ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା, ଚନ୍ଦନଙ୍କୁ ୯ ଘଣ୍ଟା ଜେରାକଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଆଜି ତାଙ୍କ ଲିଙ୍କ୍‌ରେ ଥିବା ଶ୍ରଦ୍ଧାଞ୍ଜଳି ବେହେରା ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଥିଲେ। ସେପଟେ ୯ ଘଣ୍ଟାର ଜେରା ପରେ ଡ୍ରାଇଭର ଚନ୍ଦନ ମଧ୍ୟ ବାହାରିଥିଲେ। ଇଡ଼ି ଅଫିସ୍‌ରୁ ବାହାରିବା ପରେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ ଶ୍ରଦ୍ଧାଞ୍ଜଳି। ତେବେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି କହିଥିଲେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ। ଇଡିରୁ ସମନ ପାଇବା ପରେ ଶ୍ରଦ୍ଧାଞ୍ଜଳି ଓ […]

archana

archana

Niranjan Mishra
  • Published: Friday, 25 November 2022
  • Updated: 25 November 2022, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଆଜି ତାଙ୍କ ଲିଙ୍କ୍‌ରେ ଥିବା ଶ୍ରଦ୍ଧାଞ୍ଜଳି ବେହେରା ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଥିଲେ। ସେପଟେ ୯ ଘଣ୍ଟାର ଜେରା ପରେ ଡ୍ରାଇଭର ଚନ୍ଦନ ମଧ୍ୟ ବାହାରିଥିଲେ। ଇଡ଼ି ଅଫିସ୍‌ରୁ ବାହାରିବା ପରେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ ଶ୍ରଦ୍ଧାଞ୍ଜଳି। ତେବେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି କହିଥିଲେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ। ଇଡିରୁ ସମନ ପାଇବା ପରେ ଶ୍ରଦ୍ଧାଞ୍ଜଳି ଓ ଡ୍ରାଇଭର ଚନ୍ଦନ ହାଜର ହୋଇଥିଲେ। ତେଣୁ ଦେଖିବାର କଥା ଇଡି ସେମାନଙ୍କ ଠାରୁ ହାତେଇଥିବା ତଥ୍ୟ ଆଧାରରେ ଆଗକୁ କ’ଣ ପଦକ୍ଷେପ ନେଉଛି।

ସେପଟେ ହନିଟ୍ରାପ୍ କପୁଲ୍ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ରିମାଣ୍ଡରେ ଆଣିବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। ଆସନ୍ତା ୩୦ରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଇଡ଼ି ସେମାନଙ୍କୁ ରିମାଣ୍ଡ ଆଣିବାକୁ ଆବେଦନ କରିବାକୁ ପ୍ରସ୍ତୁତ ଚଳାଇଛି। ତେବେ ଏହା ପୂର୍ବରୁ ତାଙ୍କ ଲିଙ୍କ୍‌ରେ ଥିବା ବିଜନେସ୍ ପାର୍ଟନରଙ୍କ ଠାରୁ ଆରମ୍ଭ କରି ଅନୁଗତଙ୍କ ଯାଏଁ ସମସ୍ତଙ୍କୁ ସମନ କରି ତଥ୍ୟ ଏକାଠି କରୁଛି ଇଡି।

