ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ ଆଉ ଏ ଦୁନିଆରେ ନାହାନ୍ତି। ଆଜି ରାତି ସାଢ଼େ ୮ଟା ବେଳେ ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ ଗାୟକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଗୁରୁ ଶ୍ରୀ ସାମଲ ଓଡ଼ିଆ ସିନେମାରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତଟି ହେଲା ‘ସୁନା ସଂସାର’ ଚଳଚ୍ଚିତ୍ରର ‘ମିଛମାୟା ଭରା ଏ ସାରା ଦୁନିଆ, କେହି ନୁହେଁ ଆପଣାର’ ଶୁଣିଲେ ଆଖି ଛଳଛଳ ହୋଇଯାଏ। ସେହିପରି ‘କଲିକତି ଖେଳନା...’, କିସ ମୁଁ ଲେଖିବି ଗୋଲାପ କଢ଼ି..., ମୁଁ ଯେ କଳିଙ୍ଗର ସେଇ ଶିଳ୍ପୀ..., ନିଦର ଦୋଳିରେ ଝୁଲୁଛି ସହର..., କାଳିଆ ଧନ ତୋ ଲାଗି ଯାଉ ଏ ଜୀବନ... ଏବଂ ଆହୁରି ଶହ ଶହ ଗୀତ ଗାଇ ଶ୍ରୀ ସାମଲ ଓଡ଼ିଆ ଶ୍ରୋତାଙ୍କ ପାଖରେ ଲୋକପ୍ରିୟ ହୋଇପାରିଥିଲେ।
କିଛିଦିନ ଧରେ ଶ୍ରୀ ସାମଲ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ଅସୁସ୍ଥ ରହିବା ପରେ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Bollywood
ପୁଷ୍ପା-୨ ଦଳାଚକଟା: ଫେରିଲା ପିଲାର ଚେତା, ପରିବାରକୁ ମିଳିଲା ୨ କୋଟି
ଅଲ୍ଲୁ ଅର୍ଜୁନଙ୍କ ପରିବାର ତରଫରୁ ନାବାଳକର ପରିବାରକୁ ୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି।
Tollywood
‘ପୁଷ୍ପା ୨’ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା।
Entertainment
ଝିଅ ପାଇଁ ମଦ ଛାଡ଼ିଥିଲେ ବଲିଉଡର ଏହି ଜଣାଶୁଣା ଖଳନାୟକ
ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍ ବସ୍ର ସିଜନ୍ 5” ରେ ଭାଗ ନେଇଥିଲେ।
Bollywood
ବଲିଉଡ ସିଙ୍ଗର୍ ସାନ୍ଙ୍କ ଘରେ ଲାଗିଲା ନିଆଁ
ଯେଉଁ ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା ସେତେବେଳେ ବଲିଉଡ ସିଙ୍ଗର୍ ସାନ୍ ଘରେ ଥିଲେ।