା ଘଟଣା ସହଜରେ ଗ୍ରହଣ କରିପାରୁନାହାନ୍ତି ସିଏମସିର ରାଜନୈତିକ ମୁଣ୍ଡିଆଳ।

ତେବେ ଡେପୁଟୀ ମେୟର କହିଛନ୍ତି, ଡ୍ରେନ ତିଆରି ନିମନ୍ତେ ଯେତିକି ଜାଗା ଦରକାର ସେ ଛାଡ଼ିଦେବେ। ବସ୍ତିର ପ୍ରାୟ ୫ ଘରର ଜମିକୁ ମଧ୍ୟ ଛାଡିବାକୁ କୁହାଯାଇଛି। ଡ୍ରେନ ନିମନ୍ତେ ଯେତିକି ସ୍ଥାନ ଆବଶ୍ୟକ ସେତିକି ସମସ୍ତେ ଛାଡ଼ିବେ। ଡ୍ରେନ ଯାଉଥିବା ଜମିରେ ଦୋକାନ ଥିଲେ ତାହା ପଛକୁ ହଟିବ। କେହି ସମ୍ପୂର୍ଣ୍ଣ ଜାଗା ଛାଡ଼ି ଯାଉନାହାନ୍ତି। ଇଡକୋ ଡ୍ରେନ କରିବା ବସ୍ତି ନିମନ୍ତେ ଖୁସିର ବିଷୟ। ବର୍ଷା ଦିନେ ଚାରି ଆଡୁ ପାଣି ଆସି ବସ୍ତିରେ ଜମୁଛି। ଏହାର ନିଷ୍କାସନ ନିମନ୍ତେ ଡ୍ରେନ ତିଆରି ହେବା ନିହାତି ଜରୁରୀ। ଏଥିନିମନ୍ତେ ସମସ୍ତେ ସହଯୋଗ କରିବେ। ସରକାରୀ କ୍ୱାର୍ଟର୍ସ ନ ନେଇ ସେ ବସ୍ତିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମୁତାବକ ତାଙ୍କ ଘର ନିର୍ମାଣ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story