ସୂଚନା ଥାଉକି, ଆଜି ସମୟ ସକାଳ ପ୍ରାୟ ସାଢ଼େ ୭ ବେଳେ ଦ୍ୱିତୀୟ ଥର ପାଇଁ ଇଡ଼ି ଅଫିସରେ ହାଜର ହୋଇଥିଲେ ହନିଟ୍ରାପ୍‌ର ମୁଖ୍ୟ ସୂତ୍ରଧର କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ବେହେରା। ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧାରରେ ଇଡ଼ି ଆଜି ଶ୍ରଦ୍ଧାଞ୍ଜଳିକୁ ଦ୍ୱିତୀୟ ଥର ଜେରା କରିଛି। କେମିତି ହେଉଥିଲା ବ୍ଲାକମେଲ୍ ଓ ଆର୍ଥିକ କାରବାର ? କାହା ମାଧ୍ୟମରେ ଟଙ୍କା ଆସୁଥିଲା ଅର୍ଚ୍ଚନାଙ୍କ ପାଖକୁ ? ଆଦାୟ ଅର୍ଥରୁ ଶ୍ରଦ୍ଧାଞ୍ଜଳିଙ୍କ ଭାଗ କେତେ ରହୁଥିଲା ? ଯଦି ସେ ଅର୍ଚ୍ଚନା, ଜଗବନ୍ଧୁ ଆଉ ଖଗେଶ୍ୱର୍ ଦ୍ୱାରା ବ୍ଲାକମେଲ୍‌ର ଶିକାର ହୋଇ ମୋହରା ସାଜୁଥିଲେ, ତେବେ ଏତେଦିନ ପରେ ବିଳମ୍ବରେ ଏତଲା ଦେବା ପଛର ରହସ୍ୟ କଣ ? ଏମିତି କିଛି ସମ୍ଭାବ୍ୟ ପ୍ରଶ୍ନ ପଚାରି ଇଡ଼ି ତଥ୍ୟ ହାତେଇଥିବା ସୂଚନା ମିଳିଛି।

ସେହିପରି ଅର୍ଚ୍ଚନାଙ୍କ ଗସ୍ତ ବିବରଣୀ ହାସଲ କରିବାକୁ ଡ୍ରାଇଭର ଚନ୍ଦନଙ୍କୁ ଇଡ଼ି ପଚରାଉଚରା କରିଛି। ଅର୍ଚ୍ଚନା କୁଆଡ଼େ ଯାଉଥିଲେ ? କାହା ସହ ମିଶୁଥିଲେ ? କିଏ କିଏ ତାଙ୍କୁ ସତ୍ୟ ବିହାର ସ୍ଥିତ ବିଳାସମୟ କୋଠାକୁ ଭେଟିବାକୁ ଆସୁଥିଲେ ? ସେନେଇ ଜାଣିବାକୁ ଇଡି ପ୍ରଶ୍ନ କରିଥିବା ସୂଚନା ମିଳିଛି।

ନାଗ-ଚାନ୍ଦଙ୍କ ଅନୁଗତ ଓ ଘନିଷ୍ଠ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି, ଖଗେଶ୍ୱର ଓ ଚନ୍ଦନକୁ ଧରି ନାଗ ସାମ୍ରାଜ୍ୟର ତଥ୍ୟ ରେକର୍ଡ କରିଛି ଇଡ଼ି। ସେହିପରି ସିନେ ପ୍ରଯୋଜକ, ବ୍ୟବସାୟୀ ଓ ୩ ଅନୁଗତଙ୍କୁ ଏବେ ଜେରା କରି ଆଉ କିଛି ପ୍ରଭାବଶାଳୀଙ୍କ ନାଁ ପାଇଛି ଇଡ଼ି। ଯେଉଁଥିରେ ରହିଛନ୍ତି ସୁନା ବ୍ୟବସାୟୀ, ଖଣି ବ୍ୟବସାୟୀ ଏବଂ ହୋଟେଲ୍ ବ୍ୟବସାୟୀ। ଏପରିକି ନେତା, ସରକାରୀ ବାବୁଙ୍କ ନୂଆ ନାଁ ବି ଚର୍ଚ୍ଚା ହେଉଛି। କାରଣ ସତ୍ୟବିହାରରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର କିଣିଥିବା ଜମିକୁ ନେଇ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ଇଡି।

ଯେଉଁ ବ୍ୟକ୍ତିଙ୍କଠୁ ଜମି କିଣିଥିଲେ, ସେହି ବ୍ୟକ୍ତିଙ୍କୁ ବି ଇଡି ନୋଟିସ୍ କରିଛି। ତେଣୁ ଆଗକୁ ଏଭଳି ଅନେକ ବ୍ୟକ୍ତିଙ୍କ ଇଡ଼ି ଅଫିସରେ ଧାଡ଼ି ଲାଗିପାରେ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos