ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଛୁରିଆବାହାଳ ନିକଟରେ ଏକ ପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ଉଭୟ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ଟ୍ରକଟି ରାସ୍ତା ତଳକୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଟ୍ରକର ଡାଲାରେ ଥିବା ପଥରଗୁଡ଼ିକ କ୍ୟାବିନ ଭିତରେ ପଶି ଯାଇଥିଲା। ଫଳରେ ଉଭୟ ଡ୍ରାଇଭର ଓ ହେଲପର ତା’ଭିତରେ ଚାପି ହୋଇଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।