ଚାଷୀଙ୍କୁ ମାରୁଛି ମଣ୍ଡି ! ବିକ୍ରି ନ ହୋଇ ଗଜା ହେଲାଣି ହଜାର ହଜାର କ୍ୱିଣ୍ଟାଲ ଧାନ

ଧର୍ମଗଡ଼/ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର):ମଣ୍ଡିରେ ଚାଷୀଙ୍କୁ ଘାରିଛି ମହାଦଶା। କେଉଁଠି ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ି ଖତ ଖାଉଛି ତ’ କେଉଁଠି ବର୍ଷା ମାଡ଼ରେ ନଷ୍ଟ ହେଉଛି ଚାଷୀର ମେହନତର ଫସଲ।  ନା ମିଲର୍ସଙ୍କ ଦର୍ଶନ ମିଳୁଛି ନା ମଣ୍ଡିରୁ ଧାନ ଉଠୁଛି। ଲକ୍ଷ୍ୟ ଧାର୍ଯ୍ୟ ପୂରଣର ଆଳ କରି ଆଖି ବୁଜିଦେଇଛନ୍ତି ସରକାର।  ଫଳରେ ଦୁଃଖ ଆଉ ଦୁର୍ଦ୍ଦଶାରେ କାଳ କାଟୁଥିବା ଚାଷୀ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ସେପଟେ ସମବାୟ ବିଭାଗର ତଥ୍ୟ ଆଧାରରେ […]

123-1

123-1

Tapas Behera
  • Published: Wednesday, 10 July 2019
  • Updated: 10 July 2019, 08:56 PM IST

Sports

Latest News

ଧର୍ମଗଡ଼/ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର):ମଣ୍ଡିରେ ଚାଷୀଙ୍କୁ ଘାରିଛି ମହାଦଶା। କେଉଁଠି ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ି ଖତ ଖାଉଛି ତ’ କେଉଁଠି ବର୍ଷା ମାଡ଼ରେ ନଷ୍ଟ ହେଉଛି ଚାଷୀର ମେହନତର ଫସଲ।  ନା ମିଲର୍ସଙ୍କ ଦର୍ଶନ ମିଳୁଛି ନା ମଣ୍ଡିରୁ ଧାନ ଉଠୁଛି। ଲକ୍ଷ୍ୟ ଧାର୍ଯ୍ୟ ପୂରଣର ଆଳ କରି ଆଖି ବୁଜିଦେଇଛନ୍ତି ସରକାର।  ଫଳରେ ଦୁଃଖ ଆଉ ଦୁର୍ଦ୍ଦଶାରେ କାଳ କାଟୁଥିବା ଚାଷୀ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।

ସେପଟେ ସମବାୟ ବିଭାଗର ତଥ୍ୟ ଆଧାରରେ ଚଳିତ ରବି ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ କିଣାଯାଇଛି ବୋଲି କୃଷିମନ୍ତ୍ରୀ କହୁଥିବାବେଳେ ମଣ୍ଡିରେ ଥିବା କୁଇଣ୍ଟାଲ କ୍ୱିଣ୍ଟାଲ ଧାନକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ଚାଷୀ।

କଳାହାଣ୍ଡି ଜିଲ୍ଲା ଉପଖଣ୍ଡର ଅଧିକାଂଶ ମଣ୍ଡିରେ ପଡ଼ିରହିଛି କୁଇଣ୍ଟାଲ କୁଇଣ୍ଟାଲ ରବି ଧାନ । ମିଲର୍ସ ଆସୁନଥିବାରୁ ଏବଂ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁ ବସ୍ତା ବସ୍ତା ଧାନ କେଉଁଠି ଗଜା ହୋଇଗଲାଣି ତ’ ଆଉ କେଉଁଠି ବର୍ଷା ମାଡ଼ ଖାଇ ନଷ୍ଟ ହୋଇଗଲାଣି। ଶେଷରେ ଧୈର୍ଯ୍ୟର ବନ୍ଧ ଡେଇଁବା ପରେ ଧର୍ମଗଡ଼ ଝାରକୁଣ୍ଡାମାଲ୍ ଛକରେ ଚାଷୀ ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଧର୍ମଗଡ଼ ଉପଖଣ୍ଡରେ ଏବେ ପ୍ରାୟ ୧୭ଟି ମଣ୍ଡିରେ ୧୩ ହଜାର କୁଇଣ୍ଟାଲ ରବି ଧାନ ବିକ୍ରି ନ ହୋଇପଡ଼ିରହିଛି। କେବଳ ଧର୍ମଗଡ଼ ନୁହେଁ, ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାର ମଣ୍ଡି ଗୁଡ଼ିକରେ ପଡ଼ି ରହିଛି ଚାଷୀର କଷ୍ଟ ଉପାର୍ଜିତ ଫସଲ। କିଏ ଟୋକନ୍ ନପାଇ ଘରେ ଧାନ ରଖିଛନ୍ତି ତ’ ଆଉ କିଏ ମଣ୍ଡିରେ ଓଜନ କରି ଦୀର୍ଘ ଦିନ ହେଲା ବିକ୍ରି ଅପେକ୍ଷାରେ ରହିଛନ୍ତି। କିନ୍ତୁ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇଯାଇଥିବା ଦର୍ଶାଇ ଗତ ଜୁନ୍ ୩୦ରୁ ମଣ୍ଡିରୁ ଧାନ ଉଠା ବନ୍ଦ କରିସାରିଲାଣି ଜିଲ୍ଲା ପ୍ରଶାସନ।

ସେପଟେ କୃଷିମନ୍ତ୍ରୀ ବି କହୁଛନ୍ତି ଚଳିତ ରବି ଋତୁରେ ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ସରକାର ୬୫ ଲକ୍ଷ ମେଟ୍ରିକ ଟନ୍ ଅର୍ଥାତ୍ ଅଧିକ ୧୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣି ସାରିଲେଣି । ତେବେ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଏବଂ ଚାଷୀଙ୍କ ଅମଳ ଧାନର ପରିମାଣ ମଧ୍ୟରେ ଏତେ ତଫାତ୍ ଆସିଲା କେମିତି ? ଲକ୍ଷ୍ୟ ଧାର୍ଯ୍ୟ ସରିଯାଇଥିବାବେଳେ ମଣ୍ଡିରେ ପଡ଼ି ରହିଥିବା ଏତେ ପରିମାଣର ରବି ଧାନକୁ ନେଇ ଚାଷୀ ଏବେ କରିବେ କଣ ? ସେନେଇ ଏବେ ନାନା ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story