ବାପାଙ୍କୁ ଖୋଜିବା ପାଇଁ ମୁଁ ଡାକ୍ତରଖାନାରୁ ଡାକ୍ତରଖାନା ବୁଲିଲି , ଶେଷରେ ୧୫ ଦିନ ପରେ ଫୋନ୍‌ ଆସିଲା...

ଢେଙ୍କାନାଳ:(ଓଡ଼ିଶା ରିପୋର୍ଟର): ଡାକ୍ତରଖାନାରେ ଛାଡ଼ିଦେଇ ଆସିଥିଲେ ଭଲ ହୋଇ ଫେରିବା ପାଇଁ, ହେଲେ ଗଲେ ଯେ ଗଲେ ଆଉ ଫେରିଲେନି। ଚାରିଆଡ଼େ ବହୁତ ଖୋଜିଲା ପୁଅ କିନ୍ତୁ ପାଇଲାନି। ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା କେଉଁଠି ବି ମିଳିଲେନି। କେମିତି ବା ମିଳିଥାନ୍ତେ ସେ ପରା ଆଉ ଏ ଦୁନିଆରେ ନଥିଲେ। ସମସ୍ତଙ୍କୁ ଛାଡ଼ି ଏ ଦୁନିଆରୁ ଚାଲି ଯାଇଥିଲେ। ହେଲେ ୧୫ ଦିନ ହୋଇଯାଇଥିଲେ ବି ପୁଅକୁ ଅଜଣା ଥିଲା ବାପାର ମୃତ୍ୟୁ। ହଠାତ ରାତି […]

ynb

ynb

Tapas Behera
  • Published: Sunday, 18 October 2020
  • Updated: 19 October 2020, 01:31 PM IST

Sports

Latest News

ଢେଙ୍କାନାଳ:(ଓଡ଼ିଶା ରିପୋର୍ଟର): ଡାକ୍ତରଖାନାରେ ଛାଡ଼ିଦେଇ ଆସିଥିଲେ ଭଲ ହୋଇ ଫେରିବା ପାଇଁ, ହେଲେ ଗଲେ ଯେ ଗଲେ ଆଉ ଫେରିଲେନି। ଚାରିଆଡ଼େ ବହୁତ ଖୋଜିଲା ପୁଅ କିନ୍ତୁ ପାଇଲାନି। ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା କେଉଁଠି ବି ମିଳିଲେନି। କେମିତି ବା ମିଳିଥାନ୍ତେ ସେ ପରା ଆଉ ଏ ଦୁନିଆରେ ନଥିଲେ। ସମସ୍ତଙ୍କୁ ଛାଡ଼ି ଏ ଦୁନିଆରୁ ଚାଲି ଯାଇଥିଲେ। ହେଲେ ୧୫ ଦିନ ହୋଇଯାଇଥିଲେ ବି ପୁଅକୁ ଅଜଣା ଥିଲା ବାପାର ମୃତ୍ୟୁ। ହଠାତ ରାତି ପାଖାପାଖି ସାଢ଼େ ୧୦ଟା ରେ ଫୋନ ଆସିଲା ତୁମ ବାପାଙ୍କ ମୃତ୍ୟୁ ହୋଇଯାଇଛି। ତୁମେ ଯାଇ ଟାଉନ୍‌ ଥାନାରେ ଦେଖାକର। ପୋଲିସ୍‌ ଠାରୁ ଫୋଟୋ ସବୁ ଦେଖି ନିଶ୍ଚିତ ହେଲେ। କିନ୍ତୁ ଶବ ସତ୍କାର କରିବା ଏବଂ ବାପା ମୁହଁରେ ଟିକେ ନିଆଁ ଦେବାର ଅଧିକାରକୁ ବି ଛଡ଼େଇନେଲା କିଛି ବଡ଼ ବଡ଼ୁଆଙ୍କ ବେପାରୁଆ ପରିଚାଳନା।

ଘଟଣାଟି ହେଉଛି ଢେଙ୍କାନାଳ ଜିଲ୍ଲାର କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ପରେ ନିଖୋଜ ଜଣେ କୋଭିଡ ରୋଗୀଙ୍କର। ତାଙ୍କର କଟକରେ ମୃତ୍ୟୁ ହେଇଛି। ମୃତକ ହେଲେ ଦୁର୍ଯ୍ୟୋଧନ ବେହେରା।

କଟକ ଏସସିବି ପରିସରରେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ହୋଇଥିବା ନେଇ ଢେଙ୍କାନାଳ ଟାଉନ ଥାନା ଆଇଆଇସିଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ ହୋଇଛି।

ଦୁର୍ଯ୍ୟଧନଙ୍କ ପୁଅ ପ୍ରଦୀପ୍ତ ଗତ ୧୬ ତାରିଖରେ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ,ଦୁର୍ଯ୍ୟୋଧନଙ୍କୁ ପ୍ରଥମେ ଢେଙ୍କାନାଳ କୋଭିଡ କେୟାରରେ ଭର୍ତ୍ତି କରାଯାଇଥିଲା। ହେଲେ ଅକ୍ଟୋବର ୧ ତାରିଖରେ ଦୁର୍ଯ୍ୟଧନଙ୍କୁ ଢେଙ୍କାନାଳରୁ କଟକ କୋଭିଡ଼ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ତାପରଠୁ ଆଉଦୁର୍ଯ୍ୟୋଧନଙ୍କ ଖୋଜଖବର ମିଳିନଥିଲା।

ଅଭିଯୋଗ ପରେ ଢେଙ୍କାନାଳ ପୋଲିସ ତଦନ୍ତ ଜାରି ରଖିଥିଲା। ଦୁର୍ଯ୍ୟୋଧନଙ୍କ ମୃତ ଦେହର ଫଟୋ ଓ ପିନ୍ଧି ଥିବା ଡ୍ରେସ ପୋଲିସ ଦେଖାଇବା ପରେ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଥିଲେ। ହେଲେ କେଉଁ ପରିସ୍ଥିତିରେ ଦୁର୍ଯ୍ୟଧନଙ୍କ ମୃତ୍ୟୁ ହେଲା, ଏନେଇ ତଦନ୍ତ ଦାବି ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ। ଏମିତିକି ଯଦି ଗତ ୧ତାରିଖରେ ବାପାଙ୍କର ମୃତ୍ୟୁ ହୋଇଥିବ ତେବେ ତାଙ୍କୁ  କାହିଁକି ଜଣାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୃତଦୁର୍ଯ୍ୟୋଧନଙ୍କ ପୁଅ।

ଆହୁରି ପଢ଼ନ୍ତୁ : ରାଜ୍ୟରେ କରୋନାରେ ଆଉ ୧୭ ଆଖି ବୁଜିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos