ଇଡ୍‌କୋର ପାଚେରୀ ନିର୍ମାଣକୁ ବିରୋଧ : ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ

କଟକ: କଟକ ଜିଲ୍ଲା ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ପଞ୍ଚାୟତରେ ଇଡ୍‌କୋର ଗୀତାଞ୍ଜଳି ଜେମ୍ସ ପାର୍କ ପାଚେରୀ ନିର୍ମାଣକୁ ଆଦିବାସୀ ଅଧିକାର ମଞ୍ଚ ବିରୋଧ କରିଛି। ଫଳର ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜେମ୍ସ ପାର୍କ ଲାଗି ଶିଳାନ୍ୟାସ କରିବା ପରେ ଇଡକୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥିଲା। ଉତ୍ତେଜନା ଲାଗି ରହିବାରୁ ସେଠାରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